Market News: ସମଗ୍ର ଦେଶରେ ବର୍ତ୍ତମାନ ପାର୍ବଣ ଋତୁ ଶେଷ ହୋଇଛି ଏବଂ ବିବାହ ଋତୁ ଆରମ୍ଭ ହୋଇଯାଇଛି । ନବରାତ୍ରୀରୁ ଆରମ୍ଭ ହୋଇଥିବା ପାର୍ବଣ ଋତୁ ସବୁ ମଲ୍ ଏବଂ ବଜାରକୁ ବେଶ୍ ଗରମ କରିଥିଲା । ବ୍ୟବସାୟ ଅଧିକ ହେବା କାରଣ ପାଇଁ ବ୍ୟବସାୟୀମାନେ ଆବଶ୍ୟକତାଠାରୁ ଅଧିକ ଜିନିଷ ଠୁଳ କରିଥିଲେ । ଦୀପାବଳି ପରେ ବର୍ତ୍ତମାନ ମଲ୍ ଏବଂ ବଜାରରେ ଏକ ପ୍ରକାରର ନିରବତା ଦେଖିବାକୁ ମିଳିଛି । କୌଚିତ ଲୋକଙ୍କୁ ଛାଡିଦେଲେ ବଜାରରେ ଆଉ ଆଖିଦୃଶିଆ ଭିଡ ଦେଖିବାକୁ ମିଳୁନାହିଁ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଲୋକମାନେ ପାର୍ବଣ ପରେ ସପିଂ ବନ୍ଦ କରି ଦେଇଛନ୍ତି କି?


COMMERCIAL BREAK
SCROLL TO CONTINUE READING

ଜଣେ ବ୍ୟବସାୟୀ କହିଛନ୍ତି ଯେ, ବର୍ତ୍ତମାନ ଦିନ ଗୁଡିକରେ ସପିଂ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ କେହି ପ୍ରସ୍ତୁତ ନୁହଁନ୍ତି । ଏହି କାରଣରୁ ବର୍ତ୍ତମାନ ଦେଶର ପ୍ରାୟ ସମସ୍ତ ବଜାରରେ ନିରବତା ଦେଖିବାକୁ ମିଳିଛି । ଏହାର ପ୍ରଭାବ ବିଶେଷ କରି ଖୁଚୁରା ବ୍ୟବସାୟୀଙ୍କ ଉପରେ ପଡିଛି । କେବେ ବଜାରରେ ପୁଣି ଭିଡ଼ ଦେଖିବାକୁ ମିଳିବ ଓ କାରବାର ହେବ ସେନେଇ ବ୍ୟବସାୟୀ ଚିନ୍ତାରେ ଅଛନ୍ତି । କାରଣ ବ୍ୟବସାୟ ଆରମ୍ଭ ହେଲେ ସେମାନଙ୍କର ଅଟକି ରହିଥିବା ଟଙ୍କା ସେମାନେ ପାଇବେ ।


ବିଶେଷଜ୍ଞଙ୍କ ଅନୁଯାୟୀ, ଚଳିତ ବର୍ଷ ପାର୍ବଣ ଋତୁରେ ଆଶା କରାଯାଉଥିବା ମୁତାବକ ସପିଂ ହୋଇନାହିଁ । ଖୁଚୁରା ବ୍ୟବସାୟୀ ଏବଂ ବିତରକମାନେ ଲାଭ ପାଇବା ଆଶାରେ ଅଧିକ ସାମଗ୍ରୀ କିଣିଥିଲେ । କିନ୍ତୁ ବର୍ତ୍ତମାନ ବିକ୍ରୟ ନହେବା କାରଣରୁ ଷ୍ଟକ୍ ଅଧିକ ରହିଛି ଯାହା ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଦୀପାବଳୀ ପର୍ଯ୍ୟନ୍ତ ଲୋକଙ୍କ ମଧ୍ୟରେ ସପିଂ କରିବାର ବେଶ୍ ଉତ୍ସାହ ରହିଥିଲା । କିନ୍ତୁ ତାପରେ ବଜାରରେ ନିରବତା ଦେଖିବାକୁ ମିଳିଛି ।


