Vladimir Putin wins Russian Presidential Election: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରଷିଆ ରାଷ୍ଟ୍ରପତି ନିର୍ବାଚନରେ ବୃହତ୍ତ ବିଜୟଲ ହାସଲ କରିଛନ୍ତି ଭ୍ଲାଦିମିର ପୁତିନ। କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ଋଷିଆ ରାଷ୍ଟ୍ରପତି ପଦଭାର ଗ୍ରହଣ କରିବାକୁ ଯାଉଛନ୍ତି। ହେଲେ ଏହି ନିର୍ବାଚନ ଫଳାଫଳକୁ ନେଇ କୌଣସି ଆଶ୍ଚର୍ଯ୍ୟ ହେବାର କାରଣ ନାହିଁ। ନ୍ୟୁଜ ଏଜେନ୍ସି ଆସୋସିଏଡେଟ ପ୍ରେସ ଅନୁଯାୟୀ ଋଷିଆ ଭଳି ଦେଶରେ ୩ ଦିନିଆ ରାଷ୍ଟ୍ରପତି ନିର୍ବାଚନ ଅତ୍ୟନ୍ତ ନିୟନ୍ତ୍ରିତ ପରିବେଶରେ ସମାପ୍ତ ହୋଇଥିଲା। ଏହି ନିର୍ବାଚନରେ ଭ୍ଲାଦମିର ​​ପୁଟିନ କିମ୍ବା ୟୁକ୍ରେନ ଯୁଦ୍ଧକୁ ନେଇ ସମାଲୋଚନା କରିବାକୁ ଦିଆଯାଇ ନଥିଲା। ଭ୍ଲାଦମିର ପୁତିନଙ୍କ ଅଧିକାଂଶ ସମାଲୋଚକ ଏବେ କାରାଗାରରେ ଅଛନ୍ତି। ଗତ ମାସରେ ତାଙ୍କର ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସୀ ନାଭାଲନିଙ୍କ କାରାଗାରରେ ମୃତ୍ୟୁ ଘଟିଥିଲା। 


COMMERCIAL BREAK
SCROLL TO CONTINUE READING

ଏବେ ସବୁଠାରୁ ପ୍ରଶ୍ନ ହେଉଛି ପଞ୍ଚମ ଥର ଋଷିଆ ରାଷ୍ଟ୍ରପତି ଗାଦିରେ ବସିବେ ଭ୍ଲାଦିମିର ପୁତିନ। ରାଷ୍ଟ୍ରପତି ପୁତିନ ପୁନର୍ବାର କ୍ଷମତାକୁ ଫେରିବା ଦ୍ୱାରା ଭାରତ ସମେତ ବିଶ୍ୱ ଉପରେ ଏହାର କ'ଣ ପ୍ରଭାବ ପଡ଼ିବ ସେ ସମ୍ପର୍କରେ ଜାଣିରଖନ୍ତୁ..


୧.ଯୁଦ୍ଧ ପାଇଁ ବିଜୟର ବ୍ୟବହାର: ୟୁକ୍ରେନ ଯୁଦ୍ଧ ପାଇଁ ଜନସାଧାରଣଙ୍କ ସମର୍ଥନର ପ୍ରମାଣ ଭାବେ ଭ୍ଲାଦମିର ପୁତିନ ତାଙ୍କ ବିଜୟକୁ ବ୍ୟବହାର କରିପାରିବେ। ନ୍ୟୁଜ ଏଜେନ୍ସି ଆସୋସିଏଡେଟ ପ୍ରେସ ଖବର ଅନୁଯାୟୀ ଅନେକ ପର୍ଯ୍ୟବେକ୍ଷକ ଆଶା କରୁଛନ୍ତି ଯେ ସେ ପୁତିନ ତାଙ୍କ ଆଭିମୁଖ୍ୟକୁ ଆହୁରି ମଜବୁତ କରି ୟୁକ୍ରେନ ସହ ଚାଲିଥିବା ଯୁଦ୍ଧକୁ ଆହୁରି ଆଗକୁ ବଢାଇ ପାରନ୍ତି। କିଛି ଲୋକଙ୍କ କହିବା କଥା ଯେ ଋଷୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ୍ ଦେଶର ସୈନ୍ୟବାହିନୀକୁ ମଜବୁତ କରିବା ପାଇଁ ଏକ ନୂତନ ନିଯୁକ୍ତି ଅଭିଯାନ ଆରମ୍ଭ କରିପାରେ।


୨.ବିରୋଧିଙ୍କ ଉପରେ ବଢିପାରେ ଶାସକ ଦଳର ପ୍ରଭାବ: ବିରୋଧି ଦଳର ନେତା ତଥା ଯୁଦ୍ଧ ସମାଲୋଚକଙ୍କ ବିରୋଧରେ ଦମନର ପରିସର ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି। ଅସନ୍ତୋଷର ଚିହ୍ନ ବର୍ଣ୍ଣକୁ ଲିଭାଇବା ପାଇଁ ଋଷୀୟ କର୍ତ୍ତୃପକ୍ଷ ସେମାନଙ୍କ ନିର୍ଦ୍ଦୟ ପ୍ରୟାସରେ କେବେ ପଛକୁ ହଟିବେ ନାହିଁ। 


