Bhubaneswar Lady Blackmailer, ଭୁବନେଶ୍ୱର: ରାଜଧାନୀର ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବର୍ତ୍ତମାନ ରାଜ୍ୟବ୍ୟାପୀ ଚହଳ ଖେଳାଇଛନ୍ତି। ଶୁକ୍ରବାର ଖଣ୍ଡଗିରି ପୋଲିସ ତାଙ୍କୁ ଗିରଫ କରିବା ପରେ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଫେରାର ହୋଇଯାଇଛନ୍ତି। ଅର୍ଚ୍ଚନା ଏବେ ଝାରପଡା ଜେଲର ବିଚାର ବିଭାଗୀୟ ହାଜତରେ ଅଛନ୍ତି। କିନ୍ତୁ ପୋଲିସ ହାତରେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି। ସେବେ ସେ ଏକା ନୁହଁ ପ୍ରାୟ ୨୦ ଜଣ ଯୁବତୀଙ୍କୁ ମଧ୍ୟ ଏହି କାମରେ ଲଗାଉଥିବା ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ରାଜଧାନୀରେ ହାଇପ୍ରୋଫାଇଲ ସେକ୍ସ ରାକେଟ ଚଳାଉଥିବା ମୁଖ୍ୟ କାର୍ପଟଦାର ଅର୍ଚ୍ଚନା ନାଗଙ୍କ ଗୋଟିଏ ପରେ ଗୋଟିଏ ଗୁମର ଫିଟୁଛି। ଅର୍ଚ୍ଚନାକୁ ଗିରଫ ପରେ ପୋଲିସ ଜବତ ପେନଡ୍ରାଇଭ୍, ମୋବାଇଲର ଖୋଳତାଡ ଚଳାଇଛି। ଏପରି କି ତାଙ୍କ ଇ-ମେଲକୁ ମଧ୍ୟ ଚାଞ୍ଚ କରାଯାଇଛି। ତେବେ ମେଲରୁ ଅନେକ ବିସ୍ଫୋରକ ତଥ୍ୟ ମିଳିଛି। ଅର୍ଚ୍ଚନାଙ୍କ ଇମେଲରୁ ୬୪ଟି ଫଟୋ ମିଳିଛି। ସେଥିରେ ଅନେକ ନେତା ମନ୍ତ୍ରୀ, ପ୍ରଶାସନୀକ ଅଧିକାରୀ, ପୋଲିସ ସହ ରାଜ୍ୟର ଦୁଇଟି ରାଜ ପରିବାରର ସଦସ୍ୟଙ୍କ ଫଟୋ ରହିଛି। ତେବେ ସେମାନେ ଅର୍ଚ୍ଚନାଙ୍କ ସହ ଅସଞ୍ଜତ ଅବସ୍ଥାରେ ଥିବା କୁହାଯାଉଛି। କେବଳ ଅର୍ଚ୍ଚନା ନୁହଁ ଫଟୋରେ ଅନେକ ଯୁବତୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି।


Also Read: FM Nirmala Sitharaman: ଆଳୁ-ପିଆଜ-ଟମାଟୋ ଉପରେ ଲାଗିବ GST! ମଣ୍ଡିରେ ପରିବା କିଣି ମତାମତ ନେଲେ ଅର୍ଥ ମନ୍ତ୍ରୀ


ପୋଲିସର ତଦନ୍ତ ବେଳେ ଜଣାପଡିଛି ଯେ, ଅର୍ଚ୍ଚନା ପ୍ରାୟ ୨୦ ଜଣ ଯୁବତୀଙ୍କୁ ନେଇ ହାଇପ୍ରୋଫାଇଲ ସେକ୍ସ ରାକେଟ ଚଳାଉଥିଲେ। ଏଥିପାଇଁ ସେ ତାଙ୍କ ଫାର୍ମ ହାଉସକୁ ବ୍ୟବହାର କରୁଥିଲେ। ଅର୍ଚ୍ଚନା ସବୁବେଳେ ଧନୀ ଶ୍ରେଣୀର ଗ୍ରାହ ଖୋଜୁଥିଲେ। ସେ ଜଣେ ଗ୍ରାହକଙ୍କ ଠାରୁ ଅତି କମରେ ୫୦୦୦୦ ଟଙ୍କା ଚାର୍ଜ କରୁଥିଲେ। ତା ଠାରୁ ଅଧିକ ହେଲେ ସେ ନିଜେ ସେବା ଦେବାକୁ ଯାଉଥିଲେ। ରାଜ ପରିବାରର ଜଣେ ସଦସ୍ୟଙ୍କୁ ବ୍ଲାକମେଲ କରି ଅର୍ଚ୍ଚନା ପ୍ରାୟ କୋଟିଏ ଟଙ୍କା ଲୁଟିଥିବା ପୋଲିସ ସୂତ୍ରରୁ ଜଣାପଡିଛି। ଅର୍ଚ୍ଚନାଙ୍କ ଦେବ ବ୍ୟବସାୟ ବିଷୟରେ ତାଙ୍କ ସ୍ୱାମୀ ଜଗବନ୍ଧୁ ଜାଣିଥିଲେ। ଜଗବନ୍ଧୁ ଓ ଅନ୍ୟ ତିନି ଜଣ ଏଥିରେ ସାହାଯ୍ୟ ମଧ୍ୟ କରୁଥିବା ସୂଚନା ମିଳିଛି।


