Business Idea: ଯଦି ଆପଣ ଜଣେ ଗୃହିଣୀ, ଆଉ ଚାହୁଁଛନ୍ତି ଆପଣଙ୍କ ଟଙ୍କା ରୋଜଗାର (income) କରିବେ ନିଜର ଆବଶ୍ୟକତା ନିଜେ ପୂରଣ କରିପାରିବେ, ତେବେ ଆଜି ଆମେ ଆପଣଙ୍କୁ କିଛି ଭଲ ଟିପ୍ସ (tips) ଦେଉଛୁ । ସାଧାରଣତଃ ସମସ୍ତଙ୍କ ପାଇଁ ଘର ବାହାରେ କାମ କରିବା ସମ୍ଭବ ହୋଇନଥାଏ । ଏପରି ସ୍ଥିତିରେ, ଘରେ ବସି କାମ ଆରମ୍ଭ କରିବା ଏକ ଭଲ ବିକଳ୍ପ । ଆଜି ଏଠାରେ ଆମେ ଆପଣଙ୍କୁ ଏପରି କିଛି ବ୍ୟବସାୟ (business) ବିଷୟରେ କହିବୁ ଯାହାକୁ ଆପଣ ଘରୁ ଆରମ୍ଭ କରିବା ସହ ଭଲ ରୋଜଗାର କରିପାରିବେ । ଏଥିପାଇଁ ଆପଣଙ୍କୁ ବାହାରକୁ ଯିବାକୁ ପଡିବନି, ରୋଷେଇ ଘରେ ବସି ଆପଣ ଏହି ରୋଜଗାର କରିପାରିବେ । ଆମେ ଆପଣଙ୍କୁ ରୋଷେଇ ସମ୍ବନ୍ଧୀୟ ବିଭିନ୍ନ ଟିପ୍ସ ଦେବୁ, ଯେଉଁଥିରୁ ଆପଣ ଭଲ ରୋଜଗାର କରିପାରିବେ ।


COMMERCIAL BREAK
SCROLL TO CONTINUE READING

ଟିଫିନ୍ ଏକ ଭଲ ବିକଳ୍ପ 


ଶିକ୍ଷା (Education) ଓ ରୋଜଗାର ଭଳି ଅନେକ କାରଣରୁ ଲୋକମାନେ ନିଜ ଘର ଛାଡ଼ି ସହର କିମ୍ବା ଅନ୍ୟାନ୍ୟ ଅଞ୍ଚଳରେ ରୁହନ୍ତି । ଏଭଳି ପରିସ୍ଥିତିରେ ପ୍ରତିଦିନ ହୋଟେଲ (Hotel) କିମ୍ବା ବାହାରେ ଖାଦ୍ୟ ଖାଇବା ସେମାନଙ୍କ ପାଇଁ ବହୁତ କଷ୍ଟ ସାଧ୍ୟ ହୋଇଯାଏ । ଏହି ଲୋକମାନେ ଘର ପରି ଖାଦ୍ୟ ଖୋଜନ୍ତି । ଏପରି ସ୍ଥିତିରେ, ଆପଣ ଏହି ଲୋକଙ୍କ ପାଇଁ ଖାଦ୍ୟ ରାନ୍ଧିବା ଦ୍ୱାରା ବହୁତ ଟଙ୍କା ରୋଜଗାର କରିପାରିବେ । ଏଥିପାଇଁ, ଆପଣ ପିଜିକୁ ଯାଇ ସେଠାରେ ଆପଣଙ୍କର କାର୍ଯ୍ୟ ବିଷୟରେ କଥା ହୋଇ ଅର୍ଡର (Order) ନେଇପାରିବେ । ଲୋକମାନେ ଆପଣଙ୍କ କାମ ବିଷୟରେ ଜାଣିବା ପରେ ବ୍ୟବସାୟ ନିଶ୍ଚିତ ବଢ଼ିବ ।


