Election 2024: ବିଜେପିର ବିଜୟକୁ ନେଇ ବଡ ବୟାନ ଦେଲେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର । ପ୍ରଶାନ୍ତ କିଶୋରଙ୍କ ମତରେ ଏଥର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ ହେବ ଭବିଷ୍ୟବାଣୀ କରିବା ସହ, ବିଜେପିକୁ ଏଥର ଲୋକସଭା ନିର୍ବାଚନରେ ପାଖାପାଖି ୩୦୦ ସିଟ୍ ମିଳିବାର ସମ୍ଭାବନା ଥିବା କହିଛନ୍ତି ।


COMMERCIAL BREAK
SCROLL TO CONTINUE READING

ପ୍ରଶାନ୍ତ କିଶୋର କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଅର୍ଥାତ ବିଜେପି ପୁଣି ଥରେ ସରକାର ଗଢ଼ିବ। ୨୦୧୯ ତୁଳନାରେ ବିଜେପିର ଆସନ ସଂଖ୍ୟା ପାଖାପାଖି କିମ୍ବା ଅଧିକ ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଗତ ନିର୍ବାଚନ ଭଳି ଏଥର ମଧ୍ୟ ଏନଡିଏ ୩୦୩ ପାଖାପାଖି ସିଟ୍ ଜିତିବ ବୋଲି ସେ କହିଛନ୍ତି। ଚଳିତ ଥର ଲୋକସଭା ନିର୍ବାଚନରେ ବିହାର, ପଶ୍ଚିମବଙ୍ଗ, ଓଡିଶା(Odisha), ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ କେରଳରେ ବିଜେପିର ସିଟ୍ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।


ପୂର୍ବ ଓ ଦକ୍ଷିଣ ଭାରତରେ ଏଥର ବିଜେପିର ପ୍ରଦର୍ଶନରେ ଉନ୍ନତି ଆସିବ । ଫଳରେ ଗତଥର ତୁଳନାରେ ବିଜେପି(BJP) କିଛିଟା ଅଧିକ ଆସନ ଜିତିବ। ବିଜେପି ଗତ ନିର୍ବାଚନ ଭଳି ସମାନ ସଂଖ୍ୟକ ଆସନ ପାଇପାରେ କିମ୍ବା ସାମାନ୍ୟ ଭଲ ପ୍ରଦର୍ଶନ କରିପାରେ ବୋଲି ସେ କହିଛନ୍ତି ।