Mahakal Mandir Ujjain: ଉଜ୍ଜନର ପ୍ରସିଦ୍ଧ ମହାକାଳ ମନ୍ଦିରରେ ବସ୍ମ ଆରତୀ ପାଇଁ ୧୫ ଶହ ଟଙ୍କା ନେଉଛନ୍ତି ପୂଜକ । ମହାକାଳଙ୍କ ନିକଟରେ ଭସ୍ମ ଆରତୀ ସକାଳ ୪ ଟା ସମୟରେ କରାଯାଇଥାଏ । ଜଣେ ଶ୍ରଦ୍ଧାଳୁ ମଧୁ ଶଙ୍କରଙ୍କ କହିବା ଅନୁଯାୟୀ, ତାଙ୍କ ପରିବାର ସଦସ୍ୟ ୨୩ ମଇରେ ଏହି ଆରତୀ ଦର୍ଶନ କରିବେ । ମଧୁ ଶଙ୍କରଙ୍କର ପୁରୋହିତ ରାଜେନ୍ଦ୍ର ଗୁରୁଙ୍କୁ କଲ୍ କରି ଏ ସମ୍ପର୍କରେ ଜଣାଇବା ପରେ ସେ ଏଥିପାଇଁ ୧୫୦୦ ଟଙ୍କା ମାଗିଥିଲେ।


COMMERCIAL BREAK
SCROLL TO CONTINUE READING

ତେବେ ସେ ଅଭିଯୋଗ କରିଛନ୍ତି ଯେ, ଭସ୍ମ ଆରତୀ ନାମରେ ଶ୍ରଦ୍ଧାଳୁଙ୍କ ଟାରୁ ଲୁଟ୍ କରାଯାଉଛି । ୧୦୦ କି ୨୦୦ ଟଙ୍କା ନୁହେଁ ବାବା ମହାକାଳଙ୍କ ଭସ୍ମ ଆରତୀ ପାଇଁ ହଜାରରୁ ଉର୍ଦ୍ଧ ଟଙ୍କା ଦାବି କରୁଛନ୍ତି ପୂଜକ । ମୁମ୍ବାଇର ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ମହାକାଳ ମନ୍ଦିରରେ ଭକ୍ତଙ୍କ ସହ ଘଟୁଥିବା ଲୁଟ୍ ବିଷୟରେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।


ପୁରୋହିତ ଜଣକ ଭକ୍ତଙ୍କ ସହ କଥା ବାର୍ତ୍ତା ସମୟରେ ୧୫ ଶହ ଟଙ୍କା ମାଗିଥିଲେ । ଏହି ବାର୍ତ୍ତାଳାପକୁ ରେକର୍ଡ କରିନେଇଥିଲେ ଭକ୍ତ ଜଣକ । ଉଜ୍ଜନ ମନ୍ଦିର କମିଟିକୁ ମଧ୍ୟ ଏ ସମ୍ପର୍କରେ ଜଣାଯାଇଛି । ସେ ପୁରୋହିତଙ୍କ ସହ ବାର୍ତ୍ତାଳାପର ଅଡିଓ ରେକର୍ଡିଂକୁ କଲେକ୍ଟରଙ୍କ ନିକଟକୁ ପଠାଇଛନ୍ତି । କଲେକ୍ଟର ନୀରଜ କୁମାର ସିଂ ମହାକାଳ ମନ୍ଦିର ପ୍ରଶାସକଙ୍କ ସହ ଏ ସମ୍ପର୍କରେ ଆଲୋଚନା କରି ତଦନ୍ତ କରିବାକୁ କହିଛନ୍ତି। 


ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ମହାକାଳ ମନ୍ଦିରରେ ଭସ୍ମ ଆରତୀଙ୍କ ନାମରେ ଭକ୍ତଙ୍କଠାରୁ ହଜାର ହଜାର ଟଙ୍କା ନିଆଯିବା ସମ୍ପର୍କରେ ଅନେକ ଅଭିଯୋଗ ହୋଇସାରିଛି । ମନ୍ଦିର କମିଟି ମଧ୍ୟ କେତେକ ମାମଲାରେ ମାମଲା ଦାୟର କରିଥିଲା। ଏହା ସତ୍ତ୍ୱେ ମଧ୍ୟ ଭସ୍ମ ଆରତୀ ନାମରେ ଭକ୍ତଙ୍କଠାରୁ ଟଙ୍କା ନେବା ଘଟଣା ବନ୍ଦ ହୋଇନଥିବା ଦେଖିବାକୁ ମିଳିଛି ।


Also Read- ଗଙ୍ଗା ନଦୀ ଅଘଟଣ, ବୁଡିଗଲା ପରିବା ବୋଝେଇ ଡଙ୍ଗା, ୨ ନିଖୋଜ


Also Read- ମହଙ୍ଗା ପଡିଲା Online Love, ୧୦ ଲକ୍ଷ ନେଇଗଲା ସୁନ୍ଦରୀ