Heavy Rain : ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା (Heavy Rain) ସମ୍ଭାବନା । ଅବପାତ ଘନୀଭୂତ (Low presure) ହୋଇ ଗଭୀର ଅବପାତର ରୂପ ନେଇ ଉପକୂଳ ଛୁଇଁବ। ଆଜି ସନ୍ଧ୍ୟାରେ ବାଲେଶ୍ୱର (Balasore) ଓ ସାଗର ଦ୍ୱୀପ ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ। ଏସମ୍ପର୍କରେ ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ (Uma Sankar Das)। ଫଳରେ ୪ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ଏଥିପାଇଁ କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୪ ଜିଲ୍ଲାରେ ଅକସ୍ମାତ ବନ୍ୟା, ପାହାଡ଼ି ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି । ଆଉ ୧୨ଟି ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ଅରେଞ୍ଜ ୱାର୍ଣ୍ଣିଂ ଥିବା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ ,ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, ଯାଜପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୋଟାମୋଟି ଭାବେ ବର୍ଷାର ପ୍ରଭାବ ସାରା ରାଜ୍ୟରେ ରହିବ ।


ସେପଟେ ଉପକୂଳରେ ୬୦ରୁ ୬୫ କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ରହିଛି। ବଡ଼ଧରଣର ବାତ୍ୟା ଆଶଙ୍କା ନାହିଁ। ପବନ ମାଡ଼ ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ ୩୦ ରୁ ୩୫ କିଲୋମିଟର ବେଗରେ ପବନ ବହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି ଏହି ଲଘୁଚାପ ବାତ୍ୟାର ରୂପ ନେବନାହିଁ। କିନ୍ତୁ ଗଭୀର ଭାବେ ଅବପାତର ରୂପ ନେବ। ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ।  ଅବପାତଟି ଏବେ ଦୀଘାରୁ ୧୪୦, ବାଲେଶ୍ୱରରୁ ୨୦୦ କିମି ଦୂରରେ ରହିଛି। ଆଗାମୀ ୬ ଘଣ୍ଟାରେ ଏହା ଗଭୀର ଅବପାତରେ ରୂପାନ୍ତର ହେବ। ସେହି ଅବସ୍ଥାରେ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆଇଏମଡି ନିର୍ଦ୍ଦେଶ ମୃତ୍ୟୁଞ୍ଜୟ ସୂଚନା ପ୍ରଦାନ କରିଛନ୍ତି। 


ସେପଟେ ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ମାଲାଗୁଡା ଘାଟି ରାସ୍ତାରେ ଭୂସ୍ଖଳନ ଯୋଗୁ ୪ ପଂଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାଇକିଆରୁ କରଡ଼ା, ରଣବା, ଇନ୍ଦ୍ରଗଡ଼ ଓ ବଡ଼ବାରବା ପଞ୍ଚାୟତର ଲାଇଫ ଲାଇନ କୁହାଯାଉଥିବା ମାଲାଗୁଡା ଘାଟି ରାସ୍ତା ଧସି ଯାଇଛି । ତେଣୁ ଯାତାୟତ ପୁରା ଠପ ହୋଇ ପଡ଼ିଛି। ୪ ପଞ୍ଚାୟତର ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକେ ରାଇକିଆ ଯାଇପାରୁନାହାଁନ୍ତି। ଅତି ବିପଦପୂର୍ଣ୍ଣ ଭାବେ ଲୋକେ ବାଇକରେ ସେହି ରାସ୍ତା ଦେଇ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ଭୁସ୍ଖଳନ ଘାଟି ରାସ୍ତାରେ ବ୍ୟାରିକେଡ କରି ଦେଇ ଚୁପ ବସିଛି । ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।


ଅନ୍ୟପଟେ ପୁରୀ ମଙ୍ଗଳାଘାଟ ବାଇପାସ୍ ରାସ୍ତାର ମଙ୍ଗରାଜପୁରରୁ ଲୋକମାନଙ୍କୁ ଉଦ୍ଧାର କରାଯାଇଛି । ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଉଦ୍ଧାର କରିଛନ୍ତି । ଭାର୍ଗବୀ ନଦୀ ଓ ମଙ୍ଗଳା ନଈର ପାଣିରେ ଉବୁଟୁବୁ ହୋଇଛି ପୂରା ଅଞ୍ଚଳ । ଆଣ୍ଠୁଏ ଉଚ୍ଚର ପାଣିରେ ରହିଯାଇଥିବା ଲୋକମାନଙ୍କୁ ଅଗ୍ନିଶମ କର୍ମଚାରୀ ମାନେ ପାୱାର ବୋଟରେ ବାଇପାସ୍ ରୋଡକୁ ଆଣିଛନ୍ତି ।


ଅଧିକ ପଢନ୍ତୁ: ଦିଦିଙ୍କ ନେତାଙ୍କୁ ଲୋକେ ଜୋତାରେ ମାରିବେ


ଅଧିକ ପଢନ୍ତୁ: ପୂର୍ବତନ NCB ଅଧିକାରୀ ସମୀର ୱାଙ୍ଖେଡେଙ୍କୁ ମିଳିଲା ମୃତ୍ୟୁ ଧମକ