ଭୁବନେଶ୍ୱର: ଓଡିଶା ମୁହାଁ ବିଦେଶୀ ରୋଗୀ। ପୁଣି ଥରେ ଓଡ଼ିଶା ହସ୍ପିଟାଲରେ ନୂଆ ଜୀବନ ପାଇଲେ ଇରାକ ନାଗରିକ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଜଣେ ଇରାକ ନାଗରିକଙ୍କ ସଫଳ ଅସ୍ତ୍ରୋପଚାର ହୋଇଛି। ସେ ଏବେ ସୁସ୍ଥ ଥିବା ସୂଚନା ମିଳିଛି। ଏହା ପୂର୍ବରୁ ଚଳିତ ବର୍ଷ ଜାନୁଆରୀରେ ରାଜଧାନୀର ସେହି ସମାନ ଘରୋଇ ହସ୍ପିଟାଲରେ ଇରାକର ଜସିମ କରିମ ଫାରୁନ ଚାନାନି ନାମକ ଅନ୍ୟ ଜଣେ ରୋଗୀ ସୁସ୍ଥ ହୋଇଥିଲେ। କୋରୋନା ପରେ ଜସିମ ପୋଟର ପଫି ଟ୍ୟୁମର ଦ୍ୱାରା ଇନଭାସିଭ୍ ଫଙ୍ଗଲ୍ ଫ୍ରଣ୍ଟାଲ୍ ସାଇନୁସାଇଟିସ୍ ଏବଂ ଅର୍ବିଟାଲରେ ପୀଡ଼ିତ ଥିଲେ।


COMMERCIAL BREAK
SCROLL TO CONTINUE READING

ଓଡିଶାର ସ୍ୱାସ୍ଥ୍ୟ ସେବାର ଚାହିଦା ବିଶ୍ୱସ୍ତରରେ ବୃଦ୍ଧି ପାଇବାରେ ଲାଗିଛି। ତେବେ ସରକାରୀ ନୁହଁ, ଘରୋଇ ହସ୍ପିଟାଲ ଗୁଡିକ ଗୋଟିଏ ପରେ ଗୋଟିଏ କିର୍ତ୍ତିମାନ ସ୍ଥାପନ କରୁଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପୁଣି ଥରେ ଜଣେ ୬୫ ବର୍ଷିୟ ଇରାକ ନାଗରିକଙ୍କ ସଫଳ ଅସ୍ତ୍ରପଚାର ହୋଇଛି। ରୋଗୀ ଜଣଙ୍କର ନାମ ଅବଦୁଲ ଖଲିଦ ଇମ୍ରାନ। ଖଲିଦ ସେଣ୍ଟ୍ରାଲ ସ୍କୁଲ ବେଶ ଅଷ୍ଟିଓ ମାଇଲିଟିସ ନାମକ ବିରଳ ରୋଗରେ ପିଡୀତ ଥିଲେ। ରୋଗ ଇରାକରେ ଚିହ୍ନଟ ହୋଇଥିଲେ ମଧ୍ୟ ସେଠାରେ ଏହି ରୋଗର ଚିକିତ୍ସା ପାଇଁ ସୁବିଧା ନଥିବାରୁ ସେ ନିଜ ପରିବାର ସହ ଓଡିଶା ଆସିଥିଲେ।


Also Read: Newly Married Couple Suicide: ସାତ ଜନ୍ମ ପାଇଁ ନେଇଥିଲେ ଶପଥ, ଦୁଇମାସରେ ଲିଭିଗଲା ନବଦମ୍ପତିଙ୍କ ଜୀବନ ଦୀପ


ସେଣ୍ଟ୍ରାଲ ସ୍କୁଲ ବେଶ ଅଷ୍ଟିଓ ମାଇଲିଟିସ ରୋଗରେ ପୀଡିତ ହେବା ପରେ ଖଲିଦଙ୍କ କାନରୁ ପୁଜ ବାହାରିବା ସହ ମୁଣ୍ଡ ବିନ୍ଧା ହେଉଥିଲା। ଇରାକରେ ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ତାଙ୍କ ମୁହଁ ବଙ୍କା ହୋଇଯାଇଥିଲା। ଶୋଇବାରେ ବି ତାଙ୍କୁ କଷ୍ଟ ହେଉଥିଲା। ଉନ୍ନତମାନର ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ଇଏନଟି ବିଭାଗର ମୁଖ୍ୟ ଡାକ୍ତର ରାଧାମାଧବ ସାହୁ ସେହି ଅବଦୁଲ ଖଲିଦ ଇମ୍ରାନଙ୍କ ଅସ୍ତ୍ରୋପଚାର କରିଥିଲେ। ଏଥିରେ ଆଡଭାନ୍ସ ଏଣ୍ଡସ୍ପୋପି ଓ ମାଇକ୍ରୋସ୍କୋପିର ବ୍ୟବହାର ହୋଇଥିଲା। ଖଲିଦ ଜଣେ ମଧୂମେୟ ରୋଗୀ ହୋଇଥିବା ବେଳେ ତାଙ୍କର ବୟସାଧିକ ଥିଲା, ଯାହା ଅସ୍ତ୍ରୋପଚାର ପାଇଁ ଏକ ବଡ ଚ୍ୟାଲେଞ୍ଜ ଥିଲା। ତେବେ ୬ ଦିନ ପରେ ଖଲିଦ ଘରକୁ ଯାଇ ପାରିବେ ବୋଲି ଡାକ୍ତର ରାଧାମାଧବ କହିଛନ୍ତି।


ଚଳିତ ବର୍ଷ ଜାନୁଆରୀରେ ଭୁବନେଶ୍ୱରରେ ଏହି ଘରୋଇ ହସ୍ପିଟାଲରେ ଅନ୍ୟ ଜଣେ ଇରାକ ନାଗରିକଙ୍କ ଚିକିତ୍ସା ହୋଇଥିଲା। ଜସିମ କରିମ ଫାରୁନ ଚାନାନି ନାମକ ବ୍ୟକ୍ତି କୋରନାରୁ ସୁସ୍ଥ ହେବା ପରେ ପୋଟର ପଫି ଟ୍ୟୁମର ଦ୍ୱାରା ଇନଭାସିଭ୍ ଫଙ୍ଗଲ୍ ଫ୍ରଣ୍ଟାଲ୍ ସାଇନୁସାଇଟିସ୍ ଏବଂ ଅର୍ବିଟାଲ୍ରେ ପୀଡ଼ିତ ଥିଲେ।  ଜାଣିବାକୁ ପାଇଥିଲେ। ଚିକିତ୍ସା ପାଇଁ ସବୁଠି ନିରାଶ ହେବା ପରେ ସେ ଭୁବନେଶ୍ୱର ଆସିଥିଲେ। ଡକ୍ଟର ରାଧାମାଧବ ସାହୁଙ୍କ ନେତୃତ୍ୱରେ ଜସିମଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଥିଲା।


Also Read: Pocso Court Judge Death Case: ବୋହୂ ନା'ରେ ହତ୍ୟା ଅଭିଯୋଗ ଆଣିଲେ ବିଚାରପତିଙ୍କ ମାଆ


ସୂଚନାଯୋଗ୍ୟ, ବିଦେଶୀ ରୋଗୀମାନେ ଏବେ ଚିକିତ୍ସା ପାଇଁ ଭାରତ ଉପରେ ନିର୍ଭର କରୁଛନ୍ତି। ଫୋଳରେ ଦେଶ ଏବେ ମେଡିକାଲ ଟୁରିଜିମର ହବ ପାଲଟିଛି। ଭାରତରେ ବୈଷୟିକ ରୂପେ ଉନ୍ନତ ହସ୍ପିଟାଲ, ବିଶେଷଜ୍ଞ ଡାକ୍ତର, କମ୍ ଖର୍ଚ୍ଚରେ ଉପଚାର ସାଙ୍ଗକୁ ଇ-ଭିସା ଭଳି ମେଡିକାଲ ସୁବିଧା ଉପଲବ୍ଧ ହେଉଛି। ଗତ କିଛି ବର୍ଷରେ ଭାରତର ଚିକିତ୍ସା ପର୍ଯ୍ୟଟନ ୬ ବିଲିୟନ ଆମେରିକୀୟ ଡଲାର ମୂଲ୍ୟକୁ ପହଞ୍ଚି ଯାଇଛି। କେବଳ ଏତିକି ନୁହେଁ ଆଗାମୀ ବର୍ଷମାନଙ୍କରେ ଏହି ସଂଖ୍ୟାରେ ଭାରି ବୃଦ୍ଧିର ମଧ୍ୟ ଅନୁମାନ କରାଯାଉଛି। ଭାରତ ଆସୁଥିବା ରୋଗୀଙ୍କ ମଧ୍ୟରେ ବାଂଲାଦେଶ, ଇରାକ, ଓମାନ, ୟେମେନ, ସୁଦାନ, ମାଲଦ୍ୱୀପ, ଆଫଗାନିସ୍ତାନ, କେନ୍ୟା, ନାଇଜେରିଆ ଓ ତାଞ୍ଜାନିଆରୁ ୮୮ ପ୍ରତିଶତ ଅଛନ୍ତି।