when will petrol run out: କେବେ ନାଁ କେବେ ଆପଣ ଶୁଣିଥିବେ ଯେ ଖୁବ ଶୀଘ୍ର ବିଶ୍ୱରୁ ପେଟ୍ରୋଲ ଭଳି ଇନ୍ଧନର ଶେଷ ବୁନ୍ଦା ଶେଷ ହୋଇଯିବ। ହେଲେ କ'ଣ ଆପଣ ଜାଣିଛନ୍ତି ପେଟ୍ରୋଲ ଉତ୍ପାଦ ଶେଷ ହେବା ପାଇଁ କେତେ ସମୟ ବାକି ରହିଛି। ତାହାଲେ ଜାଣି ରଖନ୍ତୁ ଆପଣ।  ଯଦି ସମଗ୍ର ବିଶ୍ୱରେ ପେଟ୍ରୋଲିୟମ ସାମଗ୍ରୀର ବ୍ୟବହାର ବର୍ତ୍ତମାନ ହାରରେ ଜାରି ରହେ, ତାହେଲେ ଆସନ୍ତା ୫୦ ବର୍ଷ ମଧ୍ୟରେ ଅଶୋଧିତ ତୈଳ ଭଣ୍ଡାର ଶେଷ ହୋଇଯିବ।


COMMERCIAL BREAK
SCROLL TO CONTINUE READING

ଏହାକୁ ନଜରରେ ରଖି ଭାରତ (India) ସମେତ ଅନେକ ଦେଶ ସ୍ୱଚ୍ଛ ଶକ୍ତି ସମ୍ବଳର ବିକାଶ ତଥା ବ୍ୟବହାର (Clean Energy Resources Development and Utilization) ଏବଂ ବୈଦ୍ୟୁତିକ ଯାନ (Electric vehicles) ଆପଣାଇବା ଉପରେ ଗୁରୁତ୍ୱାରୋପ କରୁଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ (Minister of State for Petroleum and Natural Gas) କହିଛନ୍ତି ଯେ "ଏନର୍ଜି ଇନଷ୍ଟିଚ୍ୟୁଟ ଷ୍ଟାଟିଷ୍ଟିକାଲ ରିଭ୍ୟୁ ଅଫ ୱାର୍ଲ୍ଡ ଏନର୍ଜି" (Energy Institute Statistical Review of World Energy-2023) ପ୍ରକାଶିତ ରିପୋର୍ଟ ଅନୁସାରେ ବର୍ତ୍ତମାନର ସଂରକ୍ଷଣ ଏବଂ ଉତ୍ପାଦନ ଅନୁପାତ ଅନୁଯାୟୀ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ ଭଣ୍ଡାର (Crude Oil and Natural Gas Reserves) ବ୍ୟବହାରରେ ଯଦି କୌଣସି ପରିବର୍ତ୍ତନ ହୁଏ ନାହିଁ ତାହେଲେ ଏହାକୁ ଯଥାକ୍ରମେ ୫୩.୫ ବର୍ଷ ଏବଂ ୪୮.୮ ବର୍ଷ ପାଇଁ ବ୍ୟବହାର କରାଯାଇ ପାରିବ। 


Also Read: Green Hydrogen Mission: କ'ଣ ଏହି ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ ମିଶନ? ଯିଏ ଦେବ ୬ ଲୋକଙ୍କୁ ରୋଜଗାର, ନିବେଶ ହେବ ୮ ଲକ୍ଷ କୋଟି


କେଉଁ ନିଷ୍ପତ୍ତି ନେଇଛନ୍ତି ସରକାର?
ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ସ୍ତରରେ ସରକାର ବାୟୋ ଫୁଏଲ (Bio Fuel), କମ୍ପ୍ରେସଡ ବାୟୋ ଗ୍ୟାସ (Compressed Bio Gas), ଗ୍ରୀନ ହାଇଡ୍ରୋଜେନ (Green Hydrogen) ସମେତ ସ୍ୱଚ୍ଛ ଶକ୍ତି ସମ୍ବଳର ବିକାଶ ତଥା ବ୍ୟବହାର ସହିତ ହାଇଡ୍ରୋକାର୍ବନ (Hydrocarbons) ବଦଳାଇବା ପାଇଁ ବୈଦ୍ୟୁତିକ ଯାନ ବ୍ୟବହାର କରିବା ଦିଗରେ କାର୍ଯ୍ୟ କରୁଛନ୍ତି।


ରାଜ୍ୟ ସଭାରେ ପଚରା ଯାଇଥିବା ପ୍ରଶ୍ନର ଏକ ଲିଖିତ ଜବାବରେ ଏକଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ରାମେଶ୍ୱର ତେଲି (Union Minister Rameswar Teli)। ମନ୍ତ୍ରୀଙ୍କୁ ପଚରା ଯାଇଥିଲା ଯେ କ'ଣ ସରକାର ଜାଣିଛନ୍ତି କି ଯଦି ବର୍ତ୍ତମାନ ହାରର ପେଟ୍ରୋଲିୟମ ଉତ୍ପାଦନ (Petroleum Production) ଜାରି ରହେ ତାହେଲେ ଆସନ୍ତା ୫୦ ବର୍ଷ ମଧ୍ୟରେ ବିଶ୍ୱର ପେଟ୍ରୋଲିୟମ ସଂରକ୍ଷଣ (Petroleum Storage) ଶେଷ ହୋଇଯିବ। ଏହାର ଜବାବରେ ମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାର ଗ୍ରୀନ ହାଇଡ୍ରୋଜେନ ଏବଂ ପ୍ରାକୃତିକ ଗ୍ୟାସ ସହ ବାୟୋ ଇନ୍ଧନ (Bio Fuel), କମ୍ପ୍ରେସଡ୍ ବାୟୋ ଗ୍ୟାସ (Compressed Bio Gas) ଏବଂ ଅକ୍ଷୟ ଶକ୍ତି (Renewable Energy) ବ୍ୟବହାର ବଢାଇବାକୁ ଚେଷ୍ଟା କରୁଛନ୍ତି।


Also Read: Russia Ukraine War: ଏହି ଦୃଷ୍ଟିକୋଣରୁ ବରଦାନ ସାବ୍ୟସ୍ତ ହୋଇପାରେ ଯୁଦ୍ଧ, ଜାତିସଂଘ ପାଣିପାଗ ବିଭାଗ ମୁ୍ଖ୍ୟ କହିଲେ ଏକଥା


କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ଦିଗରେ ପେଟ୍ରୋଲ ଭଳି ଇନ୍ଧନରେ ଇଥାନଲ୍ ମିଶ୍ରଣକୁ (ethanol mix in petrol) ବୃଦ୍ଧି କରିବା, ଡିଜେଲ ଭଳି ଇନ୍ଧନରେ ବାୟୋଡିଜେଲ ମିଶ୍ରଣକୁ (blending of biodiesel with diesel) ବୃଦ୍ଧି କରିବା, ଅର୍ଥନୈତିକ ପରିବହନ ପାଇଁ ଦୀର୍ଘ ମିଆଦି ଯୋଜନା ଆଧାରରେ କମ୍ପ୍ରେସଡ ବାୟୋ ଗ୍ୟାସ ପ୍ଲାଣ୍ଟ (Compressed Biogas Plant) ସ୍ଥାପନ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି।