Zimbabwe Captain Sean Williams: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ଏକ ଅଭଙ୍ଗା ରେକର୍ଡ କରିଛି ଜିମ୍ବାୱେ କ୍ରିକେଟ ଟିମ। ଯୁକ୍ତରାଷ୍ଟ୍ର ଆମେରିକା ବିପକ୍ଷ ମୁକାବିଲାରେ  ଜିମ୍ବାୱେ ୪୦୮ ରନ ସ୍କୋର କରିଛି। ଜିମ୍ବାୱେ ଦଳର ରେକର୍ଡ କ୍ରିକେଟ ଦୁନିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମ୍ୟାଚ୍ ରେ ଜିମ୍ବାୱେ ଅଧିନାୟକ ସେନ୍ ୱିଲୟମସ୍  ୧୭୪ ରନ୍ ର ଏକ ଅପରାଜିତ ଇଂନିସ ଖେଳିଥିଲେ। ଯେଉଁଥିରେ ୨୧ ଚୌକା ଏବଂସ ୫ ଛକା ସାମିଲ ରହିଛି। 


COMMERCIAL BREAK
SCROLL TO CONTINUE READING

ଜିମ୍ବାୱେ କ୍ରିକେଟ ଟିମ ଅଧିନାୟକ (Zimbabwe Cricket Team Captain) ସେନ୍ ୱିଲିୟମ୍ସ (Zimbabwe Captain Sean Williams) ଯୁକ୍ତରାଷ୍ଟ୍ର ଆମେରିକା (USA Cricket Team) ବିପକ୍ଷ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ (ICC Cricket World Cup Qualifiers 2023) ନିଜର ଦିନିକିଆ କ୍ୟାରିୟର୍ ରେ (sean williams cricket career) ସପ୍ତମ ଶତକ (Sean Williams Centuries) ହାସଲ କରିଛନ୍ତି। ସେନ୍ ୱିଲିୟମ୍ସ ମାତ୍ର ୬୫ ବଲ ଖେଳି ଶତକ ହାସଲ କରିଥିଲେ। ଦିନିକିଆ ମୁକାବିଲାରେ ଏହା ହେଉଛି ଜିମ୍ବାୱେ ଅଧିନାୟକ ସେନ ୱିଲିୟମ୍ସ ଙ୍କ ଦ୍ୱିତୀୟ ଦ୍ରୁତତମ ଶତକ। ଆପଣଙ୍କୁ କହି ରଖୁଛୁ ଯେ ଜିମ୍ବାୱେ କ୍ରିକେଟ ଟିମ୍ (Zimbabwe Cricket Team) ପକ୍ଷରୁ ସିକନ୍ଦର ରଜା (Sikandar Raza) ଦିନିକିଆ ମ୍ୟାଚ୍ ରେ (Fastest ODI Century List) ଦ୍ରୁତତମ ଶତକ ହାସଲ କରିଛନ୍ତି। ଏହି ଜିମ୍ବାୱେ କ୍ରିକେଟର (Zimbabwe Cricketer) ଜଣଙ୍କ ୫୪ ବଲ ଖେଳ ଶତକ ହାସଲ କରିବାର ରେକର୍ଡ ସୃଷ୍ଟି କରିଛନ୍ତି। 


ଯଦି ଆମେରିକା ବିପକ୍ଷ ମ୍ୟାଚ୍ ବିଷୟରେ କୁହାଯାଏ ତାହେଲେ ଜିମ୍ବାୱେ ଅଧିନାୟକ ସେନ୍ ୱିଲୟମସ୍  ୧୭୪ ରନ୍ ର ଏକ ଅପରାଜିତ ଇଂନିସ ଖେଳିଥିଲେ। ଯେଉଁଥିରେ ୨୧ ଚୌକା ଏବଂସ ୫ ଛକା ସାମିଲ ରହିଛି। ଅଧିନାୟକ ୱିଲିୟମ୍ସ ଜିମ୍ବାୱେ ଦଳର ତୃତୀୟ ବ୍ୟାଟ୍ସମ୍ୟାନ୍ (Zimbabwe Cricket Team Batsman) ହୋଇଛନ୍ତି। ଯିଏ ପଡିଆରେ ସବୁଠୁ ବଡ ଇନିଂସ ଖେଳିଛନ୍ତି। ଆମେରିକା ବିପକ୍ଷରେ ଶତକ ହାସଲ କରିବା ପରେ ସେନ ୱିଲିୟମ୍ସ କ୍ରେଗ ୱିଶାର୍ଟ (Craig Wishart) ଙ୍କ ରେକର୍ଡ ଭାଙ୍ଗିଛନ୍ତି। ନାମିବିଆ (Namibia Cricket Team) ବିପକ୍ଷ ଦିନିକିଆ ମୁକାବିଲାରେ କ୍ରେଗ ୱିଶାର୍ଟ ଅପରାଜିତ ୧୭୨ ରନ୍ ସ୍କୋର କରିଥିଲେ।


