PM Awas Yojana: ସଦ୍ୟ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ହୋଇଥିବା ଦୁର୍ନୀତିକୁ ନେଇ ପଞ୍ଚାୟତ ସଦସ୍ୟ ଏକ ଚରମ ନିଷ୍ପତ୍ତି ନେଇଛନ୍ତି।  ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ହୋଇଥିବା ଦୁର୍ନୀତି କାରଣରୁ ଜିଲ୍ଲାର ଭରତପୁର ପଞ୍ଚାୟତ ସଦସ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦୁର୍ନୀତି ମାମଲାରେ ଜନ ଆକ୍ରୋଶର ଭୟ ରହିଥିବାରୁ ପଞ୍ଚାୟତ ସଦସ୍ୟ ଇସ୍ତଫା ଦେବା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ଭରତପୁର ଗ୍ରପଞ୍ଚାୟତର ପଞ୍ଚାୟତ ମୁଖ୍ୟ, ଉପ ପଞ୍ଚାୟତ ମୁଖ୍ୟଙ୍କ ସମେତ ଅନ୍ୟ ୧୭ ଜଣ ସଦସ୍ୟ ଇସ୍ତଫା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ବିଗତ କିଛି ଦିନ ହେବ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରୁ  ଆବାସ ଯୋଜନା ତାଲିକାରେ ଅଯୋଗ୍ୟ ଲୋକଙ୍କ ନାମ ଅନ୍ତର୍ଭୂକ୍ତ ହେବାକୁ ନେଇ ଅନେକ ଅଭିଯୋଗ ଆସୁଥିଲା। ଏହି ତାଲିକାରେ ଶାସକ ଦଳର ନେତାଙ୍କ ନାମ ସ୍ଥାନ ପାଇବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଯଦିଓ ଶାସକ ଦଳର ନେତାଙ୍କ ପାଖରେ ପକ୍କା ଘର ରହିଛି। 


ପରିସ୍ଥିତ ଏପରି ହୋଇଛି ଭରତପୁର-୨ ପଞ୍ଚାୟତ ସମିତିର ମାଲିହାଟୀ ଗ୍ରାମପଞ୍ଚାୟତର ମୁଖ୍ୟ ଆବାସ ଯୋଜନାର ଯୋଗ୍ୟ ଲୋକଙ୍କୁ ଘର ଯୋଗାଇ ଦେଇ ନ ଥିବାରୁ କାନ୍ଦି ପକାଇଥିଲେ। ଶନିବାର ଦିନ ଉପ ପଞ୍ଚାୟତ ମୁଖ୍ୟଙ୍କ ସମେତ ଅନ୍ୟ ୧୭ ଜଣ ସଦସ୍ୟ ସେମାନଙ୍କ ଇସ୍ତଫା ପତ୍ର ବ୍ଲକ ଉନ୍ନୟନ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି। ସେମାନେ ଭର୍ଚ୍ୟୁଆଲ ମାଧ୍ୟମରେ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ସ୍ୱୀକାର କରିଛନ୍ତି। 


Also Read: West Bengal: ବିରିୟାନି ବିରୋଧରେ ଆସିଲା ଗୁରୁତର ଅଭିଯୋଗ, ଶୁଣିଲେ ଉଡ଼ିଯିବ ହୋସ


 


ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜନ ଆକ୍ରୋଶ ହେତୁ ପଞ୍ଚାୟତ ମୁଖ୍ୟ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ବିଡିଏ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ଖବର ଅନୁସାରେ ତୃଣମୂଳ କଂଗ୍ରେସ ଦ୍ୱାରା ପରିଚାଳିତ ମାଲିହାଟୀ ଗ୍ରାମପଞ୍ଚାୟତ ସଦସ୍ୟଙ୍କ ଇସ୍ତଫା ଗ୍ରହଣ କରାଯାଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ଘଟଣା ଜିଲ୍ଲାର ଶାସକ ଦଳର ନେତାଙ୍କ ଚିନ୍ତା ବଢାଇ ଦେଇଛି।


ପଞ୍ଚାୟତ ମୁଖ୍ୟ ସୈୟଦ ନସୀରୁଦ୍ଦିନ କହିଛନ୍ତି, "ସାଧାରଣ ଅସହାୟ, ଗରିବ ଲୋକ ଏହି ଯୋଜନାର ଲାଭ ପାଇ ନାହାଁନ୍ତି। ସେଥିପାଇଁ ଆମେ ଏଭଳି ନିଷ୍ପତ୍ତି ନେଇଛୁ। ସାଧାରଣ ଲୋକ ଆମ ଘର ଉପରେ ଆକ୍ରମଣ କରିପାରନ୍ତି। ଆତ୍ମରକ୍ଷା ପାଇଁ ଆମେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛୁ। ମୁଁ ବର୍ତ୍ତମାନ ଦଳର ଜଣେ ସାଧାରଣ କର୍ମୀ ଭାବରେ କାର୍ଯ୍ୟ କରିବି। "


ଅନ୍ୟପଟେ ପଞ୍ଚାୟତ ଉପମୁଖ୍ୟ  ମୋନିକା ଦାସ କହିଛନ୍ତି ଯେ ସାଧାରଣ ଲୋକ ଘର ନ ପାଇ ଆମକୁ ଦୁର୍ବ୍ୟବହାର କରୁଛନ୍ତି। ଏହାକୁ ନେଇ ଆମେ ଭୟଭୀତ ହୋଇପଡ଼ିଛୁ। ସେଥିପାଇଁ ଆମେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛୁ। ଏହି ଘଟଣାରେ ପ୍ରତିକ୍ରିୟା ରଖି ମୁର୍ଶିଦାବାଦ ଜିଲ୍ଲା ତୃଣମୂଳ କଂଗ୍ରେସ ସଭାପତି ଆବୁ ତାହେର କହିଛନ୍ତି, "ସରକାରୀ କର୍ମଚାରୀମାନେ ଏହି ତାଲିକା ପ୍ରସ୍ତୁତ କରିଛନ୍ତି, ପଞ୍ଚାୟତ ମୁଖ୍ୟ ମୁଖ୍ୟ  ଏହାକୁ କରିନାହାଁନ୍ତି। ଜିଲ୍ଲାରେ ପ୍ରାୟ ୨୫୦ ପଞ୍ଚାୟତ ରହିଛି। ଏପରି ଗୋଟିଏ ଘଟଣାକୁ ଜିଲ୍ଲାର ସାମଗ୍ରିକ ଚିତ୍ର ଭାବେ ବିବେଚନା କରାଯାଇ ପାରିବ ନାହିଁ। ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। "