Vladimir Putin Health Update: ଋଷ ଓ ୟୁକ୍ରେନ ମଧ୍ୟରେ ପ୍ରାୟ ୧୧ ମାସ ଧରି ଯୁଦ୍ଧ (Russia Ukraine War) ଜାରି ରହିଛି । ଏହି ସମୟ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି (Ukrainian President) ଭୋଲୋଡିମିର ଜେଲେନସ୍କି (Volodymyr Zelenskyy) ଋଷ ରାଷ୍ଟ୍ରପତି (Russian President) ଭ୍ଲାଦିମିର ପୁଟିନ (Vladimir Putin) ଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି । ପ୍ରକୃତରେ ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ପୁଟିନ ଜୀବିତ ଅଛନ୍ତି ନା ନାହିଁ, ଏହା ନିଶ୍ଚିତ ନୁହେଁ । ପୁଟିନ (Putin) ଙ୍କ ଅସ୍ତିତ୍ୱକୁ ନେଇ ଜେଲେନସ୍କି ପ୍ରଶ୍ନ ଉଠାଇଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (World Economic Forum) ର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ଭୋଲୋଡିମିର ଜେଲେନସ୍କି (Volodymyr Zelenskyy) ଏହା କହିଛନ୍ତି ।


COMMERCIAL BREAK
SCROLL TO CONTINUE READING

ସେପଟେ ୟୁକ୍ରେନ ରାଷ୍ଟ୍ରପତି ଜାଲେନସ୍କିଙ୍କ (Zelenskyy) ଏହି ଦାବି ଉପରେ ଋଷ (Russia) ମଧ୍ୟ ପାଲଟା ଆକ୍ରମଣ କରିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ପୂର୍ବରୁ ଏହି ଦାବି ଅନେକ ଥର କରାଯାଇଛି କି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Vladimir Putin) କୌଣସି ଗୁରୁତର ରୋଗରେ ପୀଡିତ ଅଛନ୍ତି । କିନ୍ତୁ ବର୍ତ୍ତମାନ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି (Volodymyr Zelenskyy) ଙ୍କ ଦାବି ଆଶ୍ଚର୍ଯ୍ୟଜନକ । ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ,  ବର୍ତ୍ତମାନ ମୁଁ କାହା ସହିତ କଥା ହେବି ବୁଝିପାରୁ ନାହିଁ । ପୁଟିନ ଜୀବିତ ଅଛନ୍ତି ନା ନାହିଁ, ଏହା ମଧ୍ୟ ନିଶ୍ଚିତ ଭାବେ କୁହାଯାଇପାରିବ ନାହିଁ । ଯଦି ସେ ସେଠାରେ ନାହାଁନ୍ତି ତେବେ କିଏ ନିଷ୍ପତ୍ତି ନେଉଛନ୍ତି?


ଅଧିକ ପଢ଼ନ୍ତୁ:-ଐତିହାସିକ ମ୍ୟାଚର ସାକ୍ଷୀ ହେବ ରାୟପୁର ଷ୍ଟାଡିୟମ: ଟିମ୍ ଇଣ୍ଡିଆ ରଚିବ ଇତିହାସ, ପ୍ରଥମ ଥର ପାଇଁ ଦିନିକିଆ କ୍ରିକେଟରେ ଏହା ଘଟିବ!


ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ବଢ଼ିବ ଅବସର ବୟସ! ଜାଣନ୍ତୁ ସରକାରଙ୍କ ଏହି ନୂଆ ଯୋଜନା ବିଷୟରେ


ଅଧିକ ପଢ଼ନ୍ତୁ:-ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ପାଇଁ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଫାଇନାଲ୍! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍


ଉଲ୍ଲେଖନୀୟ କଥା ହେଉଛି, ଋଷ ରାଷ୍ଟ୍ରପତି ପୁଟିନଙ୍କୁ ସର୍ବ ସାଧାରଣରେ ପୂର୍ବ ଅପେକ୍ଷା କମ୍ ଦେଖାଯାଉଥିବା ବେଳେ ଜେଲେନସ୍କି ଏହି ଦାବି କରିଛନ୍ତି । ତଥାପି, ଏହାର କୌଣସି ଦୃଢ଼ ପ୍ରମାଣ ନାହିଁ । ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପ୍ରଶ୍ନ ଉଠିଥିବାରୁ ସେ କ୍ୱଚିତ୍ ସର୍ବସାଧାରଣରେ ଦେଖାଦେଇଛନ୍ତି । ପୁଟିନ ଏଥର ମଧ୍ୟ ବରଫ ପାଣିରେ ପାରମ୍ପାରିକ ଭାବେ ବୁଡ଼ ଲଗାଇର Orthodox Epiphany ଉତ୍ସବରେ ଉପସ୍ଥିତ ନଥିଲେ । ୟୁକ୍ରେନୀୟମାନେ ବର୍ତ୍ତମାନ ଏହାକୁ ଏକ ପ୍ରସଙ୍ଗ କରୁଛନ୍ତି ।


ତେବେ କିଛି ଲୋକ ଏହା ମଧ୍ୟ ଅନୁମାନ କରିଛନ୍ତି ଯେ ପୁଟିନଙ୍କ ବୟସ ବର୍ତ୍ତମାନ ୭୦ ବର୍ଷ ହୋଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ପୂର୍ବ ଭଳି ଭଲ ନୁହେଁ । ପୁଟିନଙ୍କ ବରଫ ପାଣିରେ ବୁଡ଼ ଲଗାଇବାର ଫଟୋ ଏପର୍ଯ୍ୟନ୍ତ ସାମ୍ନାକୁ ଆସି ନ ଥିବାରୁ ଏହା ହୋଇପାରେ । ଏଥି ସହିତ ଜେଲେନସ୍କିଙ୍କୁ ଜବାବ ଦେଇ ଋଷ ତରଫରୁ କୁହାଯାଇଛି ଯେ, ପୁଟିନ ଓ ଋଷର ଅସ୍ତିତ୍ୱକୁ ଜେଲେନସ୍କି କେବେ ପସନ୍ଦ କରିବେ ନାହିଁ ।