MLA CM Meeting:  ଭୁବନେଶ୍ୱର (ମଳୟ ମହାନ୍ତି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ବିଧାୟକଙ୍କ ସହ ଆଲୋଚନା କରିବେ । ଯୋଜନା ରୂପାୟନ ଓ ସମନ୍ୱୟ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ନବୀନ ଆସନ୍ତା ୨୮ ତାରିଖରେ କଳିଙ୍ଗ ଷ୍ଟାଡ଼ିୟମରେ ମନ୍ତ୍ରୀ ବିଧାୟକଙ୍କ ସହ ସିଧା କଥା ହେବେ । ବୈଠକରେ ନିର୍ବାଚନ ଇସ୍ତାହାରକୁ କିଭଳି ପାଳନ କରାଯିବ ଏହା ସହ ପ୍ରଶାସନକୁ କିପରି ଆହୁରି ଅଧିକ ଲୋକାଭିମୁଖୀ କରାଯିବ ସେନେଇ ପ୍ରସ୍ତୁତ ହେବ ରୋଡମ୍ୟାପ। ସେପଟେ ଏହାକୁ ନେଇ ତେଜିଛି ରାଜନୀତି। ବିଜେପି କଂଗ୍ରେସ ମଧ୍ୟ ଶାସକ ବିଜେଡିକୁ କଡା ଟକ୍କର ଦେବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି।


COMMERCIAL BREAK
SCROLL TO CONTINUE READING

ନବୀନ ନେବେ ହିସାବ ଦେବେ ମନ୍ତ୍ର। ନିଜ ଦଳୀୟ ବିଧାୟକ ଓ ମନ୍ତ୍ରୀଙ୍କୁ ୨୦୨୪ ପାଇଁ ପ୍ରସ୍ତୁତ କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ।ସମାଜର ତଳସ୍ତରରେ ରହୁଥିବା ଲୋକ ପାଖରେ ସରକାରୀ ସୁବିଧା ସଠିକ ଢଙ୍ଗରେ ପହଂଚୁଛି କି ନାହିଁ, ସରକାରଙ୍କ ଲୋକପ୍ରିୟ କାର୍ଯ୍ୟକୁ ଲୋକଙ୍କ ପାଖରେ କିଭଳି ପହଂଚାଯାଉଛି ସବୁର ମନ୍ଥନ ହେବ।ସବୁର ଉତ୍ତର ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ବିଧାୟକଙ୍କ ସହ ଆଲୋଚନା କରିବେ । ଯୋଜନା ରୂପାୟନ ଓ ସମନ୍ୱୟ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ନବୀନ ଆସନ୍ତା ୨୮ ତାରିଖରେ କଳିଙ୍ଗ ଷ୍ଟାଡ଼ିୟମରେ ମନ୍ତ୍ର ଦେବେ । ବୈଠକରେ ନିର୍ବାଚନ ଇସ୍ତାହାରକୁ ପାଳନ କରାଯିବ ସହ ପ୍ରଶାସନକୁ କିପରି ଆହୁରି ଅଧିକ ଲୋକାଭିମୁଖୀ କରାଯିବ ସେନେଇ ପ୍ରସ୍ତୁତ ହେବ ଯୋଜନା।


ସେପଟେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ବିଜେଡିକୁ ସମ୍ମୁଖୀନ ହେବାକୁ ଯୋଜନା କରିଛନ୍ତି। ବିଜେପିର କହିବା କଥା ୩୬୫ ଦିନ ଦଳ ତାର ନିର୍ବାଚନ ପ୍ରସ୍ତୁତ କରେ। ସଂସଦୀୟ କ୍ଷେତ୍ର ହିସାବରେ ୧୦୦ ଟି ବୁଥ କୁ ଚିହ୍ନଟ କରିଛି ଦଳ। ଯେଉଁଠି ଅତି କମ୍ ଭୋଟ ବିଜେପି ନେତାଙ୍କୁ ମିଳିଛି ସେ ବୁଥରେ ପ୍ରଭାରୀ ନିଯୁକ୍ତି ହେଇସାରିଛି। ତା ସହିତ ୨୦୨୪ ନିର୍ବାଚନରେ କେମିତି ଅଧିକ ଭୋଟ ପାଇବ ତାର ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। 


୨୦୨୪ ରେ ୧୨୦ ମିସନ ରଖିଛୁ ତା ସହିତ ଓଡ଼ିଶାରେ କେମିତି ବିଜେପି ସରକାର ହେବ ସେ ଦିଗରେ ଅଧିକ ଧ୍ୟାନ ଦିଆ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି। କଂଗ୍ରେସର ନୂଆ କମିଟି ସେପ୍ଟେମ୍ବର ସୁଦ୍ଧା ଗଠନ ହେବ। ବ୍ଲକ୍ ସଭାପତି, ଜିଲ୍ଲା ସଭାପତି, ରାଜ୍ୟସ୍ତରୀୟ କମିଟି କୁ ନୂଆ ରୂପ ଦିଆଯିବ। ପ୍ରକ୍ରିୟା ଜାରି ରହିଛି। ଅଗଷ୍ଟ ୨୮ ରେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ଅଛି। ଏଥିରେ କମିଟିକୁ ମୋହର ଲାଗିବ। ୨୦୨୪ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଛି। ୯ ରୁ ୯୦ ସିଟ ଦଳର ଲକ୍ଷ। କଂଗ୍ରେସ ସବୁବେଳେ ଲୋକଙ୍କ ଭିତରେ ଅଛି। ୨୦୨୪ ନିର୍ବାଚନ ରେ ଫଳ ମିଳିବ ବୋଲି ପିସିସି ସଭାପତି କହିଛନ୍ତି।


ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ ଯୋଜନା, କାଳିଆ, ବିଜୁ ପକ୍କାଘର, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଆଦି ପ୍ରସଙ୍ଗରେ ବିଧାୟକମାନଙ୍କର ଫିଡବ୍ୟାକ୍ ନେବେ। ସେହିପରି ମିଶନ ଶକ୍ତି କାର୍ଯ୍ୟକାରିତା ଓ ସଫଳତା ଉପରେ ମଧ୍ୟ ବିଧାୟକଙ୍କ ମତାମତ ନେବେ। ଏହାସହ ମନ୍ତ୍ରୀମାନେ ମଧ୍ୟ ନିଜ ବିଭାଗକୁ ନେଇ ଆଗମୀ ଦିନରେ କଣ କଣ କରିବାକୁ ଯାଉଛନ୍ତି ଓ କେଉଁ କାମ ବାକି ରହିଛି ତାହା ଉପରେ ମଧ୍ୟ ଆଲୋଚନା କରିବେ ବୋଲି କୁହାଯାଇଛି।