Weather Forecast:  ପ୍ରବଳ ଥଣ୍ଡାରେ ଥରୁଛି ସମଗ୍ର ଉତ୍ତର ଭାରତ। ପାଣିପାଗ ବିଭାଗ ଅନୁଯାୟୀ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାରର ଅନେକ ସ୍ଥାନରେ ପ୍ରବଳ ଥଣ୍ଡା ଏବଂ ଘନ କୁହୁଡ଼ି ଆହୁରୀ ବଢିବାରେ ସମ୍ଭାବନା ରହିଛି। ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ଏଭଳି ଶୀତ ଲହରୀ ଜାରି ରହିବ । ସୋମବାର ରାତିରେ ମଧ୍ୟ ଅନେକ ସ୍ଥାନରେ କୁହୁଡ଼ି ହେତୁ କେତକ ସ୍ଥାନରେ ରାସ୍ତା ମଧ୍ୟ ଦେଖାଯାଉ ନଥିଲା। ଅମ୍ବାଲା, ହିସାର, ବାହରାଇଚ୍ ଏବଂ ଗାୟାରେ ଘନ କୁହୁଡିର ପରିମାଣ ଅଧିକ ହେତୁ ୫୦ ମିଟର ପର୍ଯ୍ୟନ୍ତ ରାସ୍ତା ଦେଖାଯାଉ ନଥିଲା।


COMMERCIAL BREAK
SCROLL TO CONTINUE READING

ଅନ୍ୟପକ୍ଷରେ ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ଜାରି ରହିଛି। ହିମାଚଳ ପ୍ରଦେଶର ମନାଲିରେ ଥିବା ଅଟଳ ଟନେଲର ଦକ୍ଷିଣ ଭାଗରେ ପ୍ରବଳ ତୁଷାରପାତ ହୋଇଛି। ଏହି କାରଣରୁ ସମତଳ ଅଞ୍ଚଳରେ ମଧ୍ୟ ତାପମାତ୍ରା ହ୍ରାସ ପାଇଛି। ରାଜଧାନୀ ଦିଲ୍ଲୀ ବିଷୟରେ କହିବାକୁ ଗଲେ କ୍ରମାଗତ ପଞ୍ଚମ ଦିନ (ସୋମବାର) ମଧ୍ୟ ଏଠାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। 


ଦିଲ୍ଲୀରେ ରେକର୍ଡ ଭାଙ୍ଗିବ ଶୀତ:


ଗତ ଦଶନ୍ଧି ମଧ୍ୟରେ ଦିଲ୍ଲୀରେ ଜାନୁଆରୀ ମାସରେ ଏହା ଅଧିକ ଶୀତ ବୋଲି କୁହାଯାଇପାରିବ। ଏହି ବର୍ଷର ଶୀତ ରେକର୍ଡ ଭାଙ୍ଗିଛି। ଏହାପୂର୍ବରୁ,ଜାନୁଆରୀ ୨୦୧୩ରେ ଶେଷ ଥର ପାଇଁ ରାଜଧାନୀରେ ଏପରି ଥଣ୍ଡା ହୋଇଥିଲା । ସମଗ୍ର ଦିଲ୍ଲୀ ବର୍ତ୍ତମାନ ଶୀତର ଲହରୀ ସାଙ୍ଗକୁ ଘନ କୁହୁଡ଼ି ମଧ୍ୟରେ ଆଚ୍ଛାଦିତ ହୋଇ ରହିଛି। ଭାରତ ପାଣିପାଗ ବିଭାଗ (ଆଇଏମଡି) ର ପୂର୍ବାନୁମାନ ଅନୁଯାୟୀ,ଜାନୁୟାରୀ ୧୧ ରୁ ୧୩ ମଧ୍ୟରେ ପରେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଆସିପାରେ । 


ରାଜଧାନୀରେ ଶୀତ ଓ କୁହୁଡିକୁ ନେଇ ଆଲର୍ଟ ଜାରି :


ଆଜି ରାଜଧାନୀ ଦିଲ୍ଲୀରେ ଶୀତ ଓ ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା ଏବଂ ସର୍ବାଧିକ ତାପମାତ୍ରା ୧୯ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା । ପାଲାମ ଏବଂ ସଫଦରଜଙ୍ଗରେ କୁହୁଡ଼ି ହେତୁ ୫୦ ମିଟରରେ ଦୃଶ୍ୟମାନତା ମାପ କରାଯାଇଥିଲା । ଆସନ୍ତା 2 ଦିନ ପାଇଁ ଶୂନ ଦୃଶ୍ୟମାନ ହେବାକୁ ପାଣିପାଗ ବିଭାଗ ଚେତାବନୀ ଦେଇଛି।


ଏହାବି ପଢନ୍ତୁ : Joshimath Sinking: ଯୋଶୀମଠ ସଙ୍କଟ ଏକ 'ଟ୍ରେଲର', 'ବିପଦ ଘଣ୍ଟି' ବଜାଇଲା ହିମାଳୟ! ଆଗକୁ ଆସିପାରେ ବଡ଼ ବିପଦ


ଏହାବି ପଢନ୍ତୁ : Joshimath Sinking: କେବଳ ଜୋଶୀମଠ ନୁହେଁ ଭବିଷ୍ୟତରେ ବିଲୁପ୍ତ ହୋଇଯିବ କେଦାରନାଥ ଓ ବଦ୍ରିନାଥ !


କୁହୁଡ଼ି ହେତୁ ବିଳମ୍ବରେ ବିମାନ ଉଡ଼ାଣ:


ତେବେ, ଘନ କୁହୁଡି ହେତୁ ବିମାନ ଚଳାଚଳ ଉପରେ ମଧ୍ୟ ପ୍ରଭାବ ପକାଇଛି । ଜାତୀୟ ରାଜଧାନୀରେ କୁହୁଡି ଏବଂ ଥଣ୍ଡା ଯୋଗୁଁ ଆଜି (ଜାନୁଆରୀ ୧୦) କିଛି ବିମାନ ବିଳମ୍ବରେ ଉଡାଣ ଭରିବ ବୋଲି ସୂଚନା ମିଳିଛି। ଏହି ସବୁ ବିମାନ ଗୁଡିକ ହେଲା ଦିଲ୍ଲୀ-କାଠମାଣ୍ଡୁ, ଦିଲ୍ଲୀ-ଜୟପୁର,ଦିଲ୍ଲୀ-ଶିମଲା, ଦିଲ୍ଲୀ-ଦେହରାଡୁନ୍, ଦିଲ୍ଲୀ-ଚଣ୍ଡିଗଡ଼-କୁଲୁ ।