Archana Nag Blackmailing Case, ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲାରେ ଏକ ରୋଚକ ମୋଡ଼ ଆସିଛି। ଅର୍ଚ୍ଚନା ଗିରଫ ହେବାର ଦୁଇ ଦିନ ପରେ କମିଶନରେଟ ପୋଲିସ ମୁହଁ ଖୋଲିଛି। ରବିବାର ଡେପୁଟି ପୋଲିସ କମିଶନର ପ୍ରତିକ ସଂହ ଏକ ପ୍ରେସ କନଫରେନ୍ସ କରିଛନ୍ତି। ଏଥିରେ ସେ ଘଟଣା ସମ୍ପର୍କରେ ସଂକ୍ଷିପ୍ତ ବିରରଣୀ ଦେବା ସହ ତଦନ୍ତ ପ୍ରକ୍ରିୟା ଚାଲିଥିବା କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ରବିବାର ଭୁବନେଶ୍ୱରର ଡେପୁଟି ପୋଲିସ କମିଶନର ପ୍ରତିକ ସିଂହ କହିଛନ୍ତି, "ଖଣ୍ଡଗିରି ଥାନାରେ ଜଣେ ଯୁବତୀ ଦୁଇ ଅକ୍ଟୋବରରେ FIR କରିଥିଲେ। ଅଭିଯୋଗ ଥିଲା ବିଶ୍ବାସ ଓ ଭରସା ଭାଙ୍ଗି ଜଣେ ବ୍ୟକ୍ତି କିଛି ଅନ୍ତରଙ୍ଗ ଫଟୋ ଭିଡିଓ ତାଙ୍କର ରେକର୍ଡ କରିଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ନିଜେ ଅଭିଯୋଗକାରୀଙ୍କ ବିରୋଧରେ ବ୍ଲାକମେଲିଂ ଶିକାର ଓ ଭିଡିଓ ଫଟୋ ଦେଖାଇ ବିପୁଳ ପରିମାଣର ଟଙ୍କା ଦାବି କରିଥିବା ନେଇ ପୀଡ଼ିତ ଓଲଟା FIR କରିଥିଲେ। ଯାହାର କେସ୍ ନଂ ୪୯୪/୨୨ରେ ପଞ୍ଜିକୃତ ହୋଇଛି। ଏହି ମାମଲାକୁ ନିଜେ ଆଇଆଇସି ତଦନ୍ତ କରୁଛନ୍ତି। ଏଥିରେ ନିଜେ ସଡ଼ଯନ୍ତ୍ରକାରୀ ଗିରଫ ହୋଇଛି। ତାଙ୍କ ନିକଟରୁ  tablet, laptop,  pen drive, passport ଜବତ କରାଯାଇଛି। ଏହା ସହ ଘରେ ଥିବା ସମସ୍ତ recording device ମଧ୍ୟ ଜବତ ହୋଇଛି। ଏସବୁ  ଫରେନସିକ ଲ୍ୟାବକୁ ଯାଞ୍ଚ ପାଇ ପଠାଯାଇଛି।"


Also Read: Lady Blackmailer: ଗୋଟିଏ ରାତି ପାଇଁ କେତେ ନେଉଥିଲେ ଅର୍ଚ୍ଚନା?


 


"ଏହା ସହିତ RBIକୁ ଚିଠି ଲେଖି ସେମାନଙ୍କର ଆର୍ଥିକ କାରବାର ଯାଂଚ ପାଇଁ କୁହାଯାଇଛି। ଅର୍ଚ୍ଚନା ଓ ତାଙ୍କ ସ୍ୱାମୀଙ୍କ ନାମରେ ଥିବା ବ୍ୟାଙ୍କ୍ ଆକାଉଣ୍ଟ୍,  ଫିକ୍ସ ଡିପୋଜିଟ୍, ଗତ ପାଞ୍ଚ ବର୍ଷର ଆର୍ଥିକ କାରବାର ଯାଂଚ ପାଇଁ ଚିଠି ଲେଖା ଯାଇଛି। ଯଦି କିଛି ନୂଆ ଅଭିଯୋଗ ମହିଳାଙ୍କ ବିରୋଧରେ ଆସେ ତାହେଲେ କେସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତାଙ୍କ ସ୍ଵାମୀ ଅସୁସ୍ଥ ଥିବାରୁ ଜେରା କରାଯାଇ ନାହିଁ। ସବୁ ପ୍ରକାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦରକାର ପଡିଲେ ରିମାଣ୍ଡରେ ଆଣିବୁ। ତାଙ୍କ ନାମରେ ଥିବା ଜମି, କମ୍ପାନୀ,  ଇଲେକ୍ଟ୍ରୋନିକ୍ସ ସମାଗ୍ରୀ ତଦନ୍ତ ପରିସରରେ ରହିଛି। ଆଉ କିଛି ଥାନାରେ ଅଭିଯୋଗ ଅଛି କି ନାହିଁ ଯାଂଚ ଚାଲିଛି। କିନ୍ତୁ ଏଯାଏଁ ଦୁଇଟି କେସ୍ ହୋଇଛି" ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।


ସେପଟେ ଡିସିପିଙ୍କ ବ୍ରିଫିଂକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଦୀର୍ଘ ଦୁଇ ଦିନ ଯାଏଁ ପୋଲିସ କାହିଁକି ନିରବ ଥିଲା? ଗଣମାଧ୍ୟମ ଚାପରେ ଡିସିପିଙ୍କୁ ପଦାକୁ ଆସିବାକୁ ପଡିଲା କି? କେବଳ ଇଲେକ୍ଟ୍ରୋନିକ୍ସ ସାମଗ୍ରୀରୁ ମାମଲାର ସବୁ ତଥ୍ୟ ମିଳିଯିବ କି? ଅର୍ଚ୍ଚନା ନାଗଙ୍କୁ ପୋଲିସ କାହିଁକି ରିମାଣ୍ଡରେ ଆଣିବାକୁ ବିଳମ୍ବ କରୁଛି? ମାମଲାରେ ମନି ଲଣ୍ଡ୍ରିଂ ସନ୍ଦେହ ହେଉଛି, ତେଣୁ ଏଥିକେ ଇଡି କିମ୍ବା କ୍ରାଇମ ବ୍ରାଞ୍ଚକୁ ସମ୍ପୃକ୍ତି କରାଯିବ କି? ଅର୍ଚ୍ଚନାଙ୍କ ଅନ୍ୟ ସହଯୋଗୀମାନେ କୁଆଡେ ଗଲେ? ଏଭଳି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି।