ରାୟଗଡା: କୁକୁରଙ୍କ ପାଇଁ କଲେଜରେ ଲାଗିଲା ନୋଟିସ। କୁକୁରଙ୍କୁ ଖାଇବାକୁ ନଦେବା ପାଇଁ ପ୍ରିନ୍ସିପାଲ କରିଛନ୍ତି ଅନୁରୋଧ। ଏଭଳି ଏକ ନୋଟିସ ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ନୋଟିସ ବୋର୍ଡରେ ଲାଗିଛି। ଗତ ୨୬ ତାରିଖରେ ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟ ତରଫରୁ ଏହି ନୋଟିସ ଜାରି କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ଗତ ଶନିବାର ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସମସ୍ତ ଷ୍ଟାଫଙ୍କ ପାଇଁ ପ୍ରିନ୍ସିପାଲଙ୍କ ଅଫିସ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ତେବେ ଏହା କୌଣସି ଛୁଟି କିମ୍ବା ପରୀକ୍ଷାର ନୋଟିସ ନାହିଁ। ନୋଟିସ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଆଗୁଆ ସତର୍କ ସୂଚନା ଦିଆଯାଇଛି। ବୁଲା କୁକୁରଙ୍କ ଠାରୁ କିପରି ପିଲାମାନେ ସୁରକ୍ଷିତ ରହିବେ ସେନେଇ ନୋଟିସରେ ପ୍ରିନ୍ସିପାଲ ପ୍ରଫେସର, ଭି.ଆର.ରତ୍ନା ଶ୍ରୀ କହିଛନ୍ତି।


Also Read: ହିନ୍ଦୁଙ୍କୁ ନେଇ ସୁପ୍ରିମକୋର୍ଟରେ ଏହି ବଡ଼ କଥା କହିଲେ ମୋଦି ସରକାର


ନୋଟିସରେ ଲେଖାଯାଇଛି, 'କଲେଜ କ୍ୟାମ୍ପସରେ କୁକୁରଙ୍କ ବିପଦ ବଢିବାରେ ଲାଗିଛି। ତେଣୁ କ୍ୟାମ୍ପସ ଭିରରେ କୁକୁରଙ୍କୁ ଖାଇବାକୁ ନଦେବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଉଛି। ଏହାକୁ ଗମ୍ଭୀରତାର ସହ ପାଳନ କରନ୍ତୁ।' କିନ୍ତୁ ଏହି ନୋଟିସକୁ ନେଇ ପଶୁପ୍ରେମୀମାନେ ଉଦବେଗ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ପଶୁପ୍ରେମୀଙ୍କୁ ଜନ୍ତୁଙ୍କୁ ଖାଇବା ଦେବାରେ କେହି ଅଟକାଇ ପାରିବେ ନାହିଁ। ଖାଇବାକୁ ନଦେଇ ପରୋକ୍ଷରେ କୁକୁରଙ୍କୁ ମାରିବାକୁ କଲେଜ ଯୋଜନା କରୁଥିବେ ସେମାନେ ଅଭିଯୋଗ କରିଛନ୍ତି।



ଜଣେ କଲେଜ୍ ଷ୍ଟାଫ୍ କହିଛନ୍ତି ଯେ, କ୍ୟାମ୍ପସରେ କୁକୁରଙ୍କ ପ୍ରାଦୃର୍ଭାବ ବଢିବାରେ ଲାଗିଛି। ଛାତ୍ରଛାତ୍ରୀମାନେ ବୁଲା କୁକୁରଙ୍କ ଖାଇବାକୁ ଦିଅନ୍ତି, ତେଣୁ ସେମାନେ କ୍ୟାମ୍ପସ ଭିତରେ ରହିଯାଆନ୍ତି। ବର୍ତ୍ତମାନ କଲେଜ କ୍ୟାମ୍ପସରେ ୧୦ରୁ ଊର୍ଦ୍ଧ୍ୱ କୁକୁର ଅଛନ୍ତି। ନିକଟ ଅତୀତରେ ଦୁଇ-ତିନି ଜଣ ଛାତ୍ରଛାତ୍ରୀ କ୍ୟାମ୍ପସ ଭିତରେ ପାଗଳ କୁକୁର କାମୁଡାର ଶିକାର ହୋଇଛନ୍ତି। ତେଣୁ ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଲେଜ ପରିସରରେ କୁକୁରଙ୍କୁ ଖାଇବାକୁ ନଦେବା ପାଇଁ କୁହାଯାଇଛି। 


Also Read: ବିଏମସି ନିର୍ବାଚନର ପୋଷ୍ଟମର୍ଟମ, ଜାତୀୟ ନୁହଁ ସ୍ୱାଧୀନ ଭରସାଯୋଗ୍ୟ


କେବଳ କଲେଜ କ୍ୟାମ୍ପସ ନୁହଁ ରାୟଗଡା ସହରରେ ମଧ୍ୟ ବୁଲା କକୁରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରାସ୍ତାଘଟ, ସାହି ଗଳିରେ ମାଳ ମାଳ ବୁଲା କୁକୁର ଓ ଗାଈ ବୁଲୁଛନ୍ତି। ଅନେକ ସମୟରେ ଏମାନଙ୍କ ପାଇଁ ଦୁର୍ଘଟଣା ମଧ୍ୟ ଘଟୁଛି। ନିୟମ ଅନୁସାରେ ମୁନିସିପାଲିଟି ଏହି କୁକୁର ଗୁଡିକୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା କରିବା କଥା। କିନ୍ତୁ କଲେଜରେ କୁକୁର ଆତଙ୍କ ବିଷୟରେ କୌଣସି ଖବର ପାଇନଥିବା ରାୟଗଡା ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।