ବନ୍ୟା ସ୍ଥିତି ସଂଗୀନ, ଉବୁଟୁବୁ ରାଜ୍ୟ

ଲଘୁଚାପ ବର୍ଷା ଓ ବନ୍ୟା ପରିସ୍ଥିତି ର ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନ କୁ ବୁଲି ଦେଖିବା ସହିତ ଲଘୁଚାପ ଓ ବନ୍ୟା ପ୍ଲାବିତ ଅଞ୍ଚଳ ର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା କହିଥିବା ବେଳେ ଇରିଗେସନ ଓ ଡ୍ରେନେଜ ବିଭାଗ ସହ ଆଲୋଚନା କରିବେ ବୋଲି କହିଛନ୍ତି ବସ୍ତା ତହସିଲଦାର ।
ବାଲେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ବିପଦଶଂଙ୍କୁଳ ଅବସ୍ଥାରେ ନଦୀକୁଳିଆ ଗ୍ରାମବାସୀ। ଜଳକାନଦୀରେ ଭୟାବହ ବନ୍ଯା ପାଣି ପ୍ରଭାବିତ ହେଉଥିବା ବେଳେ କେତେକ ସ୍ଥାନରେ ଯାତାୟତ ବିଛିନ୍ନ ହୋଇଛି। ବିଶେଷକରି ବସ୍ତା ବ୍ଲକ ବାହାର୍ଦ୍ଦା, ମଥାନୀ, କୁଡିଆ ପଞ୍ଚାୟତ ମଧ୍ୟଦେଇ ପ୍ରବାହିତ ହେଉଛି ବନ୍ୟାଜଳ। ତତ୍ ସହିତ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ପଞ୍ଚାୟତରେ ଅନେକ ମାଟି ଘର ଭୁଶୁଡି ଯାଇଥିବା ଦେଖିବାକୁ ମିଳିଛି।
ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅଞ୍ଚଳରେ ଲଘୁଚାପ ବର୍ଷା ଲାଗି ରହିଥିବାବେଳେ, ବ୍ଲକରେ ଥିବା ଜଳକା ନଦୀ ରେ ଦେଖାଦେଇଛି ବନ୍ୟା। ନଦୀର ଉପର ମୁଣ୍ତ ରେ ପ୍ବବଳ ବର୍ଷା ଲାଗିରହିଥିବା ଯୋଗୁଁ ଜଳକାରେ ବନ୍ଯା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ବନ୍ଯା ପାଣି ବସ୍ତା ବ୍ଳକର ୧୪ ଟି ଏବଂ ସଦର ବ୍ଲକର ୬ ଟି ଗ୍ରାମ ପ୍ରଭାବିତ ହେବାର ଅନୁମାନ କରାଯାଇଛି। ମଥାନୀ ଠାରେ ଜଳକା ନଦୀ ର ବିପଦ ସଙ୍କେତ ୫.୫୦ ଥିବା ବେଳେ ସକାଳ ୬ଟା ସୁଦ୍ଧା ୬.୪୬ ରେ ପ୍ରବାହିତ ହେଉଥିବା ଜଣାପଡିଛି।
ବିଶେଷକରି ମଥାନୀ ପଞ୍ଚାୟତର ସାନଖୁଡି,ବଡଖୁଡି ଏବଂ ତଳମଥାନୀ ଗ୍ରାମ ର ହରିଜନ ସାହି ଓ ଗିରିସାହି ମଧ୍ଯରେ ଡ୍ରେନେଜ ବିଭାଗର ଅଧାପନ୍ତରିଆ କାମ ଯୋଗୁଁ ବନ୍ୟାଜଳ ଜମା ହୋଇ ଗ୍ରାମାଞ୍ଚଳ ଲୋକଙ୍କ ମଧ୍ଯରେ ଭୟର ବାତାବରଣ ସୃଷ୍ଟି ହୋଇଛି । ୧୦୦ ରୁ ଊର୍ଦ୍ଧ୍ବ ପରିବାର ଜଳବନ୍ଦୀ ଅବସ୍ଥାରେ ରହିଆସୁଥିବା ବେଳେ ଶହଶହ ହେକ୍ଟର ଚାଷଜମି ପାଣିରେ ବୁଡି ରହିଛି।
