Archana Nag Odisha News, Blackmail Lady, ଭୁବନେଶ୍ୱର: ବର୍ତ୍ତମାନ ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିବା ବହୁ ଚର୍ଚ୍ଚିତ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ମାମଲା ଏକ ନୂଆ ମୋଡ ଆସିଛି। ଶୁକ୍ରବାର ଏହି ମାମଲା ଓଡିଶା ହାଇକୋର୍ଟରେ ପହଞ୍ଚିଛି। ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଇଡି ତଦନ୍ତ ପାଇଁ ଜନ ସ୍ବାର୍ଥ ମାମଲା ରୁଜୁ ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ପିଟିସନ ଦାଖଲ କରାଯାଇଛି। ଅର୍ଚ୍ଚନାଙ୍କ ସମସ୍ତ ସମ୍ପତି ପୃଙ୍ଖାନୁପୃଙ୍ଖ ଯାଞ୍ଚ ସହ ସମ୍ପତିକୁ ବାଜ୍ୟପ୍ତି କରି ସରକାରଙ୍କୁ ହସ୍ତାନ୍ତର କରିବା ଅପିଲ ପରିଷଦ ଅପିଲ କରିଛି।


COMMERCIAL BREAK
SCROLL TO CONTINUE READING

ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଓ ଚର୍ଚ୍ଚାକୁ ଭିତ୍ତି କରି ଭାରତୀୟ ବିକାଶ ପରିଷଦ ଦାବି କରିଛି ଯେ, ଅର୍ଚ୍ଚନା ନାଗଙ୍କ କେଳେଙ୍କାରୀରେ ଶାସକ ଦଳର ୮୦ରୁ ଊର୍ଦ୍ଧ୍ୱ ବିଧାୟକଙ୍କ ସମ୍ପୃକ୍ତି ରହିଛି। ଅର୍ଚ୍ଚନା ବେଆଇନ ଭାବେ କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଛନ୍ତି। ତେଣୁ ଏହି ମାମଲାର ତଦନ୍ତ ଇଡି ଦ୍ୱାରା କରାଇବାକୁ ପରିଷଦ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦଖଲ କରିଛି। ମାମଲାରେ ମୁଖ୍ୟ ଶାସନ ସଚିବ, ଭୁବନେଶ୍ୱର ଡିସିପି, ଖଣ୍ଡଗିରି ଥାନା ଅଧିକାରୀ, ନୟାପଲ୍ଲୀ ଥାନା ଅଧିକାରୀ, କେନ୍ଦ୍ର ଗୃହ ଓ ରାଜ୍ୟ ଗୃହ ସଚିବ, ଇଡିକୁ ପକ୍ଷଭୁକ୍ତ କରାଯାଇଛି। ଅର୍ଚ୍ଚନାଙ୍କ ସମସ୍ତ ସମ୍ପତ୍ତି ବାଜ୍ୟପ୍ତି କରିବାକୁ ପିଟିସନରେ କୁହାଯାଇଛି।


Also Read: Archana Nag : ଅର୍ଚ୍ଚନାଙ୍କ ନାଗଫାଶରେ କିଏ କିଏ ? ପୋଲିସ ନୁହେଁ ପରଦା ଉଠାଇବ ଫିଲ୍ମ


