International Roaming Bill: ଘରୋଇ ଟେଲିକମ୍ କମ୍ପାନୀ ନାମରେ ଏକ ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ଲେଖିକା ନେହା ସିହ୍ନା । ସେ କହିଛନ୍ତି ଯେ, ସେ ନୂଆଦିଲ୍ଲୀରୁ ବିହାର (New delhi to bihar)କୁ ବୁଲିବାକୁ ଯାଇଥିବା ସମୟରେ ଏକ ଟେଲିକମ୍ କମ୍ପାନୀ ତାଙ୍କ ନିକଟକୁ ଏକ ବିଲ୍ ପଠାଇଥିଲା । ବିଲ୍ ଟି ଏକ ଲକ୍ଷ ଟଙ୍କାର ହୋଇଥିବାବେଳେ ଏହା ଆନ୍ତର୍ଜାତୀୟ ରୋମିଂ ପାଇଁ ହୋଇଥିବା ଲେଖାଥିଲା । ଏଥି ସହିତ ଟେଲିକମ୍ କମ୍ପାନୀ ନେହାଙ୍କ ମୋବାଇଲ୍ ସର୍ଭିସ ବନ୍ଦ (Service stop) କରିଦେଇଥିଲା । ଭାଲମିକି ସୀମା ନିକଟରେ ଅଟକି ଯାଇଥିବା କାରଣରୁ ଏପରି ହୋଇଛି ବୋଲି ନେହା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସମସ୍ତଙ୍କୁ ଜଣାଇବା ପାଇଁ ନେହା ସୋସିଆଲ ମିଡିଆରେ ନିଜର ମତ ପ୍ରକାଶ କରିଥିଲେ ।


COMMERCIAL BREAK
SCROLL TO CONTINUE READING

ନେହା ଟ୍ୱିଟରେ ଲେଖିଛନ୍ତି ଯେ, ' ଏହା ହେଉଛି ଏକ ବଡ ଘୋଟାଲା! ମୁଁ ବିହାରର ଭାଲମିକି ନଗରରେ ଥିବା ସମୟରେ ଟେଲିକମ କମ୍ପାନୀ ମୋତେ ୧ ଲକ୍ଷରୁ ଅଧିକ ମୂଲ୍ୟର ରୋମିଂ ବିଲ୍ ପଠାଇଛି। ମୁଁ ଭାରତୀୟ ନାଗରିକ କିନ୍ତୁ ଏହା କିପରି ସମ୍ଭବ ହେଲା ବୋଲି ନେହା ପ୍ରଶ୍ନ କରିଛନ୍ତି । ଏଥି ସହିତ ଟେଲିକମ୍ ସେବା ବନ୍ଦ କରିଥିବାରୁ ସେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।


କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହସ୍ତକ୍ଷେପ ଲୋଡିବା ସହିତ ନିଜ ସୋସିଆଲ ମିଡିଆ ପେଜ୍ ରେ ନେହା କେନ୍ଦ୍ରମନ୍ତ୍ରୀଙ୍କୁ ଟ୍ୟାଗ୍ କରିଥିବା ଦେଖିବାକୁ ମିଳିଛି । ଅନ୍ୟ ଏକ ଟ୍ୱିଟ କରି ନେହା କହିଛନ୍ତି ଯେ, ହଠାତ୍ ଟେଲିକମ ସେବା ବିଚ୍ଛିନ୍ନ ହେବା ମହିଳାଙ୍କ ସୁରକ୍ଷା ପ୍ରତି ବିପଦ ।


ସିମ୍ କାର୍ଡଟିକୁ ଚାଲୁ କରିବା ପାଇଁ ଟେଲିକମ କମ୍ପାନୀ ନେହାଙ୍କଠାରୁ ୧,୭୯୨ ଟଙ୍କା ପୈଠ କରିବାକୁ କହିଛି । ନେହାଙ୍କୁ କଷ୍ଟ୍ୟମର କେୟାର ପକ୍ଷରୁ କୁହାଯାଇଛି ଯେ, ଏହା ସିଷ୍ଟମ ଜନିତ କାରଣରୁ ହୋଇଛି । ଏଥି ସହିତ ଏପରି ଘଟଣା ପାଇଁ ଦୁଃଖ ପ୍ରକାଶ କରିଛି ଟେଲିକମ କମ୍ପାନୀ । ଆଗକୁ ଏ ସମ୍ପର୍କରେ ବିଚାର କରିବାକୁ  ନେହାଙ୍କୁ ସୂଚନା ଦିଆଯାଇଛି ।


Also Read- Fighter Teaser: ସାମ୍ନାକୁ ଆସିଲା 'ଫାଇଟର୍' ଟିଜର, ସମୁଦ୍ର କୂଳରେ ହ୍ରିତିକ୍-ଦୀପିକାଙ୍କ ରୋମାନ୍ସ


Also Read- Goddess Lakshmi: ଶୁକ୍ରବାର ଭୁଲରେ କରନ୍ତୁନି ଏହି କାମ, କ୍ରୋଧିତ ହେବେ ମାଆ ଲକ୍ଷ୍ମୀ