ପାଣ୍ଟ୍ରୀ କିମ୍ବା କ୍ୟାଣ୍ଟିନ ପାଇଁ ଖାଦ୍ୟ ରାନ୍ଧି ପାରିବେ ।
ପାଣ୍ଟ୍ରୀ ଓ କ୍ୟାଣ୍ଟିନ (Canteen) ପାଇଁ ଖାଦ୍ୟ ରାନ୍ଧିବା ମଧ୍ୟ ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ହୋଇପାରେ । ସେଠାରେ ଲୋକମାନେ ଆପଣଙ୍କୁ ନିର୍ଦ୍ଦିଷ୍ଟ ଲୋକଙ୍କ ଖାଦ୍ୟ (food) ବିଷୟରେ ସୂଚନା ଦେବେ । ଏହା ପରେ, ଆପଣଙ୍କୁ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଖାଦ୍ୟ ପ୍ରସ୍ତୁତ କରିବାକୁ ପଡିବ ଓ ଏହାକୁ କେବଳ ପଠାଇବାକୁ ପଡିବ । ସେହିଭଳି ଯେଉଁ ମାନେ ଅଫିସରେ କାମ କରୁଛନ୍ତି ଓ ଖାଦ୍ୟ ବାହାରୁ (out side) ମଗାଇ ଖାଉଛନ୍ତି ସେମାନଙ୍କ ଯୋଗାଯୋଗ କରି ଅର୍ଡର ନେଇପାରିବେ ଓ ଭଲ ଲାଭ କରିପାରିବେ ।


ଆଚାର ପ୍ରସ୍ତୁତ କରିବା କାମ 
ଆମ ଦେଶରେ ସମସ୍ତେ ଆଚାର ଖାଇବାକୁ ପସନ୍ଦ କରନ୍ତି । ଶୀତ ହେଉ କିମ୍ବା ଗ୍ରୀଷ୍ମ , ଲୋକମାନେ ବହୁତ ଉତ୍ସାହର ସହିତ ଆଚାର ଖାଇ ଥାଆନ୍ତି । ଆଚାର ଖାଦ୍ୟ ଖାଇବା ବେଳେ ପ୍ରତି ସମୟରେ ବିକଳ୍ପ ଭାବେ ରଖାଯାଇଥାଏ । ଏଭଳି ସ୍ଥିତିରେ ଆଚାର ତିଆରି କରିବା ମଧ୍ୟ ଏକ ଭଲ ବିକଳ୍ପ । ଆପଣଙ୍କୁ କେବଳ ଆଚାରର ନମୁନା ଆଖ ପାଖରେ ଥିବା ଖାଦ୍ୟ ଦୋକାନକୁ ଦେବାକୁ ପଡ଼ିବ ଏବଂ ପ୍ରସ୍ତୁତି ପରେ ଅର୍ଡର ଅନୁସାରେ ପହଞ୍ଚାଇବାକୁ ପଡ଼ିବ ଏହା ସହିତ, ଆପଣ ଅନ୍ଲାଇନ (online)ରେ ଆପଣଙ୍କର ଆଚାର ମଧ୍ୟ ବିକ୍ରି (sale) କରିପାରିବେ ।


ଫୁଡ୍ ବ୍ଲଗିଂ


ଆଜିକାଲି ଲୋକମାନେ ରନ୍ଧନ ଭିଡିଓ (Cooking video) ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି । ଏଭଳି ସ୍ଥିତିରେ ଖାଦ୍ୟ ବ୍ଲଗିଂ ଦ୍ୱାରା ମଧ୍ୟ ଟଙ୍କା ରୋଜଗାର କରାଯାଇପାରିବ । ଏଥିପାଇଁ ଆପଣଙ୍କୁ କେବଳ ରୋଷେଇ କରିବା ସମୟରେ ଭିଡିଓ ରେକର୍ଡ କରିବାକୁ ହେବ ଓ ଏହାକୁ ୟୁଟ୍ୟୁବ (youtube)ରେ ଅପଲୋଡ଼ କରିବେ । ଆପଣଙ୍କର ଅନୁଗମୀ ଓ ଭ୍ୟୁ ଯେତେ ବଢ଼ିବ ଉପରୋକ୍ତ ସେହି ଅନୁସାରେ ଆପଣଙ୍କ ରୋଜଗାର ବଢିବ । ଏହି ଟିପ୍ସ ସାହାଯ୍ୟରେ, ଆପଣ ପ୍ରତି ମାସରେ ଭଲ ରୋଜଗାର କରିପାରିବେ ।


Also read- ସୁନା ଗ୍ରାହକଙ୍କ ପାଇଁ ଲାଗିଲା ଲଟେରୀ, ୨୦୬୪ ଟଙ୍କା ଖସିଲା ଦର