Dharmendra Sahu Death Case: ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଧର୍ମେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ପୁରୀର ଜିଲ୍ଲା ପରିଷଦଙ୍କ ମୃତ୍ୟୁକୁ ସପ୍ତାହେ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି ରହିଛି। ତେଣୁ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ଦାବି କରାଯାଇଛି। ଶନିବାର ଶହ ଶହ ବିଜେପି କର୍ମୀମାନେ ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟ ଘେରାଉ କରିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି।   


COMMERCIAL BREAK
SCROLL TO CONTINUE READING

ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ସାତ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ପଡିଛି। ଆଉ ପ୍ରତିବାଦରେ ଶନିବାର ରାଜ୍ୟ ବିଜେପି ପକ୍ଷରୁ ଭୁବନେଶ୍ୱର DCP ଅଫିସ ଘେରାଉ କରାଯାଇଛି। ଘଟଣାରେ ଅଡିଓ ଭାଇରଲ ହେବା ସହ ଯେଉଁ ସାତ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। କିନ୍ତୁ ଅଭିଯୁକ୍ତଙ୍କୁ ଏଯାଏଁ ତଦନ୍ତ ଘେରକୁ ନିଆଯାଇନାହିଁ। ଏହା ସହିତ ମନ୍ତ୍ରୀ ସମୀର ଦାସଙ୍କ ବିରୁଦ୍ଧରେ ମଧ୍ୟ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ରାଜ୍ୟରେ ବଳୁଆ ପୋଲିସ ବୋଲାଉଥିବା କମିଶନରେଟ ପୋଲିସର ହାତ କାହିଁକି ଖାଲି ପଡିଛି? ଦୋଷୀଙ୍କୁ ଧରିବାକୁ ଯଥେଷ୍ଟ ତଥ୍ୟ ପ୍ରମାଣ ଥାଇ ମଧ୍ୟ କାହିଁକି ପୋଲିସ ପ୍ରଶାସନ ଚୁପ ବସିଛି ବୋଲି ବିଜେପି ପ୍ରଶ୍ନ କରିଛି।


Also Read: Dharmendra Sahoo suicide case: ସମସ୍ତେ ଚୁପ, ବାଟବଣା ହେଉଛି କି ତଦନ୍ତ !


ବିଜେପି କହିଛି ଯେ, ରାଜ୍ୟ ସରକାର 'ହାତୀ ମାରି କୁଲା ଘୋଡାଇବାକୁ ଚେଷ୍ଟା' କରୁଛି। ଧର୍ମେନ୍ଦ୍ର ସାହୁଙ୍କୁ ହତ୍ୟା କରାଯିବା ନେଇ ତାଙ୍କ ପରିବାର ଲୋକ ପୋଲିସକୁ ଅନେକ ପ୍ରମାଣ ଦେଇଥିବା ଦାବି କରିଛନ୍ତି। ଏହାରି ମଧ୍ୟରେ ଧର୍ମେନ୍ଦ୍ରଙ୍କ ଏକ ଅଡିଓ ମଧ୍ୟ ଭାଇରାଲ ହେଉଛି। ଏଥିରେ ସେକ୍ସରାକେଟ ଭଳି ସାଙ୍ଘାତିକ ଅଭିଯୋଗ ଆସୁଛି। ମାମଲାରେ କେଉଁଠି ନା କେଉଁଠି ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ଅଛି। ତେଣୁ ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବିଜେପି କହିଛି। ଏହା ସହ ପୋଲିସ ମାମଲାକୁ ଚପାଇ ଦାବେକୁ ଚେଷ୍ଟା କରୁଛି। ତଦନ୍ତ ବାହାନାରେ ମୋବାଇଲର ତଥ୍ୟ ଡିଲିଟ୍ କରିଦିଆଯିବ ବୋଲି ଦଳ ସନ୍ଦେହ ମଧ୍ୟ ପ୍ରକାଶ କରିଛି। 


ସୂଚନାଯୋଗ୍ୟ, ଧର୍ମେନ୍ଦ୍ରଙ୍କ ଘର ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ଖଣ୍ଡିଆକୁଦ ଗାଁରେ। ଧର୍ମେନ୍ଦ୍ର ସାହୁ ମୃତ୍ୟୁର ୧୫ ଦିନ ଆଗରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମାତ୍ର ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ସ୍ୱାଭାବିକ ଜୀବନ ବଞ୍ଚିବାକୁ ପ୍ରୟାସ କରୁଥିବା ଧର୍ମେନ୍ଦ୍ର କିନ୍ତୁ କୌଣସି ଏକ ଅଦୃଶ୍ୟ ଚାପରେ ଜର୍ଜରିତ ହୋଇ ପଡ଼ିଥିଲେ। ସବୁବେଳେ ସେ ଅସ୍ତବ୍ୟସ୍ତ ରହୁଥିବା ତାଙ୍କ ନିକଟତମ ସମ୍ପର୍କୀୟମାନେ କହିଛନ୍ତି। ୨୪ ତାରିଖରେ ଭୁବନେଶ୍ୱର ବାସଭବନରୁ ତାଙ୍କର ମୃତଦେହକୁ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା।


Also Read: Dharmendra sahoo death: ଧର୍ମେନ୍ଦ୍ରଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇଯିବ କି ବିଜେଡ଼ି, ମୃତ୍ୟୁକୁ ନେଇ ଆସିଲା ସାଂଘାତିକ ଅପଡେଟ


ସେପଟେ ଧର୍ମେନ୍ଦ୍ର ଆତ୍ମହତ୍ୟା କରିବାର ୫ ଘଣ୍ଟା ପୂର୍ବରୁ ମଧ୍ୟ ସୋସିଆଲ ମିଡ଼ିଆରେ ବେଶ ଆକ୍ଟିଭ ଥିଲେ। ସୋସିଆଲ ମିଡ଼ିଆରେ ଶେଷ ପୋଷ୍ଟ ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଶେଷ ଥର ପାଇଁ ସେ ଫେସବୁକରେ ମୋ ଫୋନ ଦୁଇଟାରେ ସବୁ ଭିଡ଼ିଓ ରହିଛି। ତାକୁ ଲୋକଲୋଚନକୁ ଆଣିବେ। ସେ ଏଭଳି କାହିଁକି ଲେଖିଲେ ତାହାକୁ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି। ଫୋନରେ କେଉଁ ଭିଡ଼ିଓ ରହିଛି ତାହାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି ହୋଇଚି। ତାଙ୍କର ଏହି ପୋଷ୍ଟ ତାଙ୍କ ମୃତ୍ୟୁକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ମୃତ୍ୟୁ ସ୍ୱାଭାବିକ ନା ହତ୍ୟା ତାହା ଉପରେ ମଧ୍ୟ ରାଜନୈତିକ ମାହୋଲରେ ଚର୍ଚ୍ଚା ହେଉଛି। ଏପରିକି କରିଥିବା ଭିଡ଼ିଓରେ ତାଙ୍କର ଆତ୍ମସମ୍ମାନହାନୀ ପାଇଁ ଜଣେ ସାମ୍ବାଦିକଙ୍କୁ ଦାୟୀ କରିଥିବା ନେଇ ଧର୍ମେନ୍ଦ୍ର କହିଛନ୍ତି।