Road Network In The World: ସଡକ ନେଟୱାର୍କ ହେଉଛି କୌଣସି ଦେଶର ପରିବହନ ବ୍ୟବସ୍ଥାର ମୌଳିକ ମୂଳଦୁଆ। ରାସ୍ତାର ଉପସ୍ଥିତି ଲୋକଙ୍କୁ ସହଜରେ ବିଭିନ୍ନ ସ୍ଥାନକୁ ପହଞ୍ଚିବାରେ ସାହାଯ୍ୟ କରିଥାଏ। ଏକ ମଜବୁତ ଏବଂ ପ୍ରଭାବଶାଳୀ ସଡକ ଭିତ୍ତିଭୂମି ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା ଆଦି କ୍ଷେତ୍ରରେ ଲୋକଙ୍କୁ ସହାୟକ ହୋଇଥାଏ। ସଡକ ନେଟୱାର୍କ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିଥାଏ। ନୂତନ ବ୍ୟବସାୟ ସୁଯୋଗ, ବିନିଯୋଗର ଉତ୍ସ ଏବଂ ରୋଜଗାରର ଉତ୍ସ ଖୋଲିଥାଏ ସଡ଼କ।


COMMERCIAL BREAK
SCROLL TO CONTINUE READING

ନିକଟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ପକ୍ଷରୁ ବିଶ୍ୱର ସର୍ବବୃହତ ସଡକ ନେଟୱାର୍କ ରହିଥିବା ଦେଶର ଏକ ତାଲିକା ପ୍ରକାଶ ପାଇଥିଲା। ଏହି ତାଲିକାରେ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍, ଭାରତ, ମେକ୍ସିକୋ, ଆର୍ଜେଣ୍ଟିନା, ବ୍ରାଜିଲ, ଋଷିଆ, ଅଷ୍ଟ୍ରେଲିଆ, ଜର୍ମାନୀ, ଫ୍ରାନ୍ସ ଭଳି ଦେଶ ଅନ୍ତର୍ଭୂକ୍ତ ରହିଥିବାର ଜଣାପଡ଼ିଛି। ଏହି ରିପୋର୍ଟ ୱାର୍ଲ୍ଡ ଅଫ୍ ଷ୍ଟାଟିଷ୍ଟିକ୍ସ (World of Statistics Report on Road Connectivity) ପକ୍ଷରୁ ପ୍ରକାଶିତ ହୋଇଥିଲା। 


ଯୁକ୍ତରାଷ୍ଟ୍ର ଆମେରିକାରେ ରହିଛି ବିଶ୍ୱର ସର୍ବବୃହତ ସଡକ ନେଟୱାର୍କ 
ସଡକ ନେଟୱାର୍କ ଦୃଷ୍ଟିରୁ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ସ୍ଥାନରେ ରହିଛି। ଏହି ଦେଶରେ ମୋଟ ସଡକ ନେଟୱାର୍କ ଲମ୍ବା ହେଉଛି ୩୦ ଲକ୍ଷ ୯୭ ହଜାର ୨୭୮ କିମି। ଏହା ହେଉଛି ବିଶ୍ୱର ମୋଟ ସଡକ ସଂଯୋଗ ୧୪.୩୪ ପ୍ରତିଶତ।


ଦ୍ୱିତୀୟ ସ୍ଥାନରେ ଚୀନ ଏବଂ ତୃତୀୟ ସ୍ଥାନରେ ରହିଛି ଭାରତ 
ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଥିବା ଦେଶ ହେଉଛି ହେଉଛି ଚୀନ। ଯେଉଁଠାରେ ମୋଟ ୧୭ ଲକ୍ଷ ୯ ହଜାର ୯୯୭ କିଲୋମିଟର ସଡକ ନେଟୱାର୍କ ରହିଛି। ଅନ୍ୟପଟେ ଚତୁର୍ଥ ସ୍ଥାନରେ ଭାରତ ରହିଛି। ଯେଉଁଠାରେ ସଡକ ନେଟୱାର୍କ ମଧ୍ୟ ଦ୍ରୁତ ଗତିରେ ବିସ୍ତାର କରୁଛି। ଭାରତ ଭଳି ଏକ ବିଶାଳ ଦେଶର ମୋଟ ସଡକ ନେଟୱାର୍କ ଲମ୍ବା ହେଉଛି ୧୦ ଲକ୍ଷ ୫୨ ହଜାର ୭୧୮ କିଲୋମିଟର।  ୱାର୍ଲ୍ଡ ଅଫ୍ ଷ୍ଟାଟିଷ୍ଟିକ୍ସ ରିପୋର୍ଟ ଅନୁଯାୟୀ ବିଶ୍ୱର ମୋଟ ସଡକ ସଂଯୋଗ ୪.୮୭ ପ୍ରତିଶତ ଅଂଶ ଭାରତରେ ଅବସ୍ଥିତ ରହିଛି। 


ଚତୁର୍ଥ ସ୍ଥାନରେ ମେକ୍ସିକୋ ଏବଂ ପଞ୍ଚମ ସ୍ଥାନରେ ରହିଛି ଆର୍ଜେଣ୍ଟିନା 
ସଡ଼କ ନେଟୱାର୍କ ତାଲିକାରେ ମେକ୍ସିକୋ ଚତୁର୍ଥ ସ୍ଥାନରେ ରହିଛି। ଏହି ଦେଶରେ ମୋଟ ସଡକ ନେଟୱାର୍କ ଲମ୍ବା ହେଉଛି ୭ ଲକ୍ଷ ୪୧ ହଜାର ୯୪୯ କିଲୋମିଟର। ଅନ୍ୟପଟେ ଆର୍ଜେଣ୍ଟିନା ପଞ୍ଚମ ସ୍ଥାନରେ ରହିଛି। ଏହି ଲାଟିନ ଆମେରିକୀୟ ଦେଶରେ ମୋଟ ସଡ଼କ ନେଟୱାର୍କ ଲମ୍ବା ୭ ଲକ୍ଷ ୩ ହଜାର ୮୭ କିଲୋମିଟର। 


Also Read: Longest Highway in World: ବିଶ୍ୱର ସବୁଠାରୁ ଲମ୍ବା ରାଜପଥ; ଯିଏ ଅତିକ୍ରମ କରିଥାଏ ୧୪ ଦେଶ


 


ବିଶ୍ୱର କିଛି ପ୍ରମୁଖ ଦେଶର ସଡ଼କ ନେଟୱାର୍କ ଲମ୍ବା ଏବଂ ପ୍ରତିଶତ ବିଷୟରେ ଜାଣନ୍ତୁ।


  • ୧.ଯୁକ୍ତରାଷ୍ଟ୍ର ଆମେରିକା: ୩୦,୯୭,୨୭୮ କିମି ୧୪.୩୪%

  • ୨.ଚୀନ୍: ୧୭,୦୯, ୯୯୭ କିମି, ୭.୯୨%

  • ୩.ଭାରତ: ୧୦,୫୨,୭୧୮ କିମି, ୪.୮୭%

  • ୪.ମେକ୍ସିକୋ: ୭, ୪୧, ୯୪୯ କିମି, ୩.୩୪%

  • ୫.ଆର୍ଜେଣ୍ଟିନା: ୭,୦୩, ୦୮୭ କିମି, ୩.୨୫%

  • ୬.ବ୍ରାଜିଲ୍: ୬, ୮୧, ୨୬୭ କିମି, ୩.୧୫%

  • ୭.ଋଷିଆ: ୬, ୨୧, ୮୧୩ କିମି, ୨.୮୮%

  • ୮.ଅଷ୍ଟ୍ରେଲିଆ: ୬,୨୦,୩୯୩ କିମି, ୨.୮୭%

  • ୯.ଜର୍ମାନୀ: ୫,୬୩,୧୧୫ କିମି, ୨.୬୧%

  • ୧୦.ଫ୍ରାନ୍ସ: ୫,୨୩, ୫୬୬ କିଲୋମିଟର, ୨.୪୨%

  • ୧୧. ଜାପାନ: ୪,୫୨,୪୪୦ କିମି, ୨.୦୯%

  • ୧୨. ତୁର୍କୀ: ୪, ୪୮, ୨୪୯ କିମି, ୨.୦୮%

  • ୧୩. ଇଣ୍ଡୋନେସିଆ: ୪,୨୯,୯୭୦ କିମି, ୧.୯୯%

  • ୧୪. କଲମ୍ବିଆ: ୩,୮୭,୪୭୧ କିମି, ୧.୭୯%

  • ୧୫. ଦକ୍ଷିଣ ଆଫ୍ରିକା: ୩,୩୧,୧୭୦ କିମି, ୧.୫୪%

  • ୧୬. ସ୍ପେନ୍: ୨,୭୩,୫୯୭ କିମି, ୧.୨୭%

  • ୧୭. ବ୍ରିଟେନ: ୨,୬୮, ୭୦୯ କିମି, ୧.୨୪%

  • ୧୮. ଥାଇଲ୍ୟାଣ୍ଡ: ୨, ୬୪,୬୩୯ କିମି, ୧.୨୩%

  • ୧୯. କାନାଡା: ୨,୪୩, ୧୫୫ କିମି, ୧.୧୩% 

  • ୨୦. ଭିଏତନାମ: ୧,୮୭,୫୯୯ କିମି, ୦.୮୭%

  • ୨୧. ସୋମାଲିଆ: ୧,୬୩,୦୯୩ କିମି, ୦.୭୬%

  • ୨୨. ପାକିସ୍ତାନ: ୧,୦୬,୧୮୩ କିମି, ୦.୪୯%