ଭୁବନେଶ୍ୱର: ରାଜ୍ୟ ରାଜଧାନୀରୁ ଆଉ ଜଣେ ଛାତ୍ରୀ ନିଖୋଜ ଘଟଣା ସାମନାକୁ ଆସିଛି। ଭୁବନେଶ୍ୱର ରେଳଷ୍ଟେସନରୁ ଏରୋସ୍ପେସ ଇଂଜିନିୟରିଂ ଛାତ୍ରୀ ନିଖୋଜ ହୋଇଥିବା ନେଇ ଜିଆରପିରେ ଏତଲା ଦିଆଯାଇଛି। ବୁଧବାର ରାତିରେ ଛାତ୍ରୀ ଜଣକ ହାୱଡାରୁ ଭୁବନେଶ୍ୱର ଆସିଥିଲେ। ଜିଆରପି ପୋଲିସ ଏକ ମିସିଂ କେସ୍ ରୁଜୁ କରି ତଦନ୍ତ ଚଳାଇଛି।


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ଅନୁସାରେ, ବୁଧବାର ରାତିରୁ ଜଣେ ୨୦ ବର୍ଷୀୟ ଏରୋସ୍ପେସ ଇଂଜିନିୟରିଂ ଛାତ୍ରୀ ନିଖୋଜ ହୋଇଛନ୍ତି। ନିଖୋଜ ଛାତ୍ରୀ ଜଣଙ୍କର ନାମ ସ୍ୱିଟି। ତାଙ୍କ ଘର ପଶ୍ଚମବଙ୍ଗର ଉତ୍ତର ୨୪ ପରଗନାସରେ ତାଙ୍କ ଘର। ସେ ଖଣ୍ଡଗିରିର ଏକ ଘରୋଇ ଏରୋସ୍ପେସ ଇଂଜିନିୟରିଂ କଲେଜରେ ପଢୁଥିଲେ। ସ୍ୱିଟି ବୁଧବାର ସକାଳେ ଜନ ସତାବ୍ଦି ଏକ୍ସପ୍ରେସରେ ଭୁବନେଶ୍ୱରକୁ ଆସିଥିଲେ। ରାତି ଆଠଟାରେ ଭୁବନେଶ୍ୱର ପହଞ୍ଚି ତାଙ୍କ ମାଆକୁ ଫୋନ କରି ଜଣାଇଥିଲେ।


Also Read: ଅବିବାହିତା ଅଭିନେତ୍ରୀଙ୍କ ସିନ୍ଥିରେ କାହା ସିନ୍ଦୁର? ସନ୍ଦେହଜନକ ମୃତ୍ୟୁ ପରେ ଉଠିଲା ଅନେକ ପ୍ରଶ୍ନ


ସ୍ୱିଟି ଭୁବନେଶ୍ୱର ପହଞ୍ଚିବା ପରଠୁ ତାଙ୍କର ମୋବାଇଲ ସୁଇଚ ଅଫ ଦେଖାଇଥିଲା। ସେ କଲେଜ ହଷ୍ଟେଲ ମଧ୍ୟ ପହଞ୍ଚିନଥିଲେ। ତେଣୁ ସନ୍ଦେହ କରି ତାଙ୍କ ସ୍ଥାନୀୟ ଅଭିଭାବକ ସୁରେଶ ପଣ୍ଡା ପ୍ରଥମେ ନୟାପଲ୍ଲି ଥାନା ଓ ପରେ ଭୁବନେଶ୍ୱର ଜିଆରପି ଥାନାରେ ସ୍ୱିଟିଙ୍କ ନିଖୋଜ ରିପୋର୍ଟ ଲାଖାଇଥିଲେ। ସ୍ୱିଟିଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ପରିବାର ଲୋକ ସନ୍ଦେହ କରୁଛନ୍ତି।