Weather Update: ରାଜ୍ୟରେ (rain)ଜାରି ରହିଛି ଲଗାଣ ବର୍ଷା । ମୌସୁମୀ ସକ୍ରିୟ ଥିବା ପଛକୁ ପଛ ଆସୁଛି ଗୋଟିଏ ପରେ ଗୋଟିଏ ଲଘୁଚାପ। ଗତ କିଛି ଦିନ ହେଲାଣୀ ରାଜ୍ୟରେ ବର୍ଷାର ବିତ୍ପାତ ଦେଖିବାକୁ ମିଳୁଛି । କାହିଁକିନା ଏବେ ଉତ୍ତର- ଓଡିଶା ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ। ପ୍ରଭାବରେ ରାଜ୍ୟରେ ରାଜ୍ୟରେ ଗତ କିଛି ଦିନ ହେବ ବର୍ଷା(rainfall) ଜାରି ରହିଛି । ପାଣିପାଗ ବିଭାଗର (imd)ସୂଚନା ଅନୁସାରେ, ୩୦ରୁ ତାରିଖରୁ ବର୍ଷାର ପରିମାଣ ବଢିଛି। ଏନେଇ କିଛି ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।




COMMERCIAL BREAK
SCROLL TO CONTINUE READING

Also Read: Horoscope Today 31 July 2023: ଏହି ରାଶିର ଲୋକେ ରୁହନ୍ତୁ ସାବଧାନ୍! ରହିଛି ଧନ ହାନୀ ପ୍ରାଣପୀଡା ଦୁର୍ଯୋଗ,ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଆଜିର ଦିନ?


Also Read: Shukra Gochar 2023: କର୍କଟ ରାଶିକୁ ଚଳନ କରିବେ ଶୁକ୍ର ,ଏହି ତିନି ରାଶିଙ୍କ ଜୀବନରେ ମାଡି ଆସିବ ବଡ଼ ବିପଦ!


ପାଣିପାଗ ବିଭାଗର ତାଜା ଅପଡେଟ୍ ଅନୁସାରେ, ଆଜି ସାତୋଟି(7 districts) ଜିଲ୍ଲାରେ ପ୍ରବଳ ବର୍ଷା (Heavy to very heavy rain) ନେଇ ଅରଞ୍ଜ ଆଲର୍ଟ(orange warning) ଜାରି କରାଯାଇଛି । ଢେଙ୍କାନାଳ, ସମ୍ବଲପୁର, ଅନୁଗୁଳ,ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଓ କନ୍ଧମାଳ । ସେହିପରି ଆସନ୍ତା ୧ ତାରିଖରେ  ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଅନୁଗୁଳ, ବରଗଡ଼, ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, ଯାଜପୁର ଏବଂ ଭଦ୍ରକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲା ଗୁଡିକରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।


ସୂଚନା ଥାଉ କି, ରାଜ୍ୟରେ ପାଗ ମେଘୁଆ ରହିଥିବା ବେଳେ କିଛି ସ୍ଥାନରେ ବର୍ଷା ଜାରି ରହିଛି । ରାଜ୍ୟରେ ଆସନ୍ତା ୨ ତାରିଖ ଯାଏଁ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।  ସେପଟେ, ଜୁଲାଇ ମାସରେ ରାଜ୍ୟରେ ଭଲ ବର୍ଷା ହୋଇଥିବା ବର୍ଷା ଚାଷ କାର୍ଯ୍ୟ ପାଇଁ ଅନୁକୂଳ ହୋଇଛି । ଗତ ୨୦୧୮ ମସିହା ଜୁଲାଇ ମାସରେ ଗୋଟିଏ ଅବପାତ, ଗୋଟିଏ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଓ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଥିଲା । ସେହିବର୍ଷ ଜୁଲାଇରେ ୪୩୪.୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଏହା ସ୍ବାଭାବିକଠାରୁ ୨୯% ଅଧିକ ଥିଲା ।  ସେହିପରି ୨୦୧୯ ମସିହାରେ ରାଜ୍ୟରେ ଗୋଟିଏ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଓ ୩ଟି ଲଘୁଚାପ ‌ସୃଷ୍ଟି ହୋଇଥିଲା । ସେହି ବର୍ଷ ରାଜ୍ୟରେ ୩୦୦.୩ ମିମି ବର୍ଷା ହୋଇଥିଲା । ଯାହାକି ସ୍ବାଭାବିକଠାରୁ ୨୯% କମ୍ ଥିଲା । ମାତ୍ର ୨୨୪.୮ ମିମି ବର୍ଷା ସହ ୩୫ ପ୍ରତିଶତ କମ୍ ବର୍ଷା ସେହିବର୍ଷ ରାଜ୍ୟରେ ମରୁଡି ପରିସ୍ଥିତି ସୃଷ୍ଟି କରିଥିଲା ।  ୨୦୧୧ ମସିହାରେ ଗୋଟିଏ ଲଘୁଚାପ ଓ ଗୋଟିଏ ସ୍ପଷ୍ଟ ଚିହ୍ନିତ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ହୋଇଥିଲା ଯାହା  ମଧ୍ଯ ଅନୁରୂପ ଭାବେ ଜୁଲାଇରେ ନିଅଣ୍ଟିଆ ବର୍ଷା ସ୍ଥିତି ସୃଷ୍ଟି କରିଥିଲା ।