ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୦-୨୧ର ଫଳ ପ୍ରକାଶ ପାଇଛି। ଏଥିରେ ମୋଟ ମୋଟ ୩୯୨ ଜଣ ପ୍ରାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୭ ଜଣ ମହିଳା ରହିଛନ୍ତି। ତେବେ ତେଜସ୍ୱିନୀ ବେହେରା ଟପ୍ପର ହୋଇଛନ୍ତି। ସେହିପରି ଶୁଭଙ୍କରି ସୁଦେଷ୍ଣା ଦାସ ଦ୍ୱିତୀୟ ଓ ଅନନ୍ୟା ସୃଷ୍ଟି ଶତପଥି ତୃତୀୟ ସ୍ଥାନ ହାସଲ କରିଛନ୍ତି।