Jeypore to bhubaneswar fligt service : ଜୟପୁର (ପବନ ପାଣିଗ୍ରାହୀ): ବହୁ ପ୍ରତୀକ୍ଷାର ହେବ ଅନ୍ତ। ଆସନ୍ତା ୩୧ ତାରିଖରୁ ଜୟପୁର ଏୟାରପୋର୍ଟରୁ ଆରମ୍ଭ ହେବ ବ୍ୟବସାୟୀକ ଉଡାଣ। ଭୁବନେଶ୍ୱରରୁ ଜୟପୁରକୁ ନିୟମିତ ଭାବେ ଆରମ୍ଭ ହେବ ବିମାନ ସେବା। ଏନେଇ ଇଣ୍ଡିଆ ଓ୍ବାନ୍ ଏୟାର ତରଫରୁ ସୂଚନା ଦିଆଯିବା ସହ ଅନ୍ ଲାଇନ ଟିକଟ ବୁକିଂର ଘଣ୍ଟାଏ ମଧ୍ୟରେ ଆସନ୍ତା ମାସ ୯ ତାରିଖ ଯାଏଁ ସବୁ ଟିକ ବୁକିଂ ସରିଯାଇଛି।କମ୍ପାନୀ ତରଫରୁ ଇନାଗୁରାଲ୍ ଅଫର୍ ଭାବେ ମାତ୍ର ୯୯୯ ଟଙ୍କାରେ ଟିକଟ ଯୋଗାଇ ଦିଆଯାଉଛି।ତେବେ ଆସନ୍ତା ୯ ତାରିଖ ଯାଏଁ ହିଁ ଟିକଟ ବୁକିଂ ହୋଇଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅନେକ ଯାତ୍ରୀ।


COMMERCIAL BREAK
SCROLL TO CONTINUE READING

୧୦ ବର୍ଷ ପରେ ଜୟପୁରବାସୀଙ୍କ ସ୍ବପ୍ନ ସାକାର ହୋଇଥିବାରୁ ଅନେକ ଏହି ଉଡାଣର ମଜା ନେବାକୁ ଚାହୁଁଛନ୍ତି। ହେଲେ କେବଳ ୯୦ ମିନିଟ ମଧ୍ୟରେ ଆସନ୍ତା ୯ ପର୍ଯ୍ୟନ୍ତ ବୁକିଙ୍ଗ ସରିଛି। ତେଣୁ ଏହି ଅଫର୍ ଆଉ କିଛି ଦିନ ପାଇଁ ଦେବା ସହ ୧୦ ତାରିଖ ଠାରୁ ମଧ୍ୟ ଅନ୍ ଲାଇନ ଟିକଟ୍ ବୁକିଂ ସ୍ଲଟ ଆରମ୍ଭ କରୁ ବୋଲି ଦାବି କରିଛନ୍ତି ସ୍ଥାନୀୟ ଲୋକ। ମୁଖ୍ୟମନ୍ତ୍ରୀ ଆସନ୍ତା ୩୧ ତାରିଖ ଦିନ ଏହି ବିମାନ ସେବାର ଶୁଭାରମ୍ଭ କରିବେ ବୋଲି ସୂଚନା ମିଳଛି।


