Road Accident: ଆଜି ସକାଳୁ ସକାଳୁ ରାଜ୍ୟର ଜାତୀୟ ରାଜପଥ ୧୬ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଛି କାର୍ । ତେବେ ଏଥିରେ ଥିବା ୪ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାଟି ଖୋର୍ଦ୍ଧାର ଜଙ୍କିଆ ପୋଲିସ ଷ୍ଟେସନ ବଡ ପୋଖରିଆ ଅଞ୍ଚଳରେ ଘଟିଛି। ଖବର ପାଇ ଘଟଣା ସ୍ଥଳରେ ଜଙ୍କିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। 


COMMERCIAL BREAK
SCROLL TO CONTINUE READING

ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଟ୍ରକଟିକୁ ଡ୍ରାଇଭର ଓ ମାଲିକ ରାସ୍ତା କଡରେ ଛାଡି ଦେଇଚାଲିଯାଇଥିଲେ। ପରେ ଭୋର ସମୟରେ ଏକ କାର ଏହି ଟ୍ରକକୁ ଧକ୍କା ଦେଇଥିଲା। ତେବେ କୁହୁଡି କାରଣରୁ ଏହି ଦୁର୍ଘଟଣା (Road Accident) ଘଟିଥିବା ସ୍ଥାନୀୟ ଲୋକ ମାନେ ପ୍ରକାଶ କରୁଛନ୍ତି। ଏହି କାରରେ ଥିବା ଦୁଇ ମହିଳା ଓ ଦୁଇ ପୁରୁଷଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ତେବେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଏମାନେ ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର (Andhra Pradesh To Bhubaneswar) ଆସୁଥିବା ନେଇ ପୋଲିସ କହିଛି । 


Also Read: Digital Rupee: ଜାଣନ୍ତୁ କେମିତି କରିବେ ବ୍ୟବହାର ଓ କ'ଣ ମିଳିବ ଫାଇଦା


ସେପଟେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାକଥା, ଏଠାରେ ଟ୍ରକଟିକୁ ରାସ୍ତା କଡରେ ଛିଡା କରିଥିବା ବେଳେ ଟ୍ରକ ଡ୍ରାଇଭର ଓ ମାଲିକ କୌଣସି ପ୍ରକାରର ସଙ୍କେତ ରଖିନଥିଲେ। ଖାସ୍ ସେଥିପାଇଁ କୁହୁଡି କାରଣରୁ ହେଉ ବା ଅନ୍ଧାରରୁ କାର୍ ଟି ଭାରସାମ୍ୟ ହରାଇ ଏଠାରେ ପିଟି ହୋଇଥିଲା ଯାହାଫଳରେ ଅକାରଣେ ୪ ଜଣଙ୍କ ଜୀବନ ଚାଲିଯାଇଥିଲା। ସେପଟେ ଏମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ପରିଚୟ ମିଳିଥିବା ସୂଚନା ମିଳିଛି। ମହିଳା ଜଣଙ୍କ ଜଣେ ବିଉଟିସିଆନ ହୋଇଥିବା ଜଣାପଡ଼ିଛି।