Angul Road Accident News In Odia: ଏ-ମିତି ବି ଆସେ ମୃତ୍ୟୁ । ଚାହୁଁ ଚାହୁଁ ଚାଲିଗଲା ୩ ନୀରିହ ଜୀବନ । ଆଖି ପିଛୁଳାକେ ଓଲଟପାଲଟ ହୋଇଗଲା ସବୁକିଛି । କେହି କିଛି ଭାବିବା ଆଗରୁ ଜମ ନେଇଗଲା ଜୀବନ । ଗାଁ ଦାଣ୍ତରେ ଖେଳୁଥିବା(playing) ବେଳେ ହଠାତ୍ ଶିଶୁଙ୍କ ଉପରେ ଚଢିଗଲା କାର(Road Accident) । ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ରହିଥିବା ବେଳେ ଜଣେ ବୃଦ୍ଧା ମଧ୍ୟ ରହିଛନ୍ତି। ଏଭଳି ଏକ ଛାତିଥରା ଦୁର୍ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବିକ୍ରମପୁର ଥାନା ଗୋବରା ଗାଁ ନିକଟରେ  । ମୃତକମାନେ ହେଲେ ବୃଦ୍ଧ ପ୍ରମିଳା ପ୍ରଧାନ ଏବଂ ଦୁଇ ଶିଶୁ ୭ ବର୍ଷର ପୁନମ୍‌ ପ୍ରଧାନ ଓ ୪ ବର୍ଷର ଗୁଗୁ ପ୍ରଧାନ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ଅନୁଗୋଳ(Angul) ଜିଲ୍ଲା ବିକ୍ରମପୁର ଥାନା ଗୋବରା ଗାଁରେ ରୁହନ୍ତି ପ୍ରମିଳାଙ୍କ ପରିବାର । ଶୁକ୍ରବାର ସଂନ୍ଧ୍ୟାରେ ପ୍ରମିଳା ନିଜ ଦୁଇ ନାତିଙ୍କୁ (Grandsons)ନିଜ ଘର ବାହାରେ ଖେଳାଉ (playing) ଥିଲେ। ଏହି ସମୟରେ ହଠାତ୍ , ଏକ ଦୃତଗାମୀ କାର୍ ଗାଁ ଦଣ୍ତ ଆଡକୁ ମାଡି ଆସିଲା ।  ଦୁଇ ନାତିଙ୍କୁ ଖେଳାଉଥିବା ପ୍ରମିଳାଙ୍କ ଓ ଶିଶୁଙ୍କ ଉପରେ ଚଢି ଯାଇଥିଲା। ଏହା ଦେଖି ଗାଁ ଲୋକେ ସେଠାରେ ପହଞ୍ଚି ଯାଇଥିଲେ। ଘଟଣାସ୍ଥଳରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା । ପରେ ଗାଁ ଲୋକେ ଗୁରୁତର ଥିବା ଦୁଇ ଶିଶୁଙ୍କୁ ଉଦ୍ଧାର କରି ହସପିଟାଲ ନେବା ବାଟରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି । ତେବେ, ଡ୍ରାଇଭର ଜଣକ ନିଶାସକ୍ତ (drunk driver)ଅବସ୍ଥାରେ ଏଭଳି ଦୁର୍ଘଟଣା ଘଟାଇଥିବା ଜଣାପଡିଛି। ଘଟଣାକୁ ନେଇ ଗୋବରା ଗାଁରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି। ଲୋକ ନିଶାଗ୍ରସ୍ତ ଥିବା ଚାଳକ ଓ ଅନ୍ୟ ଜଣକୁ ମାଡ଼ ମାରି ଅଟକ ରଖିଥିବା ଜଣା ପଡ଼ିଛି। ଘଟଣାକୁ ନେଇ ପୁରା ଗାଁ’ରେ ଏବେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି।


Also Read: Horoscope Today 29 April 2023: ଆଜି ଏହି ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭ, ଏସବୁ ରାଶି ରୁହନ୍ତୁ ସାବଧାନ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର


Also Read: Shani-Chandra Yuti 2023: ୩ଟି ରାଶିର ଲୋକ ହୋଇଯାଆନ୍ତି ସତର୍କ; କିଛି ଦିନ ପରେ ଶନି-ଚନ୍ଦ୍ର ସୃଷ୍ଟି କରିବେ ବିଷ ଯୋଗ, ବର୍ଷିବ କେବଳ ସଂକଟ ହିଁ ସଂକଟ


ସେହିପରି ଆଜି(ଶନିବାର) ମଧ୍ୟ ଭଦ୍ରକରେ ସକାଳ ସମୟରେ  ୨ଟି ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି। ୧୬ ନଂ ଜାତୀୟ ରାଜପଥ ଭଣ୍ଡାରିପୋଖରୀର ଛତାବର ନିକଟରେ ଏକ ଦୁର୍ଘଟଣାରେ ଟ୍ରକ୍ ତଳେ କାର୍ ପଶିଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୪ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କାରଟି ପଶ୍ଚିମବଙ୍ଗରୁ ପୁରୀ ଯାଉଥିବା ବେଳେ ଏହି ଅଘଟଣ ଘଟିଛି ।


ସେହିପରି ଭଦ୍ରକ ଗ୍ରାମାଞ୍ଚଳ ଥାନା ତ୍ରିଶୁଳପୁର ଛକରେ ଏକ ଟ୍ରକ୍‌କୁ ପଛରୁ ପିଟି ଆଉ ଏକ ଟ୍ରକ ଓଲଟି ପଡ଼ିଛି । ଫଳରେ ୬ ଗୁରୁତର ଆହତ ହୋଇଛନ୍ତି । ପଛ ଟ୍ରକ୍‌ ଡ୍ରାଇଭର ସହ ୬ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଗ୍ରସ୍ତ ଟ୍ରକରେ ୬ ଜଣ ଲୋକ ଥିଲେ। କୁକୁଡା ଚିଆଁ ନେବା ପାଇଁ କଲକତାରୁ ଟ୍ରକ୍‌ଟି ଓଡ଼ିଶା ଆସୁଥିଲା।