Odisha News: କାର୍ଯ୍ୟରତ ଆସିଷ୍ଟାଣ୍ଡ କଲେକ୍ଟରଙ୍କୁ ଚାକିରୀରୁ ନିଲମ୍ବନ, ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ...
Advertisement
Article Detail0/zeeodisha/odisha2565396

Odisha News: କାର୍ଯ୍ୟରତ ଆସିଷ୍ଟାଣ୍ଡ କଲେକ୍ଟରଙ୍କୁ ଚାକିରୀରୁ ନିଲମ୍ବନ, ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ...

Odisha News: ଉମେଶ ଲେଙ୍କା ଗତ ଏପ୍ରିଲ ମାସ ୧୦ତାରିଖ ଦିନ ସେହି କାର୍ଯ୍ୟାଳୟରେ କନିଷ୍ଠ ରାଜସ୍ବ ସହାୟକ ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରୁଥିବାର ଅଭିଯୋଗ ହୋଇଥିଲା।

 Odisha News: କାର୍ଯ୍ୟରତ  ଆସିଷ୍ଟାଣ୍ଡ କଲେକ୍ଟରଙ୍କୁ ଚାକିରୀରୁ ନିଲମ୍ବନ, ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ...
Odisha News: (ନାରାୟଣ ବେହେରା) ଜଗତସିଂହପୁର ଠାରେ କାର୍ଯ୍ୟ କରୁଥିବା ପୂର୍ବତନ ଏମରଜିନ୍ସ ଅଫିସର ତଥା ବର୍ତ୍ତମାନ ପାରାଦୀପ ସ୍ଥିତ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଡ କଲେକ୍ଟର ଭାବରେ କାର୍ଯ୍ୟରତ ଥିବା ଉମେଶ ଲେଙ୍କାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। ଉମେଶ ଲେଙ୍କା ଗତ ଏପ୍ରିଲ ମାସ ୧୦ତାରିଖ ଦିନ ସେହି କାର୍ଯ୍ୟାଳୟରେ କନିଷ୍ଠ ରାଜସ୍ବ ସହାୟକ ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରୁଥିବାର ଅଭିଯୋଗ ହୋଇଥିଲା।
 
 ଏହି ଘଟଣା ପରେ ଜିଲା ଅଭିଯୋଗ କମିଟି ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପରେ ତତ୍କାଳୀନ ଜିଲାପାଳ ଉମେଶ ଲେଙ୍କାଙ୍କୁ ପାରାଦୀପ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟକୁ ବଦଳି କରି ଦେଇଥିଲେ। ଏହି ଘଟଣାକୁ ନେଇ ରାଜସ୍ବ ମନ୍ତ୍ରୀ ସମ୍ପୃକ୍ତ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଏଥି ସହିତ ତିନି ମାସ ମଧ୍ୟରେ ଜଣେ ମହିଳା ତଦନ୍ତକାରୀ ଅଧିକାରୀ ଓ ଜଣେ ମହିଳା ମାର୍ସଲିଂ ଅଧିକାରୀଙ୍କ ଜରିଆରେ ସମସ୍ତ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ନିର୍ଦେଶ ଦେଇଛନ୍ତି।