ମୁମ୍ବାଇ: ମୁଖ୍ୟମନ୍ତ୍ରୀ (Chief Minister) ଏକନାଥ ସିନ୍ଦେ (Eknath Shinde) ଏବଂ ଉପ ମୁଖ୍ୟମନ୍ତ୍ରୀ (Deputy Chief Minister) ଦେବେନ୍ଦ୍ର ଫଡନାଭିସ୍ (Debendra Fadnavis) ଶପଥ ଗ୍ରହଣ କରିବାର ଏକ ମାସରୁ ଅଧିକ ସମୟ ବିତି ଗଲାଣି। ତଥାପି ରାଜ୍ୟରେ ମନ୍ତ୍ରିମଣ୍ଡଳ (Cabinet) ସମ୍ପ୍ରସାରଣ ହୋଇ ପାରୁନାହିଁ। ଏଥିପାଇଁ ବିରୋଧୀ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ତେବେ ଖୁବ ଶୀଘ୍ର କ୍ୟାବିନେଟର (Cabinet) ସମ୍ପ୍ରସାରଣ କରାଯିବ ବୋଲି ସିନ୍ଦେ ଏବଂ ଫଡନାଭିସ୍ କହିଛନ୍ତି। କ୍ୟାବିନେଟ୍ ସମ୍ପ୍ରସାରଣ ବିଳମ୍ବ ହେବାର କାରଣ ଖୋଜିବାକୁ ଲୋକମାନେ ଚେଷ୍ଟା କରୁଛନ୍ତି। ଏପର୍ଯ୍ୟନ୍ତ ଉଭୟ ପକ୍ଷରୁ ଏ ବିଷୟରେ ସ୍ପଷ୍ଟ ଭାବେ କିଛି କୁହାଯାଇନାହିଁ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢନ୍ତୁ: ଅମିତାଭଙ୍କ ସ୍ୱାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ


କେଉଁ ଦଳକୁ କେତେ ମନ୍ତ୍ରୀପଦ ଦିଆଯିବ ସେ ନେଇ ଏବେ ଚିନ୍ତ୍ରା ବିଷୟ ପାଲଟିଛି। ଉଭୟ ଦଳ ଏବଂ ସ୍ୱାଧୀନ ଆଶାୟୀଙ୍କ ପାଇଁ କଣ ରହିଛି ସବୁ ନିୟମ। କୁହାଯାଉଛି କି ଏହି କାରଣରୁ ସମ୍ପ୍ରସାରଣ। କିନ୍ତୁ ସିନ୍ଦେ ଗୋଷ୍ଠୀର ପ୍ରବକ୍ତା ଦୀପକ କେସରକର କ୍ୟାବିନେଟ ସମ୍ପ୍ରସାରଣ ଅଟକିବାର ପ୍ରମୁଖ କାରଣ କହିଛନ୍ତି। 


ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ଅଟକି ରହିଛି କ୍ୟାବିନେଟ ସମ୍ପ୍ରସାରଣ
ଗଣମାଧ୍ୟମକୁ ସୂଚନା ଦେଇ ଦିପକ କରେସରକର କହିଛନ୍ତି କି ଦଳ ଭିତରେ ଗଣତନ୍ତ୍ର ରହିବା ଉଚିତ କି ନାହିଁ ତାହା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ନିର୍ଭରଶୀଳ। ସମ୍ପ୍ରସାରଣ ସମୟ ନେଇପାରେ, କିନ୍ତୁ ସୁପ୍ରିମକୋର୍ଟଙ୍କୁ ସମ୍ମାନ ଦେବା ଆବଶ୍ୟକ। ଆମେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପ୍ରତି ଆମର ସମ୍ମାନ ବଜାୟ ରଖିବା ଜାରି ରଖିଛୁ। କ୍ୟାବିନେଟକୁ ଏପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇ ନ ଥିବାରୁ ଏହା ହିଁ ହେଉଛି। ଦୀପକ କେସରକର କହିଛନ୍ତି ଯେ ମଧ୍ୟବର୍ତ୍ତୀକାଳୀନ ଆଦେଶ ସୋମବାର ଆସିବ ଏବଂ ଏହା ପରେ ଏହାକୁ ବୃଦ୍ଧି କରାଯିବ।


ଅଧିକ ପଢନ୍ତୁ: 'ହର ହର ଶମ୍ଭୁ'କୁ ନେଇ ତେଜୁଛି ବିବାଦ


ଏହି ସମୟରେ କ୍ୟାବିନେଟ ବିସ୍ତାରର ସମ୍ଭାବ୍ୟ ତାଲିକା ବାହାରିଛି। ଚନ୍ଦ୍ରକାନ୍ତ ପାଟିଲ, ସୁଧୀର ମୁଙ୍ଗନ୍ତୀୱର, ଗିରିଶ ମହାଜନ, ରବିନ୍ଦ୍ର ଚହ୍ୱାନ, ରାଧାକୃଷ୍ଣ ବିଖେ ପାଟିଲ, ପ୍ରବୀଣ ଦାରେକର, ନୀତୀଶ ରାଣେ, ବାବନରାଓ ଲୋନିକରଙ୍କୁ ବିଜେପି କୋଟାରୁ ମନ୍ତ୍ରୀ କରାଯିବା ସମ୍ଭାବନା ରହିଛି। ଶିମ୍ବୁରଜେ ଦେଶାଇ, ସଞ୍ଜୟ ଶିରସତ, ଅବଦୁଲ ସତ୍ତର, ସନ୍ଦୀପ ଭୁମେର, ଗୁଲାବରାଓ ପାଟିଲ, ଦାଦା ଭୁସେ, ଉଦୟ ସାମନ୍ତ, ଦୀପକ କେସରକରଙ୍କ ସାମ୍ନାକୁ ଆସିଛି।