ପାର୍ବଣ ଋତୁ ପରେ ସୌନ୍ଦର୍ଯ୍ୟ ଏବଂ ପ୍ରସାଧନ ସାମଗ୍ରୀ ବହୁତ ଖରାପ ଅବସ୍ଥାରେ ଅଛି । ଏହା ବ୍ୟତୀତ ସାବୁନ ଏବଂ ଡିଟରଜେଣ୍ଟ ପରି ଜିନିଷପତ୍ରର ବ୍ୟବସାୟ ମଧ୍ୟ ଭଲ ନୁହେଁ। ସେମାନଙ୍କ ପାଖରେ ବହୁତ ଷ୍ଟକ୍ ଗଚ୍ଛିତ ଅଛି । ଲୋକମାନେ ପାର୍ବଣ ଋତୁ ପରେ ଲିପଷ୍ଟିକ୍, କ୍ରିମ୍, ପାଉଡର ଭଳି ଜିନିଷ କିଣିବା ବନ୍ଦ କରି ଦେଇଛନ୍ତି । ବର୍ତ୍ତମାନ ସେଥିରେ ଲାଗିଥିବା ଟଙ୍କା ଖୁଚୁରା ବ୍ୟବସାୟୀ ଏବଂ ବିତରକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ବ୍ୟବସାୟୀଙ୍କ ଅନୁଯାୟୀ, ପୂର୍ବରୁ ଗୋଟିଏ କିମ୍ୱା ଦୁଇ ସପ୍ତାହ ମଧ୍ୟରେ ଯେଉଁ ସାମଗ୍ରୀ ବିକ୍ରୟ କରାଯାଉଥିଲା ତାହା ବର୍ତ୍ତମାନ ବିକ୍ରି କରିବାକୁ ମାସେରୁ ଅଧିକ ସମୟ ନେଉଛି।


ଅନ୍ୟପଟେ ଇ-କମର୍ସ ପ୍ଲାଟଫର୍ମ (E-commerce platform) ଏବଂ ଛୋଟ କମ୍ପାନୀ ମଧ୍ୟ ବ୍ୟବସାୟ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ବୋଲି ବ୍ୟବସାୟୀ ବିଶ୍ୱାସ କରୁଛନ୍ତି । କେବଳ ସହରାଞ୍ଚଳ ନୁହେଁ ବରଂ ପାର୍ବଣ ପରେ ଗ୍ରାମାଞ୍ଚଳରେ ମଧ୍ୟ ଚାହିଦା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ ଷ୍ଟକ ରହିଥିବା ଜିନିଷକୁ ବିକ୍ରି କରିବା ପାଇଁ କମ୍ପାନୀଗୁଡିକ ଶସ୍ତା ପ୍ୟାକ୍ ତଥା ଅଫର୍ ପ୍ରସ୍ତୁତ କରିବାକୁ ଯୋଜନା କରୁଛନ୍ତି । ଏକଥା ମଧ୍ୟ ଆଶା କରାଯାଉଛି ଯେ, ଶସ୍ତା ପ୍ୟାକ୍ ସେମାନଙ୍କ ବ୍ୟବସାୟ ଉପରେ କିଛି ପ୍ରଭାବ ପକାଇପାରେ ।


Also Read- Air Service: ଖୁବଶୀଘ୍ର ଅଯୋଧ୍ୟାରୁ ଦିଲ୍ଲୀ ଏବଂ ଅହମ୍ମଦାବାଦକୁ ବିମାନସେବା


Also Read- Video: ନିଜ ଲଗେଜକୁ ନିଜେ ଉଠାଇ ଟ୍ରକରେ ଲଦିଲେ ପାକିସ୍ତାନୀ କ୍ରିକେଟର, ଭିଡିଓ ଭାଇରାଲ୍