Weather Update: ରାଜ୍ୟରେ କାଲିଠାରୁ ବଢିବ ବର୍ଷାର ପରିମାଣ (Rainfall)। ଆସନ୍ତାକାଲି କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre)।  କାହିଁକିନା ମିଆଁମାର ଅଞ୍ଚଳରେ ସକ୍ରିୟ ରହିଛି ଏକ ଘୂର୍ଣ୍ଣିବଳୟ। ଏହି ଘୂର୍ଣ୍ଣିବଳୟ  ଆସନ୍ତାକାଲି ଉତ୍ତର ଆଣ୍ଡାମାନ ସାଗର ପାର୍ଶ୍ବବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପ୍ରବେଶ କରିବ । ଯାହା ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ  ବଙ୍ଗୋପସାଗରରେ ଏକ ଲଘୁଚାପର ରୂପ ନେବ। ଏବଂ ଘନିଭୂତ ହୋଇ ଅବପାତର ରୂପ ନେବ । ଯାହାର ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟର ଏକାଧିକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆସନ୍ତା ଚାରିଦିନ ପ୍ରବଳ ବର୍ଷା ନେଇ (Heavy Rain) ଆଲର୍ଟ ଜାରି କରିଛି  ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre)। ଏହାସହ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।


COMMERCIAL BREAK
SCROLL TO CONTINUE READING

 




Also Read: Shani Gochar: ଶନିଙ୍କ ଚଳନ ବଦଳାଇବ ଏହି ୪ ରାଶିଙ୍କ ଭାଗ୍ୟ, ଧନଲାଭ ସହ ମିଳିବ ଚାକିରି ପାଇଁ ବଡ଼ ଅଫର 


ସେହିପରି ଆଜି ରାଜ୍ୟରେ କେତେକ ସ୍ଥାନରେ ବର୍ଷା ଘଡଘଡି ହୋଇପାରେ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre) ୧୧ ଜିଲ୍ଲାକୁ ଆଲର୍ଟ ( alert) ଜାରି କରିଛି । ସେହିପରି ଆସନ୍ତାକାଲି( ୨୯ତାରିଖରେ) ଚାରୋଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ଏହି ସବୁ ଜିଲ୍ଲା ଗୁଡି଼କ ହେଲା, କୋରାପୁଟ,ବାଲେଶ୍ୱର, ମାଲାକାନାଗିରି ଓ ମୟୂରଭଞ୍ଜ। ଏହି ସବୁ ସ୍ଥାନ ଗୁଡି଼କରେ  ୭୦ ରୁ ୧୧୦ ମିମି ବର୍ଷା ହୋଇପାରେ। ଅନ୍ୟପଟେ,  କୋରାପୁଟ , ନବରଙ୍ଗପୁର ,ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ମାଲାକାନାଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର,  ଖୋର୍ଦ୍ଧା, ପୁରୀ,କେନ୍ଦ୍ରାପଡା, କଟକ ଓ ଜଗତସିଂହପୁରର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। 


ସେହିପରି ୩୦ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। ଏନେଇ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ( yellow alert) ଜାରି କରାଯାଇଛି।  ସେହି ଜିଲ୍ଲା ଗୁଡି଼କୁ ହେଲା ନୂଆପଡା, ଗଜପତି, କନ୍ଧମାଳ , ସୁନ୍ଦରଗଡ,କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ରାୟଗଡା,  ଅନୁଗୁଳ, କୋରାପୁଟ, କଳାହାଣ୍ଡି,ମାଲାକାନାଗିରି ଓ ନବରଙ୍ଗପୁର। ସେହିପରି ,ରାଜ୍ୟରେ ଆସନ୍ତା ୧ ଓ ୨ ତାରିଖ ବେଳକୁ ମଧ୍ୟ ବର୍ଷା ଲାଗିର ପରିମାଣ ଆହୁରି ବଢିବ ବୋଲି ଅନୁମାନ କରାଯାଉଛି। ସେପ୍ଟେମ୍ବର ମାସରୁ ଏଯାବତ ରାଜ୍ୟରେ ୩୧୫.୯ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୨୨୦.୬ ମିମି ତୁଳନାରେ ୪୩ ପ୍ରତିଶତ ଅଧିକ ରହିଛି । ଏହି ୨୭ ଦିନର ବର୍ଷା, ସେପ୍ଟେମ୍ବର ମାସର ସ୍ୱାଭାବିକ ବର୍ଷା ୨୩୫.୭ ମିମି ତୁଳନାରେ  ୩୪ ପ୍ରତିଶତ ଅଧିକ ରହିଛି।