ତେବେ ଲଘୁଚାପ ବର୍ଷା ଓ ବନ୍ୟା ପରିସ୍ଥିତି ର ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନ କୁ ବୁଲି ଦେଖିବା ସହିତ ଲଘୁଚାପ ଓ ବନ୍ୟା ପ୍ଲାବିତ ଅଞ୍ଚଳ ର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା କହିଥିବା ବେଳେ ଇରିଗେସନ ଓ ଡ୍ରେନେଜ ବିଭାଗ ସହ ଆଲୋଚନା କରିବେ ବୋଲି କହିଛନ୍ତି ବସ୍ତା ତହସିଲଦାର ।
ସେପଟେ ବୌଦ୍ଧ ଜିଲାର ମହାନଦୀରେ ବିପଦ ସଂକେତ ୮୬.୮୦ ମିଟର ରହିଥିବାବେଳେ ବିପଦ ସଂକେତ ରହିଛି ୮୭.୮୦ ମିଟର। ତେବେ ବିପଦ ସଂକେତ ପାର ହୋଇ ଏବେ ବୌଦ୍ଧ ଜିଲ୍ଲାର ମହାନଦୀରେ ୮୮.୮୭ ମିଟର ଉଚ୍ଚତା ରେ ପ୍ରଭାହିତ ହେଉଛି ବନ୍ୟାଜଳ । ଫଳରେ ଜିଲାରେ ବନ୍ୟା ସ୍ଥିତି ସଙ୍ଗିନ ହୋଇ ପଡିଛି।
ବନ୍ୟା କାରଣରୁ ଜିଲାର ହରଭଙ୍ଗା ବ୍ଲକ ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ହୋଇ ପଡିଛି। ଆଜକୁ ୪ ଦିନ ହେଲା ଅନେକ ଗାଁରେ ଜଳବନ୍ଦୀରେ ଜୀବନ କାଟୁଛନ୍ତି ଗ୍ରାମବାସୀ। କୁଶଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାରାଡ଼ା, ତିରଡ଼, ଅତଲସରା, କୁମାରୀ ଏବଂ ହରଭଙ୍ଗା ବ୍ଲକ ଭେଜିଗୋରା, ସୁରୁଣ୍ଡି, ହରଭଙ୍ଗା, ବୁକେସିଙ୍ଗା, ସଂକୁଳେଇ ପଞ୍ଚାୟତର ପାଣିଘେରା, ବୁଲୁରା, ଧଳପୁର ପଞ୍ଚାୟତର ଖଣ୍ଡି ଧଳପୁର, ଖରସଂକୁଳେଇ, ଧଳପୁର, ସେହିଭଳି ରାମଗଡ଼, ସାମ୍ପୋଚ, ବିରନର୍ସିଂପୁର, ସରସରା ପଞ୍ଚାୟତର ୪୦ରୁ ଊର୍ଦ୍ଧ୍ୱ ଗାଁ ବନ୍ୟା ପାଣି ଘେରରେ ରହିଛି।
ବୌଦ୍ଧ ଜଗନ୍ନାଥ ସଡକର ୮ଟି ସ୍ଥାନରେ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ହରଭଙ୍ଗା-ବୌଦ୍ଧ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇ ପଡିଛି। ଏହା ସହିତ ଲଗାଣ ବର୍ଷା କାରଣରୁ ଅନେକ ଲୋକଙ୍କ ମାଟି ଘର ଭାଙ୍ଗି ଯାଇଛି । ଶହଶହ ହେକ୍ଟର ଚାଷ ଜମିରେ ବନ୍ୟା ପାଣି ଆଜକୁ ୪ ଦିନ ହେଲା ମାଡି ରହିଥିବାରୁ ବ୍ୟାପକ ପରିମାଣରେ ଧାନ ଫସଲ ନଷ୍ଟ ହୋଇଛି।
ବୌଦ୍ଧ ସହରର ଅବସ୍ଥା ବି ବେହାଲ କରିଛି ଚଳୁତ ବର୍ଷର ବଡ଼ ବନ୍ୟା। ସହରର ତଳିଆ ଅଂଚଳରେ ବନ୍ୟା ପାଣି ଘରେଘରେ ପଶିଛି। ଲୋକଙ୍କ ଆସବସ ପତ୍ର ବନ୍ୟା ପାଣିରେ ଧୋଇ ନେଇଛି । ସହରର ୧ନଂ ୱାର୍ଡ ମାଳିସାହିରେସ୍ଥିତ ସଙ୍ଗୀନ ହୋଇଛି। ଜଳସ୍ତର ବଢିବା ଯୋଗୁଁ ଗକଟିଏ ପରେ ହଟିଏ ଘର ବନ୍ୟା ପାଣିରେ ବୁଡିବାକୁ ଲାଗିଛି ।
ଅଧିକ ପଢନ୍ତୁ: ଜାମ୍ମୁ-କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