Cuttack Laxmi Puja: ପୂଜା ଉତ୍ସବରେ ଘଟିଗଲା ଅଘଟଣ। ମାଁ ଲକ୍ଷ୍ମୀଙ୍କୁ ମେଲାଣୀ ଦେବାକୁ ଯାଇ କେନାଲରେ ଭାସିଗଲେ ତିନି ଯୁବକ। ଏଭଳି ଏକ ଦୁଃଖଦ ଘଟଣା ବୁଧବାର ରାତିରେ କଟକର ଜଗତପୁରରେ ଘଟିଛି। ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୩ ଜଣ ନିଖୋଜଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗୁରୁବାର ସେମାନଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ, ଅଗ୍ନିଶମ କର୍ମଚାରୀ ଓ ପୋଲିସ ଚେଷ୍ଟା ଚଳାଇଛନ୍ତି। ସେପଟେ ମୃତକଙ୍କ ପରିବାର ହତ୍ୟା ଅଭିଯୋଗ ଆଣିଛନ୍ତି। 


COMMERCIAL BREAK
SCROLL TO CONTINUE READING

କଟକର ଜଗତପୁର ଅଞ୍ଚଳରେ ଲକ୍ଷ୍ମୀଙ୍କ ପୂଜା ହୋଇଥିଲା। ବୁଧବାର ରାତିରେ କିଛି ସ୍ଥାନୀୟ ଯୁବକ ମୂର୍ତ୍ତି ବିସର୍ଜନ ପାଇଁ ନିକଟସ୍ତ ପଟ୍ଟାମୁଣ୍ଡାଇ କେନାଲକୁ ଯାଇଥିଲେ। କିନ୍ତୁ ଏବି ବିସର୍ଜନ ବେଳେ ଏକ ଅଘଟଣ ଘଟିଗଲା। ତେବେ ଗୁରୁବାର ସକାଳୁ ଓଡ୍ରାଫ, ଅଗ୍ନିଶମ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରୁଛନ୍ତି। କଟକ ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇଥିବା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକମାନେ ହେଲେ, ଚାଉଳିଆଗଞ୍ଜର ତ୍ରିଲୋଚନ ମାହାଲା ଓ ଚୌଦ୍ୱାରର ବାଦଲ ସାହୁ। ତେବେ ଅନ୍ୟଜଣଙ୍କର ଏବେ ସୁଦ୍ଧା କୌଣସି ପତ୍ତା ମିଳିନାହିଁ। ନିଖୋଜ ଯୁବକଙ୍କ ନାମ ନିଲୁ ବୋଲି ଜଣାପଡିଛି।


Also Read: Odisha Contractual Employees: ଠିକା କର୍ମଚାରୀଙ୍କୁ ନବୀନ ନିବାସରୁ ଆସିଲା ଡ଼ାକରା, ହୋଇପାରେ ବଡ଼ ଘୋଷଣା


 


ସୂଚନାନୁସାରେ, ଲକ୍ଷ୍ମୀ ପୂଜା ଭସାଣୀର ମଜା ଉଠାଇବା ପାଇଁ ତିନି ଜଣ କେନାଲ ବନ୍ଧ ଉପରେ ବସିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଚୌଦ୍ୱାର ଲକ୍ଷ୍ମୀ ପୂଜା ଭସାଣୀ ଦେଖିବା ପାଇଁ ନୀଲୁ, ତ୍ରିଲୋଚନଙ୍କୁ ନେଇ ତାଙ୍କ ମାଉସୀ ଘରକୁ ଯାଇଥିଲେ। ବୁଧବାର ସନ୍ଧ୍ୟାରେ ଗଜଲକ୍ଷ୍ମୀ ପୂଜା ଭସାଣୀ ଦେଖିବା ପାଇଁ ଚୌଦ୍ୱାରର ପଟ୍ଟାମୁଣ୍ଡାଇ କେନାଲକୁ ଯାଇଥିଲେ। ବିସର୍ଜନ ସ୍ଥାନ ଠାରୁ କିଛି ଦୂରରେ ବନ୍ଧ ଉପରେ ଏହି ତିନି ଜଣ ବସିଥିବା ବେଳେ ହଠାତ ଜଣେ କେନାଲ ଭିତରକୁ ଖସିପଡିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇ ଜଣ ମଧ୍ୟ କେନାଲ ପାଣିରେ ଭାସି ଯାଇଥିଲେ। ଭଲଭାବେ ପହଁରିବା କୌଶଳ ଜାଣିନଥିବା ଏହି ତିନି ସାଙ୍ଗ କିଛି ସମୟ ପରେ କେନାଲ ପାଣିରେ ନିଖୋଜ ହୋଇଯାଇଥିଲେ। ନିକଟରେ ଥିବା ଲୋକମାନେ ପ୍ରଥମେ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ରାତି ହୋଇଯାଇଥିବାରୁ ସେମାନେ ଶେଷ ନିରାଶ ହୋଇଥିଲେ। 


ପାର୍ବଣରେ ଲଗାତକ ଏଭଳି ଅଘଟଣ ଘଟୁଛି। ଦୂର୍ଗା ପୂଜା ଭସାଣୀ ବେଳେ ଦେଶରେ ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। ପଞ୍ଚିମବଙ୍ଗର ଜଲପାଇଗୁଡିର ମାଲ ନଦୀରେ ହଠାତ ବନ୍ୟା ଆସି ୪୦ ଜଣଙ୍କୁ ଭସାଇ ନେଇ ଯାଇଥିଲା। ଫଳରେ ସେଠାରେ ୧୫ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିଲା। ଉତ୍ତର ପ୍ରଦେଶର ଆଗ୍ରାରେ ଜମୁନା ନଦୀରେ ବୁଡି ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରାଜସ୍ଥାନରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ଏଭଳି ଅଘଟଣ ବାରମ୍ବାର ଘଟୁଥିବାରୁ ପୂଜା ଭସାଣୀରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି।