Lady of Justice: ଭାରତର ସୁପ୍ରିମ୍‍ କୋର୍ଟରେ ନ୍ୟାୟର ଦେବୀଙ୍କ ପ୍ରତିମୂର୍ତ୍ତି ବଦଳିଛି। ଏହି ନୂଆ ନ୍ୟାୟ ଦେବୀଙ୍କ ଜରିଆରେ ଦେଶରେ ଏକ ନୂଆ ବାର୍ତ୍ତା ପ୍ରଦାନ କରାଯାଇଛି ତାହା ହେଲା, ଆଇନ ଅନ୍ଧ ନୁହେଁ କି କାହାକୁ ଦଣ୍ଡିତ କରିବା ଲାଗି ଉଦ୍ଦିଷ୍ଟ ନୁହେଁ, ବରଂ ଏହା ସମସ୍ତଙ୍କୁ ସମାନ ଭାବରେ ଦେଖେ ଓ ସମ୍ବିଧାନ ଅନୁସାରେ ନ୍ୟାୟ ପ୍ରଦାନ କରିଥାଏ। ଏହି ବାର୍ତ୍ତାର ପ୍ରତୀକ ସାଜିଛନ୍ତି ସଦ୍ୟଭାବେ ସୁପ୍ରିମକୋର୍ଟର ଜଜ୍‍ଙ୍କ ପାଇଁ ଉଦ୍ଦିଷ୍ଟ ଲାଇବ୍ରେରୀରେ ସ୍ଥାପନ କରାଯାଇଥିବା ନୂତନ ନ୍ୟାୟ ଦେବୀଙ୍କ ପ୍ରତିମୂର୍ତ୍ତିରୁ। ପ୍ରଶ୍ନ ହେଉଛି ଏ ନ୍ୟାୟ ଦେବୀ କିଏ? ଭାରତୀୟ ବିଚାର ପ୍ରକ୍ରିୟା ବା ପୁରାଣ ବା କିମ୍ବଦନ୍ତୀରେ ଏହାଙ୍କ ବାବଦରେ କିଛି ସୂଚନା ରହିଛି କି? ଯଦି ନା ତେବେ ଏ ବ୍ୟବସ୍ଥା ଆସିଛି କେଉଁଠୁ ଓ କାହିଁକି ଏଥିରେ ପରିବର୍ତ୍ତନ କରାଗଲା? ଏସବୁ ପ୍ରଶ୍ନର ଉତ୍ତର ଜାଣନ୍ତୁ ନିମ୍ନ ଲିଖିତ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ସମୂହରେ।


COMMERCIAL BREAK
SCROLL TO CONTINUE READING

1.ସର୍ବପ୍ରଥମେ ଯେଉଁ ନ୍ୟାୟ ଦେବୀଙ୍କୁ ଭାରତୀୟ ସୁପ୍ରିମକୋର୍ଟରେ ସ୍ଥାପନ କରାଯାଇଛି ତାହାଙ୍କ ବାବଦରେ ଭାରତର ସମ୍ବିଧାନ ବା ନ୍ୟାୟିକ ପ୍ରକ୍ରିୟାରେ କୌଣସି ଉଲ୍ଲେଖ ନାହିଁ। ଏପରିକି ସୁପ୍ରିମ କୋର୍ଟର କୌଣସି ଦସ୍ତାବିଜରେ ଏ ବାବଦରେ ଉଲ୍ଲେଖ ନଥିବା ସୁପ୍ରିମ କୋର୍ଟଙ୍କ କାର୍ଯ୍ୟାଳୟ ଏକ ସୂଚନାଧିକାର ଆଇନବଳରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି।


 


2.ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ମଧ୍ୟ ଦେଶର ସମ୍ବିଧାନ ବା କୌଣସି ନଥିରେ ଏ ବିଷୟ ଉଲ୍ଲେଖ ନଥିବା ଦର୍ଶାଇଛନ୍ତି।


 


3.କିନ୍ତୁ ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ବହୁ ବର୍ଷ ଧରି ଏହି ପ୍ରତିମୂର୍ତ୍ତି କୋର୍ଟ ତଥା ନ୍ୟାୟାଳୟର ପ୍ରତୀକ ହୋଇ ରହିଛି। ଏହାକୁ ଓୌପନିବେଶିକ ଶାସନର ପ୍ରତୀକ ଭାବେ ମଧ୍ୟ କେହି କେହି ଗ୍ରହଣ କରନ୍ତି।


 


4.ପ୍ରାଚୀନ ଗ୍ରୀସ୍‍ ପୁରାଣରେ ଏହିଭଳି କାଳ୍ପନିକ ଦେବୀଙ୍କୁ ନ୍ୟାୟ ଓ ସମାନତାର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ। ପ୍ରାଚୀନ ଗ୍ରୀସ ଓ ରୋମନ ସଭ୍ୟତାରେ ଏହି ଦେବୀଙ୍କୁ ନୀତି ଓ ନୈତିକତାର ଦେବୀ ଭାବେ ଗ୍ରହଣ କରାଯାଏ। ଗ୍ରୀକ୍‍ ଶାସ୍ତ୍ରରେ ‘ଥେମିସ’ ନାମକ ଦେବୀଙ୍କୁ ଗୋଟିଏ ହାତରେ ନିକିତି ଓ ଅନ୍ୟ ହାତରେ ଖଣ୍ଡା ଧରିଥିବା ଦେଖିବାକୁ ମିଳେ। ଯାହାଙ୍କୁ ଭଗବତ ନ୍ୟାୟ ଏବଂ ନୈତିକତାର ପ୍ରତୀକ ଭାବେ ଗ୍ରହଣ କରାଯାଏ।


 


5.ଗ୍ରୀସ୍‍ ପୂର୍ବରୁ ଇଜିପ୍ଟ ତଥା ମେସୋ ପଟାମିଆ ସଭ୍ୟତାରେ ମଧ୍ୟ ଏହିଭଳି ଦେବୀଙ୍କୁ ପୂଜା କରାଯାଉଥିବା ମଧ୍ୟ ଇତିହାସରେ ବର୍ଣ୍ଣନା ରହିଛି। ଇଜିପ୍ଟରେ ‘ମାତ୍‍’ ହେଉଛନ୍ତି ସେହି ଦେବୀ ଯାହାକୁ ନ୍ୟାୟର ଦେବୀ ଭାବେ ଗ୍ରହଣ କରାଯାଏ।  


 


6.ଆଧୁନିକ ଯୁଗର ନ୍ୟାୟ ଦବୀଙ୍କ ଉତ୍ପତି ରୋମାନ ପୁରାଣର ଜଷ୍ଟିସିଆ ବା ଲୁଷ୍ଟିଲିଆଙ୍କଠାରୁ ହୋଇଥିବା କୁହାଯାଏ। ଏହି ନ୍ୟାୟ ଦେବୀ ମୁଖ୍ୟତଃ ଖ୍ରୀଷ୍ଟଧର୍ମର ମୂଲ୍ୟବୋଧକୁ ଗ୍ରହଣ କରିଥାନ୍ତି। ମଧ୍ୟଯୁଗୀୟ ସଭ୍ୟତାରେ ଏହି ନ୍ୟାୟ ଦବୀଙ୍କ ଆବିର୍ଭାବ ହୋଇଥିବା ବିଶ୍ୱାସ କରାଯାଏ, ଯାହାଙ୍କ ଆଖିରେ ଅନ୍ଧପୁଟଳି ବନ୍ଧା ଯାଇଥିବା ଲକ୍ଷ୍ୟ କରାଯାଇଛି। ସେବେଠାରୁ କୋର୍ଟ ରୁମରେ ଏହିଭଳି ମହିଳାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିବା ଦେଖାଯାଏ।


 


7.ଭାରତରେ ଇଂରେଜ ଶାସନ କାଳରେ ଏହି ମୂର୍ତ୍ତି ଓ ବିଚାର ପ୍ରକ୍ରିୟା ସ୍ଥାପନ କରାଯାଇଥିବା ବିଶ୍ୱାସ କରାଯାଏ। ଏବେ ସୁପ୍ରିମ୍‍ କୋର୍ଟଙ୍କ ମୁଖ୍ୟ ବିଚାରପତି ମୂର୍ତ୍ତିରୁ ଅନ୍ଧ ପୁଟଳିକୁ ବାଦ୍‍ ଦେବା ଏବଂ ବାମ ହସ୍ତରୁ ଖଣ୍ତାକୁ କାଢ଼ି ସେଠାରେ ସମ୍ବିଧାନକୁ ସ୍ଥାନୀତ କରିବା ଏହି ଔପନିବେଶିକ ମାନସିକତାରୁ ବିଚାର ପ୍ରକ୍ରିୟାକୁ ମୁକୁଳାଇବାର ପ୍ରତୀକ ହୋଇଛି।


 


8.ପୂର୍ବରୁ ଆଇପିସି ଏବଂ ସିଆର୍‍ପିସି ବଦଳରେ ସ୍ୱାଧୀନ ଭାରତରେ ନୂଆ ଆଇନ ବ୍ୟବସ୍ଥା ଅଣାଯାଇଛି। ଭାରତୀୟ ନ୍ୟାୟ ସଂହିତା ଓ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଜନସାଧାରଣଙ୍କୁ ଦଣ୍ଡ ବଦଳରେ ନ୍ୟାୟ ପ୍ରଦାନ ଲକ୍ଷ୍ୟରେ ପ୍ରଣୟନ କରାଯାଇଛି। ଏହା ନୂଆ ଭାରତର ଚିନ୍ତାଧାରା ବୋଲି ସରକାର ସଂସଦରେ ବର୍ଣ୍ଣନା କରିଛନ୍ତି