IND vs AUS: ଆଜି ସୁପରସଣ୍ଡେରେ ସୁପର ମୁକାବିଲା । ଆୟୋଜକ ଭାରତ ଚଳିତ ବିଶ୍ୱକପ୍ (World Cup 2023) ରେ ଆଜିଠୁ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଅଷ୍ଟ୍ରେଲିଆ ବିପକ୍ଷରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଭାରତ ଏହି ମ୍ୟାଚ ଖେଳିବାକୁ ଯାଉଛି। ଉଭୟ ଦଳଙ୍କ ମଧ୍ୟରେ ୧୧ ଦିନ ପୂର୍ବରୁ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଯେଉଁଠାରେ ଶେଷ ହୋଇଥିଲା ଏବେ ସେହିଠାରୁ ପୁଣି ଖେଳ ଆରମ୍ଭ କରି ଦୁଇ ଦଳ ବିଶ୍ୱକପ୍ ଯାତ୍ରା ଆରମ୍ଭ କରିବେ। ଭାରତର ଏହି ମ୍ୟାଚ୍ ପାଇଁ ଚେନ୍ନାଇ ସହରରେ କ୍ରିକେଟ ଫିଭର ଦେଖାଦେଇଛି। ସେପଟେ ଦଳକୁ ଟେନସନରେ ପକାଇଛି ପ୍ରାରମ୍ଭିକ ଓପନର ଶୁବମନ ଗିଲ୍ ଙ୍କ ଡେଙ୍ଗୁ ଜ୍ୱର। ଯଦିଓ ବୈଷୟିକ ଦୃଷ୍ଟିରୁ ଗିଲ୍ ଏପର୍ଯ୍ୟନ୍ତ ପ୍ରଥମ ମ୍ୟାଚରୁ ବାଦ୍ ପଡ଼ିନଥିବା ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍ କହିଛନ୍ତି, କିନ୍ତୁ ଗିଲ୍ ଙ୍କ ସ୍ଥାନରେ ଇଶାନ କିଷାନକୁ ପଡ଼ିଆକୁ ଓହ୍ଲାଇବାକୁ ଦଳ ପୂର୍ଣ୍ଣ ଯୋଜନା କରିଛି। 


COMMERCIAL BREAK
SCROLL TO CONTINUE READING

ଅପରପକ୍ଷେ ଏହି ବିଶ୍ୱକପ୍ ମ୍ୟାଚରେ ବ୍ୟାଟର ବିରାଟ କୋହଲିଙ୍କ (Virat Kohli) ପାଇଁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ । ଆଉ ଯଦି ବିରାଟ ଏହି ବିଶ୍ୱକପ୍ ମହାକୁମ୍ଭରେ ତିନୋଟି ଶତକ ମାରିଦେବେ ତେବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ସେ ଟପିଯିବେ। ଏଥିସହିତ ପୂର୍ବ ସଂସ୍କରଣ ଭଳି ଏଥର ମଧ୍ୟ ଅନେକ ଖେଳାଳି ସେମାନଙ୍କ ପାଇଁ ସ୍ମୃତି ସାଉଁଟିବାକୁ ଚେଷ୍ଟା କରିବେ। କୋହଲିଙ୍କ ସହିତ ରୋହିତ ଶର୍ମା, ରବିଚନ୍ଦ୍ରନ ଅଶ୍ୱିନ ସମ୍ଭବତଃ ସେମାନଙ୍କ ଶେଷ ବିଶ୍ୱକପ୍ ଖେଳିବାକୁ ଯାଉଥିବାରୁ ବିଶ୍ୱକପ୍ ଟ୍ରଫି ଜିତିବା ମୂଳ ଲକ୍ଷ୍ୟ ରହିବ। 


ଚେପକ ରେକର୍ଡ କଙ୍ଗାରୁ ସପକ୍ଷରେ
ଉଭୟ ଭାରତ ଓ ଅଷ୍ଟ୍ରେଲିଆ (Ind VS Aus Match) ପାଇଁ ଚେନ୍ନାଇ ପିଚ୍ ଅନେକ ଇତିହାସ ବହନ କରୁଛି । ୧୯୮୬ ମସିହାରେ ଦୁଇ ଦଳଙ୍କ ମଧ୍ୟରେ ହୋଇଥିବା 
ଟେଷ୍ଟ ଟାଇ ମ୍ୟାଚ୍ ସହିତ ୨୦୧୧ ରେ ନିର୍ଣ୍ଣାୟକ ଟେଷ୍ଟ ଦୁଇ ଦଳଙ୍କ ପ୍ରତିଦ୍ୱନ୍ଦିତାକୁ ଅଧିକ ରୋମାଞ୍ଚକର କରୁଛି। ବର୍ତ୍ତମାନ ପରିସ୍ଥିତିରେ ଭାରତର ମଜଭୁତ ବ୍ୟାଟିଂକ୍ରମ ବିଶ୍ୱରେ ସର୍ବଶ୍ରେଷ୍ଠ ମାନ୍ୟତା ରଖୁଥିବା ବେଳେ କଙ୍ଗାରୁ ଟିମ୍ ମଧ୍ୟ ନିଜର ଦ୍ରୁତ ବୋଲିଂ ବାହିନୀ ପାଇଁ ବେଶ ପରିଚିତ। ତେଣୁ ବ୍ୟାଟ୍ ବଲ୍ ଲଢେଇରେ କିଏ ଜିତିବ ତାହା ଖେଳାଳିଙ୍କର ଦକ୍ଷତା ଓ ସହନଶୀଳତା ଉପରେ ନିର୍ଭର କରୁଛି। ଚେନ୍ନାଇରେ ଭାରତ ୧୪ ଦିନିକିଆ ଖେଳିଥିବା ବେଳେ ୭ଟି ମ୍ୟାଚରେ ବିଜୟୀ, ୬ଟି ମ୍ୟାଚରେ ପରାଜିତ ଓ ଗୋଟିଏ ମ୍ୟାଚ୍ ବାତିଲ ହୋଇଥିଲା। କିନ୍ତୁ ଅଷ୍ଟ୍ରେଲିଆ ଏଠାରେ ୬ ମ୍ୟାଚ୍ ଖେଳିଥିବା ବେଳେ ୫ ମ୍ୟାଚରେ ବିଜୟୀ ହୋଇ ଭାରତ ଅପେକ୍ଷା ଭଲ ପ୍ରଦର୍ଶନ ଦେଇଛି। 


ପିଚ୍ ରିପୋର୍ଟ
ଚେପକ୍ ପିଚ୍ ରେ (Chepuk Pitch) ବର୍ତ୍ତମାନ ସୁଦ୍ଧା ୩୪ ଦିନିକିଆ ମ୍ୟାଚ୍ ଖେଳାଯାଇଛି । ଏହି ମ୍ୟାଚ୍ ଗୁଡିକ ମଧ୍ୟରେ ହାରାହାରି ରନ୍ ହେଉଛି ୨୨୪ । ସେହିପରି ଏହି ପିଚ୍ ରେ ପ୍ରଥମ ପାଳି ହାରାହାରି ରନ୍ ୨୦୫ ରହିଛି। ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୧୭ ମ୍ୟାଚରେ ବିଜୟୀ ହୋଇଛି ଓ ଦ୍ୱିତୀୟରେ ବ୍ୟାଟିଂ କରୁଥିବା ଦଳ ୧୬ ଟି ମ୍ୟାଚ୍ ଜିତିଛି। କମ୍ ରନ୍ ପାଇଁ ଜଣାଶୁଣା ଏହି ପିଚ୍ ରେ ସ୍ପିନରଙ୍କୁ ଅଧିକ ଫାଇଦା ମିଳିଥାଏ।


Also Read: SA vs SL Match Report: ବିଜୟ ସହ ବିଶ୍ୱକପ ଅଭିଜାନ ଆରମ୍ଭ କଲା ଦକ୍ଷିଣ ଆଫ୍ରିକା, ମାଟି କାମୁଡିଲା ଶ୍ରୀଲଙ୍କା