WhatsApp New Feature, ନୂଆଦିଲ୍ଲୀ: WhatsApp ଏବେ ବିଶ୍ୱର ସବୁଠାରୁ ଲୋକପ୍ରିୟ ମସେଜିଂ ଆପ ପାଲଟିଛି। ପ୍ରାୟତଃ ସମୟରେ ମେଟା ଏହି ମେସେଜିଂ ଆପରେ କିଛି ନା କିଛି ନୂଆ ଫିଚର ଆଣି ଥାଏ। ଯାହାକୁ ୟୁଜର୍ସମାନେ ମଧ୍ୟ ଅପକ୍ଷା କରିଥାନ୍ତି। ୟୁଜର୍ସଙ୍କ ଡିମାଣ୍ଡ ଅନୁସାରେ କମ୍ପାନୀ ନୂଆ ନୂଆ ଫିଚର ଲଞ୍ଚ କଲେ। ବର୍ତ୍ତମାନ WhatsApp ଆଉ ଏକ ନୂଆ ଫିଚର ଲଞ୍ଚ କରିଛି। ଏହି ଫିଚର ଆପଣଙ୍କ ମନ ଜିତି ନେବ। ତେବେ ଏହାର ଲାଭ ଉଠାଇବାକୁ ହେଲେ ଆପଣଙ୍କ ମୋବାଇଲରେ ଥିବା WhatsApp ଆପକୁ ଅପଡେଟ୍ କରିବାକୁ ପଡିବ।


COMMERCIAL BREAK
SCROLL TO CONTINUE READING

WhatsApp ତାର ମେସିଜିଂ ଆପ୍ ପାଇଁ ପୋଲ୍ ଫିଚର ଆଣିଛି। ପୂର୍ବରୁ କମ୍ପାନୀ WhatsAppରେ ଏକ ନୂଆ ଫିଚର ଆଣିବ ବୋଲି ଘୋଷଣା କରିଥିଲା। ଯାହାକୁ ବର୍ତ୍ତମାନ ଲଞ୍ଚ କରାଯାଇଛି। ଏବେ ୟୁଜର୍ସଙ୍କୁ ଗ୍ରୁପ ଚାଟିଂ କରିବା ସହ ପୋଲର କରିବାକୁ ମଧ୍ୟ ଅନୁମତି ମିଳିବ। ବର୍ତ୍ତମାନ ବିଶ୍ୱବ୍ୟାପୀ ପୋଲ୍ ସର୍ଭିସ୍ ଯୋଗାଇବାକୁ WhatsApp ନିଷ୍ପତ୍ତି ନେଇଛି। ତବେ ପୋଲ ସେବାର ଲାଭ ଉଠାବାକୁ WhatsAppକୁ ଅପଡେଟ କରିବାକୁ ପଡିବ। ଥରେ ଅପଡେଟ୍ ହୋଇଗଲେ ଆପରେ ଯୋଡା ଯାଇଥିବା ସମସ୍ତ ନୂଆ ସର୍ଭିସକୁ ଆପଣ ବ୍ୟବହାର କରିପାରିବେ।


Also Read: Facebook: ୧ ଡିସେମ୍ବରରୁ ବଦଳିଯିବ ଫେସବୁକ୍, ଆପଣଙ୍କ ପ୍ରୋଫାଇଲରେ ହେବ ଏହି ବଡ ପରିବର୍ତ୍ତନ


WhatsAppର ଷ୍ଟେବଲ ଭର୍ଜନରେ ଏବେ ପୋଲ୍ ସୁବିଧା ସାମିଲ ହୋଇଛି। ଏହା ପୂର୍ବରୁ କେବଳ ବିଟା ଭର୍ଜନରେ ଏହା ଉପଲବ୍ଧ ଥିଲା। ଏବେ ଗ୍ରୁପ ଚାଟ୍ ସହ ବ୍ୟକ୍ତିଗତ ଚାଟ୍ ବେଳେ ଏହାକୁ ବ୍ୟବହାର କରାଯାଇ ପାରିବ। ତେବେ ଏହି ସେବାରେ ସାମିଲ କରିବା ପାଇଁ ୧୨ଟି ବିକଳ୍ପ ରହିଛି। ଏକା ଥରେ ପୋଲରେ ୧୨ ଜଣଙ୍କୁ ଯୋଡିବାର ବିକଳ୍ପ ରହିଛି। ଜଣେ ସବୁବେଳେ କମ୍ ବିକଳ୍ପ ଚୟନ କରିଥାନ୍ତି। କିନ୍ତୁ ଗୋଟିଏ ପୋଲ୍ କରିବାକୁ ହେଲେ ୟୁଜର୍ସଙ୍କୁ ଅନୁନ୍ୟ ଦୁଇଟି ଲୋକଙ୍କୁ ଯୋଡିବାକୁ ପଡିବ।


ପୋଲରେ ଭୋଟିଂ କରିବା ପାଇଁ ପ୍ରତ୍ୟେକ ୟୁଜର୍ସଙ୍କୁ ଏକ କିମ୍ବା ଏକାଧିକ ବିକଳ୍ପ ଚୟନ କରିବାର ସ୍ୱାଧିନତା ରହିଛି। ୟୁଜର୍ସମାନେ ନିଜ ଇଚ୍ଛା ଅନୁସାରେ ପସନ୍ଦକୁ ବଦଳାଇ ପାରିବେ। ମତଦାନ ଶେଷ ହେବା ପୂର୍ବରୁ ଯେକୌଣସି ମୁହୁର୍ତ୍ତରେ ପୋଲରେ ପରିବର୍ତ୍ତନ କରାଯାଇପାରିବ। ତେବେ ଏହି ସର୍ଭିସ ପାଇବାକୁ ହେଲେ ୟୁଜର୍ସଙ୍କୁ ପ୍ରଥମେ ଇଣ୍ଡିଭିଜୁଆଲ କିମ୍ବା ଗ୍ରୁପ ଚାଟରେ ଯିବାକୁ ହେବ। ଏହାପରେ ଆଣ୍ଡ୍ରୋଏଡ ୟୁଜର୍ସ ଆଟାଚମେଣ୍ଟ ଓ ଆଇଓଏସ ୟୁଜର + ଆଇକନ ଉପରେ କ୍ଲିକ କରନ୍ତୁ। ଏବେ ପୋଲ୍ ପେଜ୍ ଖୋଲି ଯିବ। ତାପରେ ପୋଲର ବିକଳ୍ପ ଖୋଜି ସେଥିରେ ଆବଶ୍ୟକୀୟ ପ୍ରଶ୍ନ ପଚାରି  ତାକୁ ପୋଷ୍ଟ କରିଦିଅନ୍ତୁ।


Also Read: PF ଆକାଉଣ୍ଟଧାରୀମାନଙ୍କୁ ମାଗଣାରେ ମିଳିଥାଏ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା! ଉଠାନ୍ତୁ ଲାଭ


Also Read: 108 Ambulance Service: କାହିଁକି ବ୍ୟାହାତ ହେଉଛି ୧୦୮ ସେବା, ପଦାକୁ ଆସିଲା ଭୟଙ୍କର କଥା