ଜିମ୍ବାୱେ କ୍ରିକେଟ ଟିମ୍ ପକ୍ଷରୁ ଦିନିକିଆ ମୁକାବିଲାରେ ସବୁଠୁ ବଡ ଇନିଂସ ଖେଳିବାର ରେକର୍ଡ ଚାର୍ଲ୍ସ କୋଭେଣ୍ଟ୍ରି (Charles Coventry) ଙ୍କ ନାମରେ ରହିଛି। ବାଂଲାଦେଶ (Bangladesh  Cricket Team) ବିପକ୍ଷ ଦିନିକିଆ ମ୍ୟାଚ୍ ରେ ଚାର୍ଲ୍ସ କୋଭେଣ୍ଟ୍ରି ଅପରାଜିତ ୧୯୪ ରନ୍ ର ଇନିଂସ ଖେଳିଥିଲେ। ଏହା ପରେ ହାମିଲଟନ୍ ମାସାକାଜାଙ୍କ (Hamilton Masakadza) ନାଁ ରହିଛି। କେନିଆ ବିପକ୍ଷ (Kenya Cricket Team) ମ୍ୟାଚ ରେ ହାମିଲଟନ୍ ମାସାକାଜା ଅପରାଜିତ ୧୭୮ ରନ୍ ର ପାଳି ଖେଳିଥିଲେ।


୨୦୨୩ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ଆମେରିକା ବିରୋଧରେ ଭାରୀ ପଡ଼ିଯାଇଥିଲା ଜିମ୍ବାୱେ। ଏହି ମ୍ୟାଚ୍ ବିଷୟରେ କହିବାକୁ ଗଲେ ଜିମ୍ବାୱେ ଅଧିନାୟକ ସେନ୍ ୱିଲୟମସ୍ ଅପରାଜିତ ୧୭୪ ରନ୍ ସଂଗ୍ରହ କରିଥିଲେ। ଯେଉଁଥିରେ ୨୧ ଚୌକା ଏବଂ ୫ ଛକା ସାମିଲ ରହିଥିଲା। ଜିମ୍ବାୱେ ଅଧିନାୟକ ଆମେରିକୀୟ ବୋଲର ଙ୍କୁ ପଡ଼ିଆରେ ନିର୍ଘାତ ପିଟିଥିଲେ। ୧୭୨.୨୮ ଷ୍ଟ୍ରାଇକ୍ ରେଟ ସହ ସେନ ୱିଲୟମସ୍ ଶତକ ହାସଲ କରିଥିଲେ। ଏହି ମ୍ୟାଚ୍ ରେ ଅଧନାୟକ ୱିଲିୟମ୍ସଙ୍କ ବ୍ୟତୀତ ସିକନ୍ଦର ରଜା ୨୭ ବଲ ଖେଳି ୪୮ ରନ୍ ସଂଗ୍ରହ କରିଥିଲେ। ରଜା ତାଙ୍କ ପାଳିରେ ଚମତ୍କାର ବ୍ୟାଟିଂ କରି ଷ୍ଟ୍ରାଇକ୍ ରେଟ ୧୭୭.୭୮ ରଖିଥିଲେ। ଏହି ମ୍ୟାଚ୍ ରେ ଜିମ୍ବାୱେ ଦଳ ମୋଟ ୪୦୮ ରନ୍ ସ୍କୋର କରି ଚମତ୍କାର କରିଥିଲା। ଦଳ ୫୦ ଓଭର ଖେଳି ୬ ୱିକେଟ୍ ବିନିମୟରେ ୪୦୮ ରନ୍ ସ୍କୋର କରି ଇତିହାସ ସୃଷ୍ଟି କରିଛି। ଦିନିକିଆ ମୁକାବିଲାରେ ଏହା ହେଉଛି ଜିମ୍ବାୱେ ଦଳର ସବୁଠାରୁ ବଡ଼ ସ୍କୋର।