odisha flood: ଭୁବନେଶ୍ୱର: ବନ୍ୟାଞ୍ଚଳରେ ବଢ଼ିଲା ଚିନ୍ତା। ଅଞ୍ଚଳରେ ବଢୁଛି ରୋଗ। ବିଶେଷକରି ଜଳବାହିତ ରୋଗ ବଢୁଛି। ମାଲେରିଆ, ଡେଙ୍ଗୁ ବଢିବା ସହ ସାପ କାମୁଡ଼ା ବଢୁଛି। ବନ୍ୟା ପ୍ରପୀଡ଼ିତ ୧୪ ଜିଲ୍ଲାରେ ୨୩,୩୬୭ ଜଣ ଲୋକ ଚିକତ୍ସା ହେଉଛନ୍ତି । ୩୨ ଜଣ ସାପ କାମୁଡ଼ା ରୋଗୀ ଚିକିତ୍ସିତ ହେଇଛନ୍ତି। ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ନାହିଁ। ବିଶେଷ କରି ଜଳ ବିଶୋଧନ କିଭଳି ହେବ ସେଥିପାଇଁ କାମ ଚାଲିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


COMMERCIAL BREAK
SCROLL TO CONTINUE READING

ଗୋଟିଏ ପଟେ ନଦୀରେ ପାଣି କମୁଛି ସେପଟେ ଦୁର୍ଦଶ ବଢ଼ିବାରେ ଲାଗିଛି। ବନ୍ୟାଞ୍ଚଳରେ ବର୍ତ୍ତମାନ ବଢୁଛି ରୋଗ। ବିଶେଷକରି ଜଳବାହିତ ରୋଗ ବଢୁଛି। ମାଲେରିଆ, ଡେଙ୍ଗୁ ବଢିବା ସହ ସାପ କାମୁଡ଼ା ବଢୁଛି। ବନ୍ୟା ପ୍ରପୀଡ଼ିତ ୧୪ ଜିଲ୍ଲାରେ ୨୩,୩୬୭ ଜଣ ଲୋକ ଚିକତ୍ସା ହେଉଛନ୍ତି । ୩୨ ଜଣ ସାପ କାମୁଡ଼ା ରୋଗୀ ଚିକିତ୍ସିତ ହେଇଛନ୍ତି। ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ନାହିଁ। ବିଶେଷ କରି ଜଳ ବିଶୋଧନ କିଭଳି ହେବ ସେଥିପାଇଁ କାମ ଚାଲିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।


ବନ୍ୟାଞ୍ଚଳରେ ଜଳ ପ୍ରଦୂଷିତ ହୋଇଥିବାରୁ ଜଳ ବିଶୋଧନ ପାଇଁ ୫ ଲକ୍ଷ ୩୭ ହଜାର ହାଲୋଜିନ ବଟିକା ବଣ୍ଟାଯାଇଛି। ୧ ଲକ୍ଷ ୨୨ ହଜାର ଓଆରଏସ ବଣ୍ଟାଯାଇଛି। ଏପରିକି ଏସବୁର ମୁକାବିଲା ପାଇଁ 210 ଟି ମେଡ଼ିକାଲ ରିଲିଫ ସେଣ୍ଟର ରହିଛି, ମୋବାଇଲ ଟିମ ୧୨୫ଟି କାମ କରୁଛି ବୋଲି କୁହାଯାଇଛି।ଲୋକଙ୍କୁ ସଫା ସୁତୁରା ରହିବା ପାଇଁ ସଚେତନ କରାଯାଉଛି ବୋଲି କୁହାଯାଇଛି।


ସେପଟେ ବାଲେଶ୍ୱରରେ ଏବେ ରୋଗୀ ସଂଖ୍ୟା ବଢିବ ବୋଲି ଆଶା ରହିଛି ତେଣୁ ବାଲେଶ୍ୱର ସିଡିଏମଓଙ୍କ ସହ ସ୍ୱାସ୍ଥ୍ୟ ବିଭାଗ ଆଲୋଚନା କରିଛି । ସେପଟେ ସ୍ୱାସ୍ଥ୍ୟ ବିଭାଗ ଟିମ ଅଞ୍ଚଳକୁ ଯାଇଛନ୍ତି l ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି କୁହାଯାଇଛି।


