DA hike News: ନୂଆଦିଲ୍ଲୀ: ଆଗାମୀ ମହଙ୍ଗା ଭତ୍ତା ସମ୍ପର୍କିତ ଖବର ପାଇଁ କେନ୍ଦ୍ରୀୟ କର୍ମଚାରୀଗଣ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି। ଏହାରି ମଧ୍ୟରେ ପଶ୍ଚିମବଙ୍ଗ ସରକାର ରାଜ୍ୟ ସରକାରୀ ଚାକିରିଆଙ୍କ ମହଙ୍ଗା ଭତ୍ତାରେ ବୃଦ୍ଧି କରିଛନ୍ତି। ଏହି ମହଙ୍ଗା ଭତ୍ତା ଗତ ଜାନୁଆରୀ ୧ ତାରିଖରୁ ଲାଗୁ କରିଛନ୍ତି। ତେବେ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ବୃଦ୍ଧି ସମ୍ପର୍କରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ ବର୍ଷରୁ ହିଁ ଘୋଷଣା କରି ଦେଇଥିଲେ। କିନ୍ତୁ ଏବେ ରାଜ୍ୟ ସରକାର ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ତେବେ ଗତ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରି କହିଥିଲେ କି ରାଜ୍ୟ ସରକାରଙ୍କ ସମସ୍ତ ୧୪ ଲକ୍ଷ କର୍ମଚାରୀ, ସମସ୍ତ ସ୍କୁଲ କଲେଜର ଶିକ୍ଷକ, ଅଧ୍ୟାପକ, ସମସ୍ତ ପେନସନଭୋଗୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ଘଟିବ। ଏଥିପାଇଁ ରାଜ୍ୟ ସରକାରଙ୍କୁ ୨୪୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ ବୋଲି ମମତା ଘୋଷଣା କରିଥିଲେ। 


ଏଠାରେ କହି ରଖୁ କି ପୂର୍ବରୁ ପଶ୍ଚିମ ବଙ୍ଗର ସରକାରୀ କର୍ମଚାରୀମାନେ ୬ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିଲା। ଏବେ ତାହା ବଢିଯାଇ ୧୦ ପ୍ରତିଶତରେ ପହଞ୍ଚିଛି। କେନ୍ଦ୍ରୀୟ କର୍ମଚାରୀଙ୍କ ତୁଳନାରେ ପଶ୍ଚିମବଙ୍ଗର କର୍ମଚାରୀଙ୍କ ଡିଏ ବ୍ୟବଧାନ ପାଖାପାଖି ୩୬ ପ୍ରତିଶତ ଅନ୍ତର ରହିଛି। ପୂର୍ବରୁ ମମତା ସ୍ପଷ୍ଟ କରିଦେଇଛନ୍ତି କି ରାଜ୍ୟ ସରକାରଙ୍କ ପାଇଁ ମହଙ୍ଗା ଭତ୍ତା ବାଧ୍ୟତାମୂଳକ ନୁହେଁ ବରଂ ତାହା ଏକ ବିକଳ୍ପ। କର୍ମଚାରୀଙ୍କ ଉନ୍ନତ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଥିରେ ବୃଦ୍ଧି କରାଯାଇଛି।