Kangaroo Court: ରାଜଧାନୀ ଛାତି ଉପରେ କଙ୍ଗାରୁ କୋର୍ଟ । କମେଣ୍ଟମରାକୁ ନେଇ ବରମୁଣ୍ଡାରେ ଆଜି ସକାଳୁ ହେଇଛି ତୁମୁଳକାଣ୍ଡ । ସଭା ମଝିରେ ଦୁଇ ନାବାଳକଙ୍କୁ ଆଣ୍ଠେଇଲେ ଗ୍ରାମବାସୀ। ରାଜ୍ୟ ରାଜଧାନୀରେ ତାହା ପୁଣି କମିଶନରେଟ ପୋଲିସ ଉପସ୍ଥିତିରେ ଏହି କଙ୍ଗାରୁ କୋର୍ଟ  ଚାଲିଥିବା ନେଇ  ଆଭିଯୋଗ ହୋଇଛି। ଖଣ୍ଡଗିରି ଥାନା ଅଧିନ ବରମୁଣ୍ଡା ପାଲାମଣ୍ଡପ ଠାରେ ଘଟିଛି ଏଭଳି ଘଟଣା। ଏହି ଘଟଣା ପ୍ରଚାରିତ ହେବା ପରେ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି ହେବା ସହ ଘଟଣାର ଭିଡ଼ିଓ ଭାଇରାଲ ହୋଇଛି। 


COMMERCIAL BREAK
SCROLL TO CONTINUE READING

ଗତକାଲି ସନ୍ଧ୍ୟା ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି । ସ୍କୁଲ ପିଲାଙ୍କୁ କମେଣ୍ଟ ମାରିବାକୁ ନେଇ ୨ ନାବାଳକଙ୍କୁ ଦଣ୍ଡ ଦେଇଛନ୍ତି ସ୍ଥାନୀୟ ଲୋକ । ଏପରିକି ବୁଝାସୁଝା କରିବାକୁ ଆସିଥିବା ୨ ପିଲାଙ୍କ ବାପାଙ୍କୁ ଗାଁ ସଭା ଆଳରେ ଆଇନକୁ ହାତକୁ ନେଇଥିଲେ ଲୋକେ । ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, କମେଣ୍ଟମରାକୁ ନେଇ ଗତକାଲି ବରମୁଣ୍ଡାରେ (Baramunda) ତୁମୁଳକାଣ୍ଡ ଘଟିଥିଲା। 


Also Read: Cyclone Mandous: ଭୀଷଣ ବାତ୍ୟାର ରୂପ ନେଲା 'ମାଣ୍ଡୋସ' ମଧ୍ୟରାତ୍ରିରେ କରିବ ଲ୍ୟାଣ୍ଡଫଲ


ଏହାପରେ ସଭା ମଝିରେ ଦୁଇ ଜଣଙ୍କୁ ଗ୍ରାମବାସୀ ଆଣ୍ଠେଇଥିଲେ। ଗାଁ କମିଟି ଦଣ୍ତ ବି ଦେଇଥିଲା । ଗାଁ ସଭା ଆଳରେ ଆଇନକୁ ହାତକୁ ନେଇଥିଲେ ଲୋକେ। ସ୍କୁଲ ଛାତ୍ରୀଙ୍କୁ କମେଣ୍ଟ ମାରିବାକୁ ନେଇ ଦୁଇ ନାବାଳକଙ୍କୁ ଏଭଳି ଶାସ୍ତି ଦିଆଯାଇଥିବା ଜଣାଯାଇଛି। ଆଗକୁ ଏହି ଦୁଇ ନାବାଳକ ପୁନର୍ବାର ଏପରି କାମ କଲେ ତାଙ୍କ ପରିବାରକୁ ଏକ ଘରିକିଆ କରିବାକୁ ଗାଁ ଲୋକେ ଚେତାବନୀ ମଧ୍ୟ ଦେଇଛନ୍ତି। ନିଆଁ ପାଣି ବାସନ୍ଦ କରିବାକୁ ଖୋଲାଖୋଲି ଚେତାବନୀ ଦେଇଛି ଗାଁ କମିଟି (Village Committee) 


Also Read: Varsha Priyadarshini: ପୁଣି ଆଇନର ଜାଲରେ ବର୍ଷା, ଅନୁଭବଙ୍କ ପାଇଁ ନୁହେଁ ଏହି ମହିଳାଙ୍କ ପାଇଁ ଥାନାକୁ ଯିବେ ଅଭିନେତ୍ରୀ


ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି। ପୋଲିସ ଉପସ୍ଥିତିରେ ଏଭଳି କାଣ୍ଡ ଘଟିଥିବାରୁ ବିଭିନ୍ନ ମହଲରେ ଏହାକୁ ନିନ୍ଦା ବି କରାଯାଇଛି। ପୋଲିସ (Police) ଥାଉ ଥାଉ ଏପରି କାଣ୍ଡ ଲୋକ ଭିଆଇଥିବା ବେଳେ ପୋଲିସ ବର୍ତ୍ତମାନ କଣ ପଦକ୍ଷେପ ନେବ ତା ହା ଉପରେ ସମସ୍ତଙ୍କ ନଜର ରହିଛି। କଙ୍ଗାରୁ କୋର୍ଟର (Kangaroo Court) ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏନେଇ କମିଶନରେଟ ପୋଲିସ ଗଣମାଧ୍ୟମ ସାମ୍ନାରେ କୌଣସି ପ୍ରତିକ୍ରିୟା ଦେଇନାହିଁ।