ସୂତ୍ରାନୁସାରେ ଗୁରୁବାର ଅର୍ଚ୍ଚନା ନାଗ ଜାମିନ ପାଇଁ ଆବେଦନ କରିଛନ୍ତି। ଶୁକ୍ରବାର ଏହି ମାମଲାର ଶୁଣାଣୀ ହୋଇପାରେ। କିଛି ଆଇନ ବିଶାରଦଙ୍କ ଅନୁସାରେ ଅର୍ଚ୍ଚନାଙ୍କ ବିରୋଧ ହାଲୁକା ଦଫା ଲାଗିଛି। ଫଳରେ ତାଙ୍କୁ ସହଜରେ ଜାମିନ ମିଳିବା ସମ୍ଭାବନା ଅଛି। ଆଉ କିଛି ଆଇନଜୀବୀଙ୍କ ଅନୁସାରେ ଲେଡି ବ୍ଲାକମେରଲଙ୍କ ନାମରେ ୧୬ଟି ସଙ୍ଗୀନ ଦଫା ଲାଗିଛି। ତେବେ ଯାହାବି ହେଉ, ମାମଲା ହାଇକୋର୍ଟକୁ ଗଲାପରେ ଉଭୟ ଶାସକ ଓ ବିରୋଧି ଦଳର ନେତା-ମନ୍ତ୍ରୀଙ୍କ ଛାତିରେ ଛନକା ପଶିଛି। ଅର୍ଚ୍ଚନାଙ୍କ ସହ ପୂର୍ବତନ ବାଚସ୍ପତିଙ୍କ ଠାରୁ ଆରମ୍ଭ କରି ବିରୋଧି ଦଶ ବିଧାୟକଙ୍କ ଲିଙ୍କ ରହିଛି। ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ମଧ୍ୟ ରହିଛି। ଯଦି ମାମଲାର ତଦନ୍ତ ଇଡି କରେ ତେବେ ସମସ୍ତେ ଫସିବେ ଏଥିରେ ସନ୍ଦେହ ନାହିଁ। 


ସେପଟେ ଅର୍ଚ୍ଚନା ନାଗଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ସେ ଜାମିନରେ ବାହାରକୁ ବାହାରିଲା ପରେ ତାଙ୍କ ଜୀବନପ୍ରତି ବିପଦ ରହିଛି। ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ସହ ଅନେକ ନେତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ପ୍ରମାଣ ମିଳିଛି। ତେଣୁ ସେମାନେ ଅର୍ଚ୍ଚନାଙ୍କୁ ନିଜ ରାସ୍ତାରୁ ହଟାଇବାକୁ ହତ୍ୟା ବି କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଅର୍ଚ୍ଚନାଙ୍କ ନିକଟକୁ କେବଳ ନେତାମନ୍ତ୍ରୀ ନୁହଁ, ପ୍ରଶାସକ, ବିଲଡର, ଫିଲ୍ମ ନିର୍ମାତା ପ୍ରମୁଖ ଆସୁଥିଲେ। ତେଣୁ ଅର୍ଚ୍ଚନା ମୁହଁ ଖୋଲି ଦେଲେ ସେମାନଙ୍କ ସମ୍ମାନ ଉପରେ ଆଞ୍ଚ ଆସିବ। ତେଣୁ ସେମାନେ ନିଜକୁ ବଞ୍ଚାଇବା ପାଇଁ ଯେକୌଣସି ସୀମା ପର୍ଯ୍ୟନ୍ତ ଯାଇ ପାରନ୍ତି।


Also Read: Lady Blackmailer Archana Nag Case : ଲେଡି ବ୍ଲାକମେଲରଙ୍କୁ Mlaରୁ କିଏ ବଞ୍ଚିତ କରିଥିଲା ?


ଅର୍ଚ୍ଚନା ଗତ ପାଞ୍ଚ ବର୍ଷ ମଧ୍ୟରେ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତିର ମାଲିକ ହୋଇଛନ୍ତି। ତାଙ୍କର ଆଲିସାନ କୋଠା ଥିବା ବେଳେ ସେ ଦାମୀ ଦାମୀ ଗାଡି ଚଢୁଥିଲେ। ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କର ଏକାଧିକ କମ୍ପାନୀ ଥିବା ବେଳେ ତାଙ୍କର ଏକ ଗାଡି ଶୋରୁମ ମଧ୍ୟ ରହିଛି। ଜଣେ ବିଧାୟକ, ଅର୍ଚ୍ଚନାଙ୍କୁ ଏକ ଦାମୀ କାର ଗୀଫ୍ଟ ଦେଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ତେଣୁ ଏଗୁଡିକୁ ବାଜ୍ୟାପ୍ତ କରିବାକୁ ଭାରତୀୟ ବିକାଶ ପରିଷଦ, ହାଇକୋର୍ଟରେ ଅପିଲ କରିଛି। ସେପଟେ ଅର୍ଚ୍ଚନାଙ୍କ ସହ ଜଡିତ ନେତାମନ୍ତ୍ରୀଙ୍କ ନାମ ସର୍ବସାଧାରଣ କରିବାକୁ ବିଜେଡି ଦାବି କରିଛି।