Weird News: ପୃଥିବୀରେ ଅନେକ ଦେଶ ରହିଛି। ବିଭିନ୍ନ ଦେଶରେ ଲୋକଙ୍କ ପରମ୍ପରା ମଧ୍ୟ ଭିନ୍ନ ହୋଇଥାଏ । କିଛି ଅଞ୍ଚଳର ପରମ୍ପରା(Rituals) ଓ ରୀତିନୀତି ବିଷୟରେ ଶୁଣିଲେ ଯେତିକି ଆଶ୍ଟର୍ଯ୍ୟ ଲାଗେ ମନରେ ସେତିକି କୌତୂହଳ ମଧ୍ଯ ଜାତ ହୁଏ। ଆମ ଦେଶରେ କୁକୁର ଓ ଗଛ ସହ ବିବାହ କରିବାର ପ୍ରଥାରୁ ଆରମ୍ଭ କରି କେନିଆ ଦେଶର ଛେପ ପକାଇ ଆଶୀର୍ବାଦ ଦେବା ପ୍ରଥା କଥା ତ ଆପଣ ଶୁଣିଥିବେ, କିନ୍ତୁ ଏମିତି ଏକ ଦେଶ ଅଛି ଯେଉଁଠାରେ ଶାରୀରିକ ସମ୍ବନ୍ଧ (Physical Relationship) ରଖିବାକୁ ଲୋକେ ପାପ ବୋଲି ବିବେଚନା କରନ୍ତି। ଆଜ୍ଞା ହିଁ କାନକୁ ବିଶ୍ବାସ ହେଉନଥିବା ଏହି କଥା ପ୍ରକୃତରେ ସତ୍ୟ ଅଟେ।  


COMMERCIAL BREAK
SCROLL TO CONTINUE READING

ଆୟଲ୍ୟାଣ୍ତକୁ(Ireland) ଏକ ସୁନ୍ଦର ଦେଶ ଭାବେ ଗଣନା କରାଯାଏ । ଉତ୍ତର ଆଟଲାଣ୍ଟିକ୍ ମହାସାଗରସ୍ଥିତ ଉତ୍ତର ୟୁରୋପରେ ଅବସ୍ଥିତ ଏହି ଦେଶରେ ଅନେକ ଗୁଡି଼ଏ ଦ୍ବୀପର ସମାହାର ଅଟେ। ସମୁଦ୍ର ମଝିରେ ଥିବା ଏହି ଦ୍ବୀପ ଗୁଡି଼କରେ ଅନେକ ଜନଜାତି ବାସ କରନ୍ତି। ତେବେ ସେଠାରେ ରହୁଥିବା ଭିନ୍ନ ଭିନ୍ନ ଜନଜାତି ମାନଙ୍କର ପରମ୍ପରା ମଧ୍ୟ ଭିନ୍ନ ଅଟେ। ସେଠାରେ ଏମିତି ଏକ ଜନଜାତି ରୁହନ୍ତି, ଯେଉଁମାନେ ଶାରୀରିକ ସମ୍ପର୍କକୁ ପାପ ବୋଲି ମାନି ଥାଆନ୍ତି। ଏମାନେ କେବଳ ବଂଶ ବୃଦ୍ଧି କରିବା ପାଇଁ ସମ୍ପର୍କ ରଖିଥାଆନ୍ତି। ସନ୍ତାନ ଜନ୍ମ ହେବା ପରେ ଏମାନେ ଆଉ ସମ୍ପର୍କ ରଖିବାକୁ ଉଚିତ୍ ମନେ କରନ୍ତି ନାହିଁ। ଆୟଲ୍ୟାଣ୍ତର ଏକ ଦ୍ୱୀପ ହେଉଛି ଇନିଶ୍‌ ବେଗ୍‌।  ସେଠାକାର ଲୋକମାନେ ନିଜ ପରମ୍ପରାକୁ ବହୁତ ଗୁରୁତର ସହ ମାନନ୍ତି। ବହୁ ସମୟ ଧରି ଦେଶର ମୁଖ୍ୟ ସ୍ରୋତଥାରୁ ଦୂରେଇ ରଖିବା ପରେ ମଧ୍ୟ ସେଠାରେ ଇଂରାଜୀ ଭାଷା ପ୍ରଚଳିତ। ବିଷେଶଜ୍ଞ ମାନଙ୍କ କହିବା ଅନୁଯାୟୀ, ଇନିଶ୍‌ ବେଗ୍‌ର ବାସିନ୍ଦା ମାନେ ଶାରୀରିକ ସମ୍ପର୍କକୁ ପାପ ବୋଲି ମାନିଥାଆନ୍ତି। କେବଳ ଛୁଆ ଜନ୍ମ କରିବା ପାଇଁ ଏମାନେ ସମ୍ପର୍କ ରଖୁଥିବା ବେଳେ ଅନ୍ୟ ସମୟରେ ସେମାନେ ସମ୍ପର୍କ ରଖି ନଥାନ୍ତି। ବିବାହ ପୂର୍ବରୁ ସମ୍ପର୍କ ରଖିବା ସେଠାରେ ଏକ ଅପରାଧ ରୂପେ ବିବେଚନା କରାଯାଏ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ବିବାହ ପରେ ଦମ୍ପତିମାନେ ସମ୍ପର୍କ ରଖିବା ସମୟରେ ସମ୍ପୂର୍ଣ୍ଣ ଉଲଗ୍ନ ହୁଅନ୍ତି ନାହିଁ। ଏହାକୁ ସେଠାରେ ପରମ୍ପରା ବିରୋଧୀ କାର୍ଯ୍ୟ ବୋଲି ମାନନ୍ତି। ଏହି ଜନଜାତିର ପୁରୁଷ ଓ ସ୍ତ୍ରୀ ଲୋକ ମାନେ ପୋଷାକ ପିନ୍ଧିକି ଶାରୀରିତ ସମ୍ପର୍କ ରଖିଥାଆନ୍ତି ।


ଏହାଛଡା଼ ଏହି ଦ୍ୱୀପରେ ଅନେକ କାର୍ଯ୍ୟକଳାପ ଉପରେ ସମ୍ପୂର୍ଣ୍ଣ ଭାବେ ରୋକ ଲଗାଯାଇଛି। ଚୁମ୍ବନ,(KISS) ହସ୍ତ ମୈଥୁନ ଓ ସମଲିଙ୍ଗୀ ସମ୍ପର୍କ(Same sex relationship) ରଖିବା ଏଠାରେ ପୂରାପରି ଭାବେ ନିଷେଧ ଅଟେ। ନିଜ ଅଞ୍ଚଳକୁ ସଫା ସୁତୁରା ରଖିବାରେ ଏମାନେ ମାହିର୍‌। ଖୋଲା ସ୍ଥାନରେ ଅପରିଷ୍କାର କରିବା କିମ୍ବା ପରିସ୍ରା କରିବା ସେଠାରେ ଏକ ଦଣ୍ଡନୀୟ ଅପରାଧ ଅଟେ। ତେବେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସେଠାରେ ଅଲଗା ଅଲଗା କଟକଣା ଜାରି କରାଯାଇଛି। ଏପରିକି ନଗ୍ନ ନ ଦେଖାଯିବା ପାଇଁ ସେଠାରେ ଲୋକେ ବହୁତ କମ ଗାଧାନ୍ତି। ଏହି ଜନଜାତିର ଲୋକ ନିଜ ନିୟମ ତିଆରି କରିଥିବା ବେଳେ ସମସ୍ତେ ଏହାର ପାଳନ ମଧ୍ୟ କରନ୍ତି।