୩. ଅଧିକ ଆକ୍ରମଣାତ୍ମକ ହୋଇପାରେ ଋଷୀୟ ବୈଦେଶିକ ନୀତି: ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ହୋଇସାରିବା ପରେ ଋଷିଆ ବୈଦେଶିକ ନୀତି ଆହୁରି ଆକ୍ରମଣାତ୍ମକ ହେବାର ସମ୍ଭାବନା ରହିଛି। ଋଷୀୟ ଅଧିକାରୀ ପ୍ରଚାର ମାଧ୍ୟମରେ ପାଶ୍ଚାତ୍ୟ ଦେଶରେ ବିଭାଜନକୁ ଆହୁରି ଗଭୀର କରିବାକୁ ଚେଷ୍ଟା କରିପାରନ୍ତି। ଏହା ସହିତ, ପାରମ୍ପାରିକ ମୂଲ୍ୟବୋଧର ମୂଳଦୁଆ ଭାବରେ ଋଷିଆ ଭାବମୂର୍ତ୍ତିକୁ ପ୍ରୋତ୍ସାହିତ କରି ପାଶ୍ଚାତ୍ୟ ଦେଶରେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରିପାରନ୍ତି।


୪.ଭାରତ ସମେତ ବିଶ୍ୱ ଉପରେ ପଡ଼ିପାରେ ପ୍ରଭାବ: ଭାରତ-ଋଷିଆ ମଧ୍ୟରେ ଗଭୀର ସମ୍ପର୍କ ରହିଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଭାରତ ସମେତ ଚୀନ୍ ଏବଂ ଦକ୍ଷିଣ ବିଶ୍ୱ (Global South) ଦେଶ ସହିତ ଋଷିଆ ସମ୍ପର୍କ ଆହୁରି ମଜବୁତ ହୋଇପାରେ। ଋଷିଆ ରାଷ୍ଟ୍ରପତି ନିର୍ବାଚନରେ ଭ୍ଲାଦମିର ପୁତିନଙ୍କ ବିଜୟ ଦେଶର ରାଜନୀତି ଉପରେ ତାଙ୍କର ଦୃଢ ପ୍ରଭାବ ରହିଥିବା ଦର୍ଶାଉଛି। ଯାହା ବୈଶ୍ୱିକ ସ୍ତରରେ ଋଷିଆ ଦ୍ୱାରା ଗଠନ କରାଯାଇଥିବା ମେଣ୍ଟ ସହଯୋଗକୁ ମଜବୁତ କରିବାରେ ସହାୟକ ହେବ। ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱାଧିନ ପାଶ୍ଚ୍ୟାତ୍ୟ ଦେଶ ବିରୋଧରେ ଭ୍ଲାଦମିର ପୁତିନ ତାଙ୍କ ଭାବମୂର୍ତ୍ତିକୁ ଆହୁରି ସଦୃଢ କରିବାକୁ ଚେଷ୍ଟା କରିପାରନ୍ତି। 


୫, ବିଜୟ ଭାଷଣ ନିଜର ଉଦ୍ଦେଶ୍ୟ ଜଣାଇ ଦେଇଥିଲେ ଭ୍ଲାଦମିର ପୁତିନ: ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପରେ ଭ୍ଲାଦମିର ପୁତିନ ସ୍ପଷ୍ଟ କରିଛନ୍ତି ଯେ ନିର୍ବାଚନ ଫଳାଫଳରୁ ପାଶ୍ଚାତ୍ୟ ଦେଶକୁ ଏକ ବାର୍ତ୍ତା ପଠାଯିବା ଆବଶ୍ୟକ। ଯାହା ଦ୍ୱାରା ସେମାନେ ସାହସୀ ଋଷିଆ ସହିତ ଆପୋଷ ବୁଝାମଣା କରିପାରିବେ।


ରାଜଧାନୀ ମସ୍କୋ ଠାରେ ତାଙ୍କର ବିଜୟ ଅଭିଭାଷଣରେ ଭ୍ଲାଦମିର ପୁତିନ ନିଜ ସମର୍ଥକଙ୍କୁ କହିଛନ୍ତି ଯେ ୟୁକ୍ରେନ ଠାରେ ଋଷୀୟ ସୈନ୍ୟ ଦ୍ୱାରା ସ୍ୱତନ୍ତ୍ର ସାମରିକ ଅପରେସନ୍ ସହ ଜଡିତ କାର୍ଯ୍ୟର ସମାଧାନ ତଥା ଦେଶର ସେନାବାହିନୀକୁ ଆହୁରି ମଜବୁତ କରିବା ଦିଗରେ ଅଗ୍ରାଧିକାର ଦେବେ। ଆମ ଆଗରେ ଅନେକ କାର୍ଯ୍ୟ ରହିଛି। ହେଲେ ଯେତେବେଳେ ଆମେ ଏକଜୁଟ ହୋଇଯାଉ ସେତେବେଳେ କେହି ଯଦି ଆମକୁ ଭୟଭୀତ କରିବାକୁ ଚାହାଁନ୍ତି କିମ୍ବା ଆମକୁ ଦମନ କରିବାକୁ ଚାହାଁନ୍ତି ତାହେଲେ କେବେ ସଫଳ ହୋଇନାହାଁନ୍ତି। ଇତିହାସରେ ଏହାର ପ୍ରମାଣ ରହିଛି। ସେମାନେ ବର୍ତ୍ତମାନ ସଫଳ ହୋଇନାହାଁନ୍ତି ଏବଂ ଭବିଷ୍ୟତରେ ସେମାନେ କେବେ ସଫଳ ହେବେ ନାହିଁ।