Viral Answer Sheet: ପରୀକ୍ଷାରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଚର୍ଚ୍ଚାକୁ ଆସିଛନ୍ତି ଜଣେ ପଞ୍ଚମ ଶ୍ରେଣୀର ଛାତ୍ର। ପରୀକ୍ଷା ପ୍ରଶ୍ନ ଉପରେ ଛାତ୍ର ଜଣଙ୍କ ଯେଉଁ ଉତ୍ତର ରଖିଛନ୍ତି ତାହା ଏବେ ଭାଇରାଲ ହେବାରେ ଲାଗିଛି। ଦେଶ ସ୍ୱାଧୀନ ହେବା ପୂର୍ବର ସାମାଜିକ କୁସଂସ୍କାର ସମ୍ପର୍କରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଛାତ୍ର ଜଣଙ୍କ ଯାହା ଲେଖିଛନ୍ତି ତାହା ଭାଇରାଲ ହୋଇଛି। ନିଜର ଉତ୍ତର ପାଇଁ ପଞ୍ଚମ ଶ୍ରେଣୀର ଛାତ୍ର ସମସ୍ତଙ୍କ ହୃଦୟ ଜିତିଛନ୍ତି। ପୁରା ଘଟଣାକ୍ରମ କ'ଣ ତାହା ଆପଣ ଜାଣନ୍ତୁ। 


COMMERCIAL BREAK
SCROLL TO CONTINUE READING

ଏହି ପୋଷ୍ଟ ପାଥଫାଇଣ୍ଡର ପବ୍ଲିସଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପ୍ରତିଷ୍ଠାତା ତଥା ସିଇଓ ମହେଶ୍ୱର ପେରି ସେୟାର କରିଛନ୍ତି। ଯେଉଁଥିରେ ସେ ପଞ୍ଚମ ଶ୍ରେଣୀରେ ପଢୁଥିବା ତାଙ୍କ ପୁଅର ପରୀକ୍ଷା ଉତ୍ତର ଖାତାର ଏକ ଅଂଶ ଟ୍ୱିଚ କରିଛନ୍ତି। ଏହି ପରୀକ୍ଷାରେ  ଦେଶ ସ୍ୱାଧୀନ ହେବା ପୂର୍ବର ସାମାଜିକ କୁସଂସ୍କାର ସମ୍ପର୍କରେ ପ୍ରଶ୍ନ ପଚରା ଯାଇଥିଲା। ଯେଉଁଥିରେ ପଚରା ଯାଇଥିଲା ଯେ, ଯଦି ଆପଣ ସ୍ୱାଧୀନତା ପୂର୍ବ ସମୟର ଜଣେ ସାମାଜିକ ସଂସ୍କାରକ, ହୋଇଥାନ୍ତେ, ତାହେଲେ ସେତେବେଳର ସମୟରେ ପ୍ରଚଳିତ ରହିଥିବା କେଉଁ ସାମାଜିକ କଂସଂସ୍କାରକୁ ହଟାଇବାକୁ ଚାହିଁଥାନ୍ତେ? ଯାହା ଦ୍ୱାରା ଭାରତୀୟ ସମାଜ ପଛ ଯିବାରୁ ରୋକାଯାଇଥାନ୍ତା? କାହିଁକି ବ୍ୟାଖ୍ୟା କରନ୍ତୁ?


ଏହାର ଉତ୍ତରରେ ମହେଶ୍ୱର ପେରିଙ୍କ ପୁଅ ଲେଖିଛନ୍ତି ଯେ, "ମୁଁ ବିଧବା ପୁନବିବାହ ଆଇନ ପ୍ରଣୟନ କରିବାକୁ ଚାହେଁ। ଯଦି କୌଣସି ମହିଳା ବିଧବା ହୋଇଯାନ୍ତି, ତାହେଲେ ସେ ସତୀ ହୋଇଯିବେ କିମ୍ବା ଧଳା ଶାଢୀ ପିନ୍ଧି ପାରିବେ। ସେ ନିଜ ଚୁଟି ବାନ୍ଧି ବାହାରକୁ ଯାଇପାରିବ ନାହିଁ। ଯଦି ସେମାନେ ପୁନର୍ବାର ବିବାହ କରିପାରନ୍ତି ତାହେଲେ ସେମାନଙ୍କ ଜୀବନ ବହୁତ ଭଲ ଏବଂ ସୁଖମୟ ହେବ। " ଏହି ଉତ୍ତର ପଢିବା ପରେ ଶିକ୍ଷକ ଏହାକୁ ଏକ ବହୁତ ଭଲ ଉତ୍ତର ବୋଲି ବିବେଚନା କରିଥିଲେ।  


ମହେଶ୍ୱର ପେରି ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ପଞ୍ଚମ ଶ୍ରେଣୀରେ ପଢୁଥିବା ମୋ ପୁଅ ପରୀକ୍ଷା ପ୍ରଶ୍ନ ଉତ୍ତର ଏପରି ଉତ୍ତର ଦେଇଛି। ଉତ୍ତମ କାରଣ ପାଇଁ ଏହି ପୋଷ୍ଟ ଅନେକ ସୋସିଆଲ ମିଡ଼ିଆ ବ୍ୟବହାରୀଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଟ୍ୱିଟର ୟୁଜର ପଞ୍ଚମ ଶ୍ରେଣୀ ଛାତ୍ରର ଦୟା ଏବଂ ଉତ୍ତମ ଭାବନାକୁ ପ୍ରଶଂସା କରିଥିଲେ। ଏନେଇ ଜଣେ ୟୁଜର ଲେଖିଛନ୍ତି ଯେ, "ଏହି ଛାତ୍ର ଜଣଙ୍କ ବହୁତ ଦୟାଳୁ ଏବଂ ତାଙ୍କ ହୃଦୟ ଯତ୍ନରେ ପରିପୂର୍ଣ୍ଣ... ଆପଣ ଗର୍ବ ଅନୁଭବ କରିବା ଆବଶ୍ୟକ।" ଅନ୍ୟ ଜଣେ ୟୁଜର କହିଛନ୍ତି ଯେ, "ଆପଣ ଏହାକୁ ଭଲ ଭାବରେ ପାଳନ କରିଛନ୍ତି। ଭଲ ହୋଇଛି। "