Pocso Court Judge Death Case: ବୋହୂ ନା'ରେ ହତ୍ୟା ଅଭିଯୋଗ ଆଣିଲେ ବିଚାରପତିଙ୍କ ମାଆ, ଭାଉଜ କଲେ ବଡ଼ ଖୁଲାସା
Advertisement
Article Detail0/zeeodisha/odisha1333389

Pocso Court Judge Death Case: ବୋହୂ ନା'ରେ ହତ୍ୟା ଅଭିଯୋଗ ଆଣିଲେ ବିଚାରପତିଙ୍କ ମାଆ, ଭାଉଜ କଲେ ବଡ଼ ଖୁଲାସା

ଶୁକ୍ରବାର କଟକ ସିଡିଏ ସେକ୍ଟର ୯ସ୍ଥିତ ସରକାରୀ ବାସଭବନରେ ସ୍ଵତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା ଘଟଣା ଏବେ ଅନେକ ଆସମାହିତ ପ୍ରଶ୍ନ ସୃଷ୍ଟି କରିଛି।  ଜଣେ ବିଚାରପତି କାହିଁକି କଲେ ଆତ୍ମହତ୍ୟା ?

 Pocso Court Judge Death Case: ବୋହୂ ନା'ରେ ହତ୍ୟା ଅଭିଯୋଗ ଆଣିଲେ ବିଚାରପତିଙ୍କ ମାଆ, ଭାଉଜ କଲେ ବଡ଼ ଖୁଲାସା

କଟକ: ଶୁକ୍ରବାର କଟକ ସିଡିଏ ସେକ୍ଟର ୯ସ୍ଥିତ ସରକାରୀ ବାସଭବନରେ ସ୍ଵତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା ଘଟଣା ଏବେ ଅନେକ ଆସମାହିତ ପ୍ରଶ୍ନ ସୃଷ୍ଟି କରିଛି।  ଜଣେ ବିଚାରପତି କାହିଁକି କଲେ ଆତ୍ମହତ୍ୟା ? ଏମିତି କଣ କାରଣ ଥିଲା କି ଜଣେ ବିଚାରପତି ଏତେବଡ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଲେ। ଏହାରି ଭିତରେ ଅନେକ ବ୍ୟକ୍ତିଙ୍କ ବୟାନ ସାମ୍ନାକୁ ଆସିଛି। ବିଚାରପତି ସୁବାସଙ୍କୁ ହତ୍ୟା କରାଯାଇଥିବା ତାଙ୍କ ଅଶି ବର୍ଷିୟା ମାଆ ଅଭିଯୋଗ କରିଛନ୍ତି। ତାଙ୍କ ପୁଅର ମୃତ୍ୟୁ ପାଇଁ ବହୂ ଓ ତାଙ୍କ ପରିବାର ଲୋକ ଦାୟୀ ବୋଲି ମୃତ ବିଚାରପତିଙ୍କ ମାଆ ତୁଳସୀ ବିହାରୀ,
ମର୍କତ ନଗର ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି।

ଯାଜପୁର ସଦର ଥାନା ଭୁବନେଶ୍ୱରପୁର ଗାଁରୁ ସ୍ଵତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ବୃଦ୍ଧା ମାଆ ତୁଳସୀ ବିହାରୀ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି। ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏତଲାରେ ବୋହୂ ଓ ତାଙ୍କ ପରିବାର ଲୋକଙ୍କ ନାମ ଉଲ୍ଲେଖ ରହିଥିବା ସୂତ୍ରରୁ ସୂଚନା ମିଳିଛି। ସୁବାସଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପିଉସୀ ପୁଅ ଭାଇ ମଧ୍ୟ ଅଭିଯୋଗ କରିଛନ୍ତି। ବିଚାର ପତିଙ୍କ ସ୍ତ୍ରୀ ଓ ଶାଳକ ମିଶି ମାରିଛନ୍ତି । ମୃତଦେହରେ ଆଘାତ ଚିହ୍ନ ଥିଲା । ମୃତଦେହ ଆମକୁ ଦେଲେନି କି ଦେଖାଇ ଦେଲେନି । ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ପିଉସୀ ପୁଅ ଭାଇ କହିଛନ୍ତି । ବାପାଘର ଏବଂ ଶ୍ବଶୁର ଘର ମଧ୍ୟରେ ବିବାଦ କାରଣରୁ ବିଚାରପତି ଦୀର୍ଘ ୪ ବର୍ଷ ହେଲା ନିଜଘରକୁ ଯାଉ ନଥିଲେ । ଗତ ଦୁଇ ଦିନ ହେଲା ବିଚାରପତି ସୁବାସ ବିହାରୀ ଛୁଟିରେ ଥିଲେ । ଶୁକ୍ରବାର ତାଙ୍କର କାର୍ଯ୍ୟରେ ଯୋଗ ଦେବାର ଥିଲା, କିନ୍ତୁ ସେହି ଦିନ ମଧ୍ୟ ସେ ଛୁଟିରେ ରହିଥିଲେ ।

Also Read: Justice Suicide: ବିଚାରପତିଙ୍କ ଆତ୍ମହତ୍ୟା ଛିଡ଼ାକଲା ଅନେକ ଅସମାହିତ ପ୍ରଶ୍ନ, ଉତ୍ତର ଶୂନ

ବିଚାରପତି ସୁବାସ କୁମାର ବିହାରୀଙ୍କ ବେକରେ ଏକ ଦାଗ ରହିଥିବା ଆଇନଜୀବୀ କହିଛନ୍ତି। ଘଟଣାର ତଦନ୍ତ ପରେ ମୃତୁର କାରଣ ଜଣାପଡିବ। ଶୁକ୍ରବାର ତାଙ୍କ ପିତାଙ୍କ ଶ୍ରାଦ୍ଧ ବାର୍ଷିକୀ ଥିଲା ଆଉ ସେ ଘରକୁ ଯିବାକୁ ମଧ୍ୟ ଯୋଜନା କରିଥିବା ଜଣାପଡିଛି। ଏ ନେଇ ଆଇନଜୀବୀ ଅରୁଣ ବୁଦ୍ଧିଆ କହିଛନ୍ତି, "ଯାହା ଜଣାପଡୁଛି ସେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ବେକରେ ଦାଗ ରହିଛି। କଣ ପାଇଁ ଆତ୍ମହତ୍ୟା କଲେ ତାହା ଏବେ ବଡ଼ ପ୍ରଶ୍ନ। ସେ ପୋକ୍ସୋ କୋର୍ଟରେ ଜଜ୍‌ ଥିଲେ। ନାବାଳିକା ଦୁଷ୍କର୍ମର ମାମଲା ପରି ଅନେକ ସମ୍ବେଦନଶୀଳ ମାମଲାର ଶୁଣାଣି କରିଥାନ୍ତି। କଣ ପାଇଁ ଏପରି କଲେ ତାହା ତଦନ୍ତ ସାପେକ୍ଷ। ସେ ଜଣେ ସରଳ ମଣିଷ। ସେ ଶୁକ୍ରବାର ସକାଳେ ଛୁଟି ନେଇଥିଲେ। ଏହି ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ।"

ବିଚାରପତିଙ୍କ ଭାଇ କହିଛନ୍ତି ଯେ, ସେ (ସୁବାସ ବିହାରୀ) ତାଙ୍କ ପରିବାର ସହ (ଦୁଇ ଝିଅ ଓ ସ୍ତ୍ରୀ) ରହୁଥିଲେ । କେତେବେଳେ କେତେବେଳେ ଗାଁକୁ ଯାଉଥିଲେ । ମାତ୍ର ଆତ୍ମହତ୍ୟାର କଣ କାରଣ ହୋଇଥିବ ସେ ଜାଣିନାହାନ୍ତି । ତେବେ ଆଜି ତାଙ୍କ ଭାଉଜଙ୍କ ଠାରୁ ଏହି ଖବର ପାଇଥିଲେ । ଜଣେ ଆଇନଜୀବୀ କହିଛନ୍ତି ଯେ, ଜଷ୍ଟିସ ସୁବାସ କୁମାର ବିହାରୀଙ୍କର ଆଣ୍ଠୁଗଣ୍ଠି ସମସ୍ୟା ଥିଲା । ସେଥିଲାଗି ସେ ମେଡିସିନ ଖାଉଥିଲେ । ଏହା ବଡ଼ ସମସ୍ୟା ନୁହେଁ । କୋର୍ଟରୁ ମଧ୍ୟ କୌଣସି ଚାପ ନଥିଲା । ସେ ଏପରି କାହିଁକି କଲେ ତାହା ଆଶ୍ଚର୍ଯ୍ୟଜନକ । ତେବେ ତାଙ୍କର ମୃତ୍ୟୁର ସନ୍ଦେହ କଣ୍ଟା କେଉଁଠି ନା କେଉଁଠି ପାରିବାରିକ ସମସ୍ୟା ଆଡ଼କୁ ନଜର ଯାଉଥିଛି।

Also Read: Sonali Phogat Murder Case: ବିଜେପି ନେତ୍ରୀଙ୍କ ହତ୍ୟା ମାମଲାରେ ହେଲା ବଡ଼ ଖୁଲାସା

ଅନ୍ୟପଟେ ଶୁକ୍ରବାର କଟକ ବଡ଼ ମେଡ଼ିକାଲରେ ବିଚାରପତିଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ମରଶରୀରକୁ ପ୍ରଥମେ ସିଡିଏସ୍ଥିତ ସରକାରୀ ବାସ ଭବନକୁ ନିଆଯାଇଥିବା ବେଳେ ପରେ ପରିବାର ଲୋକେ ପୁରୀ ନେଇ ସ୍ବର୍ଗଦ୍ଵାରରେ ଅନ୍ତିମସଂସ୍କାର କରିଥିଲେ । ଶବ ସଂସ୍କାରକୁ ନେଇ ତାଙ୍କ ବାପାଘର ଏବଂ ଶ୍ୱଶୁର ଘର ମଧ୍ୟରେ ବିବାଦ ଦେଖା ଦେଇଥିଲା । ବିଚାରପତିଙ୍କ ସାନ ଭାଇ ସୁବୋଧ ମୃତଦେହ ପୈତୃକ ଗାଁକୁ ଆଣି ଶେଷକୃତ୍ୟ ସମ୍ପନ୍ନ କରିବାକୁ ଚାହିଁଥିଲେ । କିନ୍ତୁ ଶ୍ୱଶୁର ଘର ଲୋକ ଏହାକୁ ବିରୋଧ କରିବା ସହ ଶବ ସଂସ୍କାର ପାଇଁ ପୁରୀ ସ୍ୱର୍ଗଦ୍ୱାର ନେଇଥିଲେ । ଫଳରେ ମୃତ ବିଚାରପତିଙ୍କ ମାଆ ତୁଳସୀ ବିହାରୀ ନିଜ ପୁଅର ମୁହଁ ଦେଖିବାରୁ ବଞ୍ଚିତ ହୋଇଥିଲେ।