ରୂପଜୀବୀଙ୍କ ମଧ୍ୟରେ ଅନେକ ଶିକ୍ଷିତ ଓ ନାମିଦାମୀ ଘରର ଯୁବତୀ ଅଛନ୍ତି। ଅର୍ଚ୍ଚନା ସେମାନଙ୍କୁ ଏକ ଅଫର ଦେଉଥିଲେ। ଗ୍ରାହକଙ୍କୁ ସେବା ଯୋଗାଇବା ସମୟର ଫଟୋ ଓ ଭିଡିଓ ସଂଗ୍ରହ କଲେ ଅଧିକ ଟଙ୍କା ଦେବାକୁ ପ୍ରଲୋଭନ ଦେଖାଉଥିଲେ। ଆଉ ସେହି ଫଟୋକୁ ଦେଖାଇ ବ୍ଲାକମେଲିଂ କରି ଲକ୍ଷ ଲକ୍ଷ୍ୟ ଟଙ୍କା ଲୁଟୁଥିଲେ। ଅର୍ଚ୍ଚନାଙ୍କ ନିକଟରେ କାମ କରୁଥିବା କିଛି ଯୁବତୀଙ୍କ ଫଟୋ, ଆଧାରକାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ନମ୍ବର ମିଳିଛି। କେବଳ ରାଜଧାନୀ ନୁହଁ ରାଜ୍ୟର କୋଣ ଅନୁକୋଣରୁ ଗ୍ରହକମାନେ ଅର୍ଚ୍ଚନାଙ୍କ ଘରେ ଡେରା ପକାଉଥିଲେ। ଅର୍ଚ୍ଚନାଙ୍କୁ ଗିରଫ କରାଯିବା ପରେ ତାଙ୍କ ସ୍ୱାମୀ ଫେରାର ହୋଇଯାଇଛନ୍ତି।


Also Read: ଗୋଟିଏ ଘାଟରେ ପାଣି ପିଉଥିଲେ ସବୁଦଳ, ପୋଲିସର ପାଉନି ବଳ, ଉଜୁଡ଼ିଗଲେ ମୋ ସୁନା ଗ୍ରାହକ


ସେପଟେ ଅର୍ଚ୍ଚନାଙ୍କ ଠାରୁ ଜବତ ଡଇରୀରେ ପୁରା ସିଣ୍ଡିକେଟର ହିସାବ କିତାବ ରହିଛି। ଅର୍ଚ୍ଚନାଙ୍କ ପାପ ଟଙ୍କାରେ ସ୍ୱାମୀ ଜଗବନ୍ଧୁ ଅୟେସ କରୁଥିଲେ। ସେ ଦାମୀ ଗାଡି ଚଢିବା ସହ ଦାମୀ ଘଣ୍ଟା ମଧ୍ୟ ପିନ୍ଧୁଥିଲେ। ୩ ଲକ୍ଷ ଟଙ୍କାର ଦୁଇଟି ଚଢ଼େଇ ଓ ୪ ଲକ୍ଷ ଟଙ୍କା ମୁଲ୍ୟର ବିଦେଶୀ କୁକୁର ରିଖିଥିଲେ। ମୁଡ ବନେଇବା ପାଇଁ ଜଗବନ୍ଧୁ ରୂପା ଗ୍ଲାସରେ ବିଦେଶୀ ବ୍ରାଣ୍ଡର ମଦ ପିଉଥିଲେ।
ପୁରୀ ଭୁବନେଶ୍ୱର ବାଇପାସରେ ତାଙ୍କର ଏକ ପୁରୁଣା ଗାଡି ସୋରୁମ ରହିଛି। ୧୦ ପ୍ରତିଶତ ସୁଧରେ ଜଗବନ୍ଧୁ କୋଟି କୋଟି ଟଙ୍କା ଲୋନ ଦେଇଛନ୍ତି। ଭୁବନେଶ୍ୱର ଉପକଣ୍ଠ ଏକ ବାଲିଘାଟରେ ଟଙ୍କା ଲଗାଇଥିବା ସୂଚନା ମିଳିଛି।


ଏତେ ସବୁ ପ୍ରମାଣ ପାଇବା ସତ୍ତ୍ୱେ କମିଶନରେଟ ପୋଲିସ ନିରବ ଅଛି। ମାମଲାରେ ଶାସକ ଦଳର ଅନେକ ନେତାମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି। ତେଣୁ ମାମଲା ଚପାଇ ଦେବାକୁ ଭିତରୁ ଚାପ ପଡୁଥିବା ନେଇ ଚର୍ଚ୍ଚା ହେଉଛି। ଅର୍ଚ୍ଚନା ଗିରଫ ହେବାର ଦୁଇ ଦିନ ବିତି ଗଲାଣି କିନ୍ତୁ ପୋଲିସ ତାଙ୍କର ରିମାଣ୍ଡ ପାଇଁ ଆବଦନ ନ କରିବାକୁ ନେଇ ପ୍ରଶ୍ନ ଉଠୁଛି। ବିଗତ ୫ ବର୍ଷ ମଧ୍ୟରେ ଅର୍ଚ୍ଚନା ଓ ଜଗବନ୍ଧୁ ୫୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ହୋଇଛନ୍ତି। ତେଣୁ ଏହି ମାମଲାରେ କ୍ରାଇମ ବ୍ରାଞ୍ଚ କିମ୍ବା ଇଡିର ଏଣ୍ଟ୍ରୀ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।