World Health day 2023: ପ୍ରତିବର୍ଷ ଏପ୍ରିଲ ୭ ତାରିଖରେ WHO ଦ୍ୱାରା ସାରା ବିଶ୍ୱରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ(World Health day 2023) କରାଯାଏ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା( awareness) ସୃଷ୍ଟି କରିବା ସହ ଔଷଧ କ୍ଷେତ୍ରରେ କରାଯାଉଥିବା ଗବେଷଣା ଓ ନୂତନ ଔଷଧ ନେଇ ଲୋକଙ୍କୁ ଅବଗତ କରାଇବା ଲକ୍ଷ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଏହି ଦିନକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିବସ ପାଳନ କରିବା ପଛରେ WHOର(World Health Organization) କେବଳ ଗୋଟିଏ ଉଦ୍ଦେଶ୍ୟ ରହିଛି । ସ୍ୱାସ୍ଥ୍ୟ(Health) ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଜିନିଷ, ନୂତନ ଔଷଧର(Medicine) ଉଦ୍ଭାବନ ସହିତ ନୂତନ ଟୀକା ସୃଷ୍ଟି କରିବା ଓ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ବିଷୟରେ ଲୋକଙ୍କୁ ଅବଗତ କରାଇବା ଏହାର ଲକ୍ଷ୍ୟ । ବିଶ୍ୱ ସ୍ୱାସ୍ଥ୍ୟ ଦିବସ WHOର ଭିତ୍ତିପ୍ରସ୍ତର ସ୍ଥାପନ ଦିନ ଭାବରେ ଆରମ୍ଭ ହୋଇଥିଲା । ପ୍ରତିବର୍ଷ ଏହି ଦିନ ପାଇଁ ଏକ ଥିମ୍(Theme of world health day) ସ୍ଥିର କରାଯାଇଥାଏ ଓ ସେହି ଆଧାରରେ ବିଭିନ୍ନ କାର୍ଯ୍ୟକ୍ରମଗୁଡିକ ଆୟୋଜିତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଦିନର ଇତିହାସ(History) ଓ ଏହାର ପାଳନ ପଛର ଉଦ୍ଦେଶ୍ୟ ।


COMMERCIAL BREAK
SCROLL TO CONTINUE READING

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଇତିହାସ


ସ୍ୱାସ୍ଥମୟ ଜୀବନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ୧୯୪୮ ମସିହାରେ ବିଶ୍ବର ସମସ୍ତ ଦେଶ ମିଳିତ ଭାବରେ WHOର ମୂଳଦୁଆ ପକାଇଲେ। ଉଦ୍ଦେଶ୍ୟ ଥିଲା ସାରା ଦୁନିଆର ଲୋକଙ୍କୁ ସ୍ବାସ୍ଥ୍ୟ ପ୍ରତି ସଚେତନତା କରାଇବା । ଯାହାଫଳରେ ସମସ୍ତେ ସୁସ୍ଥ ରହିପାରିବେ। ଏହି ଦିନ WHOର ମୂଳଦୁଆ ଦିବସ ଭାବେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଆରମ୍ଭ ହୋଇଥିଲା । ଏହାର ଦୁଇ ବର୍ଷ ପରେ ଅର୍ଥାତ୍ ୧୯୫୦ ମସିହାରେ ପ୍ରଥମ ଥର ପାଇଁ ଏପ୍ରିଲ ମାସ ୭ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ(World Health day 2023) କରାଯାଇଥିଲା ।  


କ'ଣ ରହିଛି ଚଳିତ ବର୍ଷର ଥିମ


ପ୍ରତିବର୍ଷ ନୂଆ ଓ ନିଆରା ଥିମ ସହ ଏହି ଦିବସକୁ ପାଳନ କରାଯାଇଥାଏ । WHO ଚଳିତ ବର୍ଷ "ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ" (Health for all) ଥିମ୍ ସହିତ ଏହି ଦିନ ପାଳନ କରିବାକୁ ନିଷ୍ପତ୍ତି ନେଇଛି । ଏହି ବର୍ଷର ଥିମ୍ ଚିନ୍ତାଧାରାକୁ ପ୍ରତିଫଳିତ କରେ ଯେ ସ୍ୱାସ୍ଥ୍ୟ ହେଉଛି ପ୍ରତ୍ୟେକ ମଣିଷର ମୌଳିକ ଅଧିକାର(fundamental rights) ଅଟେ । ତେଣୁ  ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯେପରି କୌଣସି ବ୍ୟକ୍ତଙ୍କ ପାଇଁ ସମସ୍ୟା ନଉପୁଜେ ଏଥିଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି ।


WHOର ୭୫ତମ ବାର୍ଷିକୀ


ଏହି ବର୍ଷ WHO ଏହାର ୭୫ତମ ବାର୍ଷିକୀ ପାଳନ କରୁଛି । ଏହି ଦିନକୁ ସ୍ୱତନ୍ତ୍ର କରିବା ପାଇଁ  WHO ଜନସ୍ୱାସ୍ଥ୍ୟ ସଫଳତାକୁ ମଧ୍ୟ ଆକଳନ କରିବ ଯାହା ଗତ ସାତ ଦଶନ୍ଧି ମଧ୍ୟରେ ଜୀବନଶୈଳୀରେ ଉନ୍ନତି ଆଣିଛି ।


  • WHO ଅନୁଯାୟୀ ଆର୍ଥିକ ପ୍ରତିବନ୍ଧକ(Financial crisis) କାରଣରୁ ପ୍ରାୟ ଦୁଇ ବିଲିୟନ ଲୋକ ସ୍ୱାସ୍ଥ୍ୟ ସୁବିଧାଠାରୁ ବଞ୍ଚିତ ରହିଛନ୍ତି।

  • ଦୁନିଆର ପ୍ରାୟ ୯୩୦ ନିୟୁତ ଲୋକଙ୍କୁ ରୋଜଗାର ପାଖାପାଖି ଦଶ ପ୍ରତିଶତ କିମ୍ବା ତାଠାରୁ ଅଧିକ ଟଙ୍କା ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡ଼ିଥାଏ । ଏଥିଲାଗି ବହୁ ଲୋକ ଆର୍ଥିକ ଅଭାବ ଅନଟନର ଶିକାର ହୋଇଥାଆନ୍ତି ।

  • ଦୁନିଆର ପ୍ରାୟ ୩୦ ପ୍ରତିଶତ ଲୋକଙ୍କ ପାଖରେ ଏପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବାରେ ପହଞ୍ଚିଛି ପାରିନାହିଁ ।


ଏହା ବି ପଢନ୍ତୁ- Hanuman Chalisa: ଭୁଲ ହନୁମାନ ଚାଳିଶା ପଢୁଛନ୍ତି ଲୋକେ! ଚୌପାଇରେ ତ୍ରୁଟି ଥିବା ନେଇ କହିଲେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