ସେପଟେ 


ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ଜଳସମ୍ପଦ ମନ୍ତ୍ରୀଙ୍କ ସମୀକ୍ଷା। ସୁବର୍ଣ୍ଣରେଖାରେ ବନ୍ୟା ଜଳ କମୁଛି। ବସ୍ତା, ବାଲିଆପାଳ ସମେତ ତଳି ଅଂଚଳରେ ପାଣି ପଶିଛି। ସୁବର୍ଣ୍ଣରେଖା ସିଷ୍ଟମରେ କୌଣସି ଘାଇ ହୋଇନାହିଁ। ଅନ୍ୟ ନଦୀ ଗୁଡିକରେ ବନ୍ୟା ଜଳ କମିବା ଆରମ୍ଭ ହୋଇଛି। ପରିସ୍ଥିତି ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ। ସେପଟେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ କହିବା କଥା ସୁବର୍ଣ୍ଣରେଖାରେ କମୁଛି ବନ୍ୟାଜଳ।


ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଟଳିଛି। ମାଧ୍ୟମ ଧରଣର ବନ୍ୟା ହୋଇଛି। ସୁବର୍ଣ୍ଣରେଖାର ଜଳ 8 ଘଣ୍ଟା ଧରି ସ୍ଥିର ରହିବା ସହ କମିଛି। କିନ୍ତୁ ବସ୍ତା, ବାଲିଆପାଳ ସମେତ ତଳିଆ ଅଂଚଳରେ ପାଣି ପଶିଛି। ସୁବର୍ଣ୍ଣରେଖାରେ ସିଷ୍ଟମରେ କୌଣସି ଘାଇ ହୋଇନାହିଁ। ଅନ୍ୟ ନଦୀ ଗୁଡିକରେ ବନ୍ୟା ଜଳ କମିବା ଆରମ୍ଭ ହୋଇଛି। ପରିସ୍ଥିତି ଉପରେ ନଜର ରଖାଯାଇଛି ବୋଲି ଜଳସମ୍ପଦ ମନ୍ତ୍ରୀ କହିଛନ୍ତି। ବନ୍ୟା ସ୍ଥିତିର ସମୀକ୍ଷା କରି ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।


ସେପଟେ ସୁବର୍ଣ୍ଣରେଖାରେ କମୁଛି ବନ୍ୟା ଜଳ । ମଧ୍ୟାହ୍ନ 12 ଟା ପରଠୁ ଜଳସ୍ତର କମିବା ଆରମ୍ଭ କରିଛି । ବନ୍ୟାର ଏହି ସ୍ଥିତି 3 ଦିନ ପର୍ଯ୍ୟନ୍ତ ଲାଗି ରହିବ । ବାଲେଶ୍ଵରର ଭୋଗରାଇ, ବାଳିଆପାଳ ଓ ବସ୍ତା ଅଞ୍ଚଳରେ ବନ୍ୟା ପାଣି ପଶିଛି । ଅନ୍ୟ ନଦୀ ଗୁଡ଼ିକରେ ଜଳ ସ୍ତର କମୁଛି । ବଡ଼ ବନ୍ୟା ଆଶଙ୍କା କରାଯାଉଥିଲା କିନ୍ତୁ ମଧ୍ୟମ ଧରଣରୁ କମ ବନ୍ୟା କୁହାଯାଇପାରିବ ବୋଲି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ଝାଡ଼ଖଣ୍ଡରୁ ପାଣି କମିଛି,ପିକ ଫ୍ଲଡ ଅତିକ୍ରମ କରି ସାରିଛି ବୋଲି ଯନ୍ତ୍ରୀ କହିଛନ୍ତି।


ଝାଡ଼ଖଣ୍ଡରେ ୧୨ଟି ଗେଟ୍ ରୁ ପାଣି ଆସୁଛି,୨ ଲକ୍ଷ ୫୦ ହଜାର କ୍ୟୁସେକ ପାଣି ଆସୁଛି। ସେପଟେ ସୁବର୍ଣ୍ଣରେଖାରେ ବନ୍ୟା ନିୟନ୍ତ୍ରଣ ପାଇଁ ଡ୍ୟାମ କରିବା ନେଇ ଅନୁଧ୍ୟାନ କରାଯାଉଛି,ସେ ଦିଗରେ ତଦନ୍ତ ବି ଚାଲିଛି ବୋଲି କୁହାଯାଇଛି।