Varsha Priyadarshini: ପୁଣି ଆଇନର ଜାଲରେ ବର୍ଷା, ଅନୁଭବଙ୍କ ପାଇଁ ନୁହେଁ ଏହି ମହିଳାଙ୍କ ପାଇଁ ଥାନାକୁ ଯିବେ ଅଭିନେତ୍ରୀ
Advertisement
Article Detail0/zeeodisha/odisha1474467

Varsha Priyadarshini: ପୁଣି ଆଇନର ଜାଲରେ ବର୍ଷା, ଅନୁଭବଙ୍କ ପାଇଁ ନୁହେଁ ଏହି ମହିଳାଙ୍କ ପାଇଁ ଥାନାକୁ ଯିବେ ଅଭିନେତ୍ରୀ

Varsha Priyadarshini: ପୁଣି ଚର୍ଚ୍ଚାରେ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏଥର କେନ୍ଦ୍ରାପଡା ସାଂସଦ ତଥା ବର୍ଷାଙ୍କ ପତି ଅନୁଭବଙ୍କ ପାଇଁ ନୁହେଁ । ବରଂ ଜଣେ ମହିଳା ବର୍ଷାଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଆଣିଥିବା ମହିଳା ଜଣକ ହେଲେ ଭୁବନେଶ୍ବର ସତ୍ୟକାଳୀ ବସ୍ତିର କଲ୍ୟାଣୀ ନାୟକ । 

 Varsha Priyadarshini: ପୁଣି ଆଇନର ଜାଲରେ ବର୍ଷା, ଅନୁଭବଙ୍କ ପାଇଁ ନୁହେଁ ଏହି ମହିଳାଙ୍କ ପାଇଁ ଥାନାକୁ ଯିବେ ଅଭିନେତ୍ରୀ

Varsha Priyadarshini: ପୁଣି ଚର୍ଚ୍ଚାରେ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏଥର କେନ୍ଦ୍ରାପଡା ସାଂସଦ ତଥା ବର୍ଷାଙ୍କ ପତି ଅନୁଭବଙ୍କ ପାଇଁ ନୁହେଁ । ବରଂ ଜଣେ ମହିଳା ବର୍ଷାଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଆଣିଥିବା ମହିଳା ଜଣକ ହେଲେ ଭୁବନେଶ୍ବର ସତ୍ୟକାଳୀ ବସ୍ତିର କଲ୍ୟାଣୀ ନାୟକ । ଏନେଇ କଲ୍ୟାଣୀ ବର୍ଷାଙ୍କ ବିରୋଧରେ ସହିଦ ନଗର ଥାନାରେ ଏକ ଏତଲା ଦେଇଛନ୍ତି । ସେ ତାଙ୍କ ଏତାଲାରେ ଦର୍ଶାଇଛନ୍ତି ଯେ, ବର୍ଷା ଭୁବନେଶ୍ବରର ଏକ ସୁନା ଦୋକନାରେ ତାଙ୍କୁ ଚାକିରୀ କରାଇ ଦେବାକୁ କହି ୩୦ ହଜାର ଟଙ୍କା ନେଇଛନ୍ତି। ଟଙ୍କା ନେବା ପରେ ବର୍ଷା କି ତାଙ୍କ ସହଯୋଗୀ ଆୟୁଷୀ ପ୍ରିୟଦର୍ଶିନୀ ଫୋନ ଉଠାଉ ନାହାନ୍ତି । ତେଣୁ ସେ ବାଧ୍ୟ ହୋଇ ଥାନାର ଦ୍ବାରସ୍ତ ହୋଇଛନ୍ତି ।

ମହିଳାଙ୍କ ଅଭିଯୋଗ ଅନୁସାରେ,ନିକଟରେ ଭୁବନେଶ୍ବର ସତ୍ୟକାଳୀ ବସ୍ତିରେ ରହୁଥିବା ମହିଳା କଲ୍ୟାଣୀ ନାୟକ ବର୍ଷାଙ୍କୁ ଜଣେ ପ୍ରଶଂସକ ଭାବରେ ଭେଟିଥିଲେ। ପରେ ବର୍ଷା ତାଙ୍କୁ ଏକ ସୁନା ଦୋକାନରେ ଚାକିରୀ ଦେବାକୁ ପ୍ରତିଶ୍ରତି ଦେଇଥିଲେ। ଏପରିକି ମହିଳା ଜଣକୁ ତାଙ୍କ ସହ ଯୋଗାଯୋଗରେ ରହିବ ପାଇଁ କହିଥିଲେ। ଗତ କିଛି ଦିନ ପରେ ବର୍ଷା ତାଙ୍କୁ ଚାକିରୀ ପାଇଁ କହିଥିଲେ । ଏହାପରେ ବର୍ଷାଙ୍କ ସହଯୋଗୀ ଆୟୁଷି ପ୍ରିୟଦର୍ଶିନୀ ମଧ୍ୟ ଭୁବନେଶ୍ବରର ଶ୍ରିୟା ଛକରେ କଲ୍ୟାଣୀଙ୍କୁ ଭେଟି ଚାକିରୀ ୫୦ ହଜାର ଟଙ୍କା ମାଗିଥିଲେ। ଏହା ଚାକିରୀର ସିକ୍ୟୁରିଟି ଚାର୍ଜ ବୋଲି ମହିଳାଙ୍କୁ କହିଥିଲେ। ୩୦ ହଜାର ଦରମା ପାଇବାକୁ ହେଲେ ୫୦ ହଜାର ଟଙ୍କା ଦେବାକୁ ପଡିବ ବୋଲି ତାଙ୍କୁ କୁହାଯାଇଥିଲା।

ପରେ ମହିଳା ୫୦ ହଜାର ଟଙ୍କା ଦେବାରେ ଅକ୍ଷମତା ପ୍ରକାଶ କରିଥିଲେ । ପରେ ଧାରକରଜ କରି ଜୁଲାଇ ୨୫ରେ ଅଭିନେତ୍ରୀଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ପଠାଇ ଥିବା କହିଛନ୍ତି ମହିଳା। ସେପଟେ ଟଙ୍କା ପାଇବା ପରେ ବର୍ଷା ମହିଳାଙ୍କ ଫୋନ କଲ ଉଠାଇ ନ ଥିବା ସେ କହିଛନ୍ତି । ସେପଟେ, ଏହି ଘଟଣା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି ବର୍ଷା ।  ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କ ମଧ୍ୟରେ ଥିବା ପାରିବାରିକ କଳହ କାହାକୁ ବା ଅଛପା। ଏହି ମାମଲା ବର୍ତ୍ତମାନ କୋର୍ଟରେ ପହଞ୍ଚି ସାରିଥିବା ବେଳେ ସୋସିଆଲ୍ ମିଡିଆରେ ମଧ୍ୟ ଉଭୟଙ୍କ ମଧ୍ୟରେ ଓ୍ବାର ଚାଲିଥିଲା। ତେବେ ଏହି ମାମଲା ଏବେ ପରିବାର ଅଦାଲତରେ ପହଞ୍ଚିଛି । 

ଏହାବି ପଢନ୍ତୁ : Paresh Rawal: ପରେଶ ରାଓ୍ବଲଙ୍କ ପାଇଁ ବଢିଲା ଅଡୁଆ, ଥାନାରୁ ଆସିଲା ଡକରା

ଏହାବି ପଢନ୍ତୁ : Shah Rukh Khan: ଶାହରୁକ୍ ଖାନଙ୍କ ବିଷୟରେ ବଡ ଖୁଲାସା କଲେ ସିଦ୍ଧାର୍ଥ ଆନନ୍ଦ, କହିଲେ କିଛି ଏମିତି

ଏହାବି ପଢନ୍ତୁ : Paresh Rawal: ଥାନାକୁ ଟଣା ହୋଇପାରନ୍ତି Paresh Rawal, ଗୁଜୁରାଟ ନିର୍ବାଚନ ପ୍ରଚାର ବେଳେ କରିଥିଲେ ଏମିତି କାମ