Biparjoy Cyclone Latest News: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ "ବିପର୍ଯ୍ୟୟ" ବାତ୍ୟାରେ ପରିଣତ ହେବା ପରେ ସ୍ଥଳ ଭାଗ ମୁହାଁ ହୋଇଛି। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ଜୁନ ୧୪ ତାରିଖ ବୁଧବାର ବାତ୍ୟା "ବିପର୍ଯ୍ୟୟ" ଗୁଜୁରାଟ ଠାରେ ସ୍ଥଳ ଭାଗ ଛୁଇଁବ। ପାଣିପାଗ ବିଭାଗ ଚେତାବନୀ ପରେ ଏବେ ଗୁଜୁରାଟ ସରକାର ଏହି ବାତ୍ୟାର ମୁକାବିଲା ଜନିତ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏବେ ଗୁଜୁରାଟ ସରକାରଙ୍କ (Gujarat Govt) ପୁରା ପ୍ରଶାସନ ଆରବ ସାଗରରେ (Arabian Sea Cyclone) ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି। "ବିପର୍ଯ୍ୟୟ" ବାତ୍ୟା (Cyclone Biparjoy) କାରଣରୁ ରାଜ୍ୟର ଅନେକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ଝଡ଼ତୋଫାନ କାରଣରୁ ବିଦ୍ୟୁତ ଖୁଣ୍ଟ ଏବଂ ମୋବାଇଲ ଟାୱାର (Mobile Tower) କ୍ଷତିଗ୍ରସ୍ତ ହେବାର ମଧ୍ୟ ସମ୍ଭାବନା ରହିଛି। ଯେଉଁଥିପାଇଁ ଟେଲିକମ୍ ନେଟୱାର୍କ (Telecom Network) ମଧ୍ୟ ବାଧାପ୍ରାପ୍ତ ହୋଇପାରେ। ଏଭଳି ପରିସ୍ଥିତିରେ ଲୋକେ ଯେପରି ବାତ୍ୟା ସମୟରେ କୌଣସି ଅସୁବିଧାର ସାମ୍ନା ନ କରନ୍ତି ସେଥିପାଇଁ ଟେଲିକମ୍ ବିଭାଗ (Telecom Department) ପକ୍ଷରୁ ନିଆଯାଇଛି ଏକ ବଡ ନିଷ୍ପତ୍ତି।


ଟେଲିକମ୍ ବିଭାଗ ଘୋଷଣା କରିଛି ଯେ ବାତ୍ୟା ପ୍ରଭାବିତ ଜିଲ୍ଲାର ଲୋକ (Cyclone Affected District of Gujarat) ଝଡ ତୋଫାନ ଅନୁଭୂତ ହେବା ସମୟରେ ଟେଲିକମ୍ ନେଟୱାର୍କ ବ୍ୟବହାର କରିବାରେ କୌଣସି ଅସୁବିଧା ଭୋଗିଲେ ଅନ୍ୟ ଟେଲିକମ୍ ଅପରେଟର (Telecom Operator) ଦ୍ୱାରା ପ୍ରଦାନ କରାଯାଉଥିବା ନେଟୱାର୍କ ବ୍ୟବହାର କରିପାରିବେ। ଏହି ସେବା ବ୍ୟବହାର କରିବାକୁ ଲୋକଙ୍କୁ ମୋବାଇଲ୍ ସେଟିଂ ସମୂହକୁ (Mobile Settings Option) ଯାଇ ସିମ୍ କାର୍ଡ ଚୟନ (Selection of Sim Card) କରିବାକୁ ହେବ। ଏହା ପରେ ନିଜ ଅଞ୍ଚଳରେ ଉପଲବ୍ଧ ମୋବାଇଲ୍ ନେଟୱାର୍କ ସଂଯୋଗକୁ (Mobile Network Connection) ଆପଣ ନିଜେ ଚୟନ କରିବାକୁ ହେବ।


ଏହି ସେବା କଚ୍ଛ, ଦେବଭୂମି ଦ୍ୱାରକା, ପୋରବନ୍ଦର, ଜାମନଗର, ରାଜକୋଟ, ଜୁନାଗଡ ଏବଂ ମୋର୍ବି ଜିଲ୍ଲାରେ ଉପଲବ୍ଧ ହେବ। ଯାହା ଜୁନ୍ ୧୭ ତାରିଖ ରାତି ରାତି ୧୧:୫୯ ପର୍ଯ୍ୟନ୍ତ ଚାଲିବ। ଭାରତୀୟ ପାଣିପାଗ ବିଭାଗ (Indian Meteorological Department) ଆକଳନ କରିଛି ଯେ ଜୁନ୍ ୧୫ ତାରିଖ ଅପରାହ୍ନ ପ୍ରାୟ ଚାରିଟା ସମୟରେ ଗୁଜୁରାଟ କଚ୍ଛ ଜିଲ୍ଲାରେ ଅବସ୍ଥିତ ଜଖଉ ଉପକୂଳରେ (Jakhau Coast Gujarat) ବାତ୍ୟା "ବିପର୍ଯୟ" ସ୍ଥଳ ଭାଗ ଛୁଇଁପାରେ (Biparjoy Cyclone Landfall)। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟର ହୋଇପାରେ। ଯେଉଁ କାରଣରୁ ପ୍ରବଳ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ ବାତ୍ୟାକୁ ଦୃଷ୍ଟିରେ ରଖି ଲୋକଙ୍କୁ ଉପକୂଳବର୍ତ୍ତୀ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।


ଜୁନ ୧୪ ତାରିଖ ବୁଧବାର ଆଇଏମଡ଼ି ପକ୍ଷରୁ କୁହାଯାଇଥିଲା ଯେ, ବାତ୍ୟା "ବିପର୍ଯ୍ୟୟ" ଉପକୂଳ ଗୁଜୁରାଟ (Gujarat Coast) ଆଡକୁ ଅଗ୍ରସର ହେବା ପରେ ରାଜ୍ୟର ସୌରାଷ୍ଟ୍ର ଏବଂ କଚ୍ଛ ଅଞ୍ଚଳରେ () ପ୍ରବଳ ପବନ ସହିତ ପ୍ରବଳ ବର୍ଷା ହୋଇଥିଲେ। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ବାତ୍ୟା "ବିପର୍ଯ୍ୟୟ" ବୁଧବାର ଏହାର ମାର୍ଗ ବଦଳାଇ ଉତ୍ତର-ପୂର୍ବ ଦିଗରେ କଚ୍ଛ ଏବଂ ସୌରାଷ୍ଟ୍ର (Saurashtra and Kutch Region Gujarat) ଆଡକୁ ଅଗ୍ରସର ହେବାକୁ ଯାଉଛି। ଜୁନ ୧୫ ତାରିଖ ଗୁରୁବାର ସନ୍ଧ୍ୟାରେ ବାତ୍ୟା "ବିପର୍ଯ୍ୟୟ" ଜଖାଉ ବନ୍ଦର (Jakhau Port Gujarat) ନିକଟରେ ପହଞ୍ଚିବ।