ଆସନ୍ତା ୩୧ ତାରିଖ ଠାରୁ ଜୟପୁର-ଭୁବନେଶ୍ବର ଏବଂ ଜୟପୁର -ବିଶାଖାପାଟଣା ମଧ୍ୟରେ ଉଡିବ ଯାତ୍ରୀବାହୀ ବିମାନ। ଏଥିପାଇଁ india one air ତରଫରୁ ଅନଲାଇନରେ ଟିକଟ ବୁକିଙ୍ଗ କରାଯାଇଛି। ଗତ କାଲି ରାତି ଟିକଟ ବୁକିଙ୍ଗ ହୋଇଛି। କେବଳ ୯୦ ମିନିଟ ସମୟ ମଧ୍ୟରେ ୯ ତାରିଖ ପର୍ଯ୍ୟନ୍ତ ୩୬୦ଟି ଟିକଟ ବୁକିଙ୍ଗ ହୋଇଛି। ଏବେ ଟିକଟ ବୁକିଂ ସ୍ଲଟ ବନ୍ଦ ହୋଇଛି। ଅନେକ ଯାତ୍ରୀ ୧୦ ତାରିଖ ପାଇଁ ଟିକଟ ବୁକିଙ୍ଗ ପାଇଁ ଆସିଥିଲେ ବି ଟିକେଟ ନପାଇ ନିରାଶ ହୋଇ ଫେରିଛନ୍ତି। ଅନ୍ତତଃ ୬ମାସ ପର୍ଯ୍ୟନ୍ତ ଟିକଟ ବୁକିଙ୍ଗ ସ୍ଲଟ ଖୋଲିବା ପାଇଁ ଦାବି କରିଛନ୍ତି ଯାତ୍ରୀ।


ସେପଟେ ଅଧିବାସୀ କଲ୍ୟାଣ ବିଭାଗ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ଜୟପୁର ବିମାନ ବନ୍ଦର ରେ ପହଞ୍ଚି ବିମାନ ଘାଟି ର ସମୀକ୍ଷା କରିଛନ୍ତି। ଉପସ୍ଥିତ ଅଧିକାରୀଙ୍କୁ ନେଇ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ଆଘାକୁ ଏହି ବନ୍ଦରକୁ କିଭଳି ଭାବେ ୭୨ ସିଟ ବିଶିଷ୍ଟ ବିମାନ ଆସିବ ସେନେଇ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ନେଇ ସୂଚନା ଦେଇଛନ୍ତି ।


ଅନ୍ୟପଟେ ପ୍ରଥମେ HL ପାଇଁ ଆରମ୍ଭ ହୋଇଥିବା ଜୟପୁର ବିମାନ ବନ୍ଦର ଏବେ ଯାତ୍ରୀ ବାହୀ ବିମାନ ସେବା ଆରମ୍ଭ ହେବାକୁ ଯାଇଛି। ଏହା ଦ୍ୱାରା ଅଭିଭକ୍ତ କୋରାପୁଟ ଜିଲ୍ଲା ର ଶିକ୍ଷା,ସ୍ୱାସ୍ଥ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହୋଇପାରିବ। ଆଗାମୀ ଦିନରେ ଅଧିକ ସଂଖ୍ୟା ବିଶିଷ୍ଟ ଯାତ୍ରୀବାହୀ ବିମାନ ସେବା କିଭଳି ଚାଲିବ ସେଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟି ଦେବା ଆବଶ୍ୟକ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି। କୋରାପୁଟ ଜିଲ୍ଲାପଲ ଅବଦୁଲ ମହମଡ ଅକ୍ତର ମଧ୍ଯ ଏୟାର ପୋର୍ଟଯାଇ ସମୀକ୍ଷା କରିଛନ୍ତି।


ଜୟପୁରରେ ୯ଜଣ ବିଶିଷ୍ଟ ବିମାନ ସେବା ଆରମ୍ଭ ହେବ। କେବଳ ୯୦ ମିନିଟ ସମୟ ମଧ୍ୟରେ ୧୦ ପାଇଁ ଟିକଟ ବୁକିଙ୍ଗ ଶେଷ ହୋଇଛି।ଅନେକ ଯାତ୍ରୀ ଟିକଟ ପାଇଁ ଯାଇ ଥିଲେ ବି ଟିକଟ ନପାଇ ନିରାଶ ହୋଇ ଫେରିଛନ୍ତି। ଏଣୁ ୭୨ ଯାତ୍ରୀ ବିଶିଷ୍ଟ ବିମାନ ଉଡ଼ିଲେ ଅବିଭକ୍ତ କୋରାପୁଟ ଜିଲାବାସୀ ଏହାର ସୁଫଳ ପାଇପାରିବେ ଦାବି ହେଉଛି।