KIIT Nanhipari Little Miss India: କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆର ୨୦ ତମ ସଂସ୍କରଣ ଆସନ୍ତାକାଲି (ନଭେମ୍ବର ୩) ଠାରୁ ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ବର ସ୍ଥିତ କିଟ୍ କ୍ୟାମ୍ପସ୍‍ ୭(KIIT at its campus 7) ରେ ଅନୁଷ୍ଠିତ ହେବ । ଏହି ଅଡିସନ୍‌ରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିବାକୁ ପଞ୍ଜୀକରଣ କରିଛନ୍ତି। ୧୫ରୁ ୧୭ବର୍ଷ ବୟସର ବାଳିକାମାନେ ଏହି ଅଡିସନ୍‌ରେ ଅଂଶଗ୍ରହଣ କରିପାରିବେ। ୨୦୦୧ ମସିହାରେ ପ୍ରଥମେ କେନ୍ଦୁଝର ଜିଲ୍ଲାରେ ଏହା ଆରମ୍ଭ ହୋଇଥିଲା କିନ୍ତୁ କୋରୋନା କାରଣରୁ ଗତ ଦୁଇ ବର୍ଷ ହେବ ବନ୍ଦ ରହିଥିଲା । ଦିର୍ଘ ଦୁଇ ବର୍ଷ ବ୍ୟବଧାନ ଆରମ୍ଭରେ ଏହା ପୁଣି ଥରେ ଆରମ୍ଭ ହୋଇଛି । ଯାହାକୁ ଉତ୍ସାହର ସହ ଅପେକ୍ଷା କରିଥିଲେ ଯୁବପୀଢୀ। ଏହି ଅଡିସନ୍ ୨୦୦୪ ମସିହା ଠାରୁ ଏହା ଏକ ଜାତୀୟ ସ୍ତରର ପ୍ରତିଯୋଗିତା ପାଲଟିଯାଇଛି ।  କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। 


COMMERCIAL BREAK
SCROLL TO CONTINUE READING

କିଟ୍ ନହ୍ନିପରୀ ବିଜେତାମାନଙ୍କ ପାଇଁ ମଧ୍ୟ ନଗଦ ରାଶିର ପୁରସ୍କାର ରଖାଯାଇଛି। ନହ୍ନିପରୀ ଟାଇଟଲ୍‍ ବିଜେତାଙ୍କୁ ମୋଟ ୨୧ ଲକ୍ଷ ଟଙ୍କା ମିଳିବ । ସେଥିମଧ୍ୟରୁ ତାଙ୍କୁ ନଗଦ ୩ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । ଏବଂ ବାକି ୧୮ ଲକ୍ଷ ଟଙ୍କା ତାଙ୍କ ପାଠପଢାରେ କିଟ୍ କିମ୍ବା କିସରେ ଖର୍ଚ୍ଚ କରାଯିବ । ସେହିଭଳି, ପ୍ରଥମ  ରନର୍ସ ଅଫଙ୍କୁ ମଧ୍ୟ ୧୦ ଲକ୍ଷ ଟଙ୍କା ମିଳିବ । ତାଙ୍କୁ ନଗଦ ଲକ୍ଷେ ଟଙ୍କା ନଗଦ ରାଶି ମିଳିବାକୁ ଥିବା ବେଳେ ବାକି