Srimandira: ଷ୍ଟ୍ରେଚରରେ ଆସି ଜଗା ଦର୍ଶନ କଲେ କର୍କଟ ରୋଗୀ
Advertisement
Article Detail0/zeeodisha/odisha2476320

Srimandira: ଷ୍ଟ୍ରେଚରରେ ଆସି ଜଗା ଦର୍ଶନ କଲେ କର୍କଟ ରୋଗୀ

Srimandira: ଶ୍ରୀମନ୍ଦିର ସିଂହଦ୍ୱାରା ସମ୍ମୁଖରେ ଆଜି ଦେଖିବାକୁ ମିଳିଥିଲା ଏଭଳି ଏକ ଅଭାବନୀୟ ଦୃଶ୍ୟ। ଏକ ଷ୍ଟ୍ରେଚରରେ ଶୋଇଥିଲେ ବୃଦ୍ଧ,ନିକଟରେ ରହି ଜଗାକୁ ପ୍ରାର୍ଥନା କରୁଥିଲେ ତାଙ୍କର ସମ୍ପର୍କୀୟ। ଷ୍ଟ୍ରେଚରରେ ଶୋଇ କର୍କଟ ପିଡିତ ବ୍ଯକ୍ତି କେବଳ ଜୟ ଜଗନ୍ନାଥ ,,ଜୟ ଜଗନ୍ନାଥ ଉଚ୍ଚାରଣ କରୁଥିଲେ। ତେବେ ଆଜି ଏଭଳି ଦୃଶ୍ୟ ପ୍ରମାଣିତ କରିଛି ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଥିବା ସମ୍ପର୍କ କେତେ ଗଭୀର ହୋଇପାରେ। ଆଉ ମଣିଷ ଉପରେ ଭରସା ନାହିଁ।କେବଳ ମହାପ୍ରଭୁ ଚାହିଁଲେ ରୋଗମୁକ୍ତ ହୋଇପାରିବେ ଆଉ ଜୀବନ ବଞ୍ଚି ପାରିବ। ଏବେ ସବୁ ଆଶା ଭରଷା ତୁଟି ଯିବା ପରେ କାଳିଆ ଭରଷାରେ କର୍କଟ ପିଡିତ। 

Srimandira: ଷ୍ଟ୍ରେଚରରେ ଆସି ଜଗା ଦର୍ଶନ କଲେ କର୍କଟ ରୋଗୀ

Srimandira: ପରିବାର ସହ ଏକ ଷ୍ଟ୍ରେଚରରେ ଆସି ପୁରୀ ଶ୍ରୀମନ୍ଦିର ବାହାରୁ ଜଗା ଦର୍ଶନ କଲେ ଜଣେ କର୍କଟ ରୋଗୀ। ଜୀବନ ମରଣ ସହ ସଙ୍ଘର୍ସ କରୁଥିବା କର୍କଟ ରୋଗରେ ପିଡିତ ଜଣେ ବୃଦ୍ଧ ମହାପ୍ରଭୁଙ୍କ ଶରଣ ପଶିଛନ୍ତି।

ଶ୍ରୀମନ୍ଦିର ସିଂହଦ୍ୱାରା ସମ୍ମୁଖରେ ଆଜି ଦେଖିବାକୁ ମିଳିଥିଲା ଏଭଳି ଏକ ଅଭାବନୀୟ ଦୃଶ୍ୟ। ଏକ ଷ୍ଟ୍ରେଚରରେ ଶୋଇଥିଲେ ବୃଦ୍ଧ,ନିକଟରେ ରହି ଜଗାକୁ ପ୍ରାର୍ଥନା କରୁଥିଲେ ତାଙ୍କର ସମ୍ପର୍କୀୟ। ଷ୍ଟ୍ରେଚରରେ ଶୋଇ କର୍କଟ ପିଡିତ ବ୍ଯକ୍ତି କେବଳ ଜୟ ଜଗନ୍ନାଥ ,,ଜୟ ଜଗନ୍ନାଥ ଉଚ୍ଚାରଣ କରୁଥିଲେ। ତେବେ ଆଜି ଏଭଳି ଦୃଶ୍ୟ ପ୍ରମାଣିତ କରିଛି ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଥିବା ସମ୍ପର୍କ କେତେ ଗଭୀର ହୋଇପାରେ। ଆଉ ମଣିଷ ଉପରେ ଭରସା ନାହିଁ।କେବଳ ମହାପ୍ରଭୁ ଚାହିଁଲେ ରୋଗମୁକ୍ତ ହୋଇପାରିବେ ଆଉ ଜୀବନ ବଞ୍ଚି ପାରିବ। ଏବେ ସବୁ ଆଶା ଭରଷା ତୁଟି ଯିବା ପରେ କାଳିଆ ଭରଷାରେ କର୍କଟ ପିଡିତ। 

ତେବେ ଏହି ପିଡିତ ଭକ୍ତ ହେଉଛନ୍ତି ଯାଜପୁର କୁଆଖାଇ ଅଞ୍ଚଳର ବିଜୟ କୁମାର ତରାଇ। ବର୍ଷେ ତଳୁ କର୍କଟ ରୋଗରେ ପୀଡିତ। ଡାକ୍ତରୀ ଚିକିତ୍ସା ସତ୍ତ୍ଵେ ସୁଫଳ ମିଳୁନାହିଁ। ସ୍ୱାସ୍ଥ୍ୟର ପରିସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାରୁ ମୃତ୍ୟୁ ପୂର୍ବରୁ ବିଜୟଙ୍କ ଶେଷ ଇଚ୍ଛାଥିଲା ଜଗା ଦର୍ଶନ। ସେଥିପାଇଁ ପରିବାର ସମେତ ଗାଁରୁ ବାହାରି ପୁରୀରେ ପହଞ୍ଚିଥିଲେ। ବିଜୟଙ୍କୁ ଶ୍ରୀମନ୍ଦିର ଭିତରକୁ ଯାଇ ଦର୍ଶନ କରିବା ଅସମ୍ଭବ ଯୋଗୁଁ ଏକ ଷ୍ଟ୍ରେଚର ରେ ସୁଆଇ ଶ୍ରୀମନ୍ଦିର ସିଂହଦ୍ୱାର ସମୁଖକୁ ଆଣି ପତିତପାବନଙ୍କୁ ଦର୍ଶନ କରାଇଥିଲେ। ସାଥିରେ ଥିଲେ ପରିବାର ଓ ସମ୍ପର୍କିୟ। ଏଭଳି ଦୃଶ୍ୟ ସାଧାରଣ ଭକ୍ତଙ୍କ ମନରେ ସୃଷ୍ଟି କରିଥିଲା ଲୋତକ ଭରା ପରିବେଶ। ପ୍ରକୃତରେ ଜଗାର ଲୀଳା ବଡ଼ ବିଚିତ୍ର। ତେବେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବିଜୟକୁ କର୍କଟ ରୋଗରୁ ଆରୋଗ୍ୟ କରନ୍ତୁ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଭକ୍ତ ଓ ଦର୍ଶନାର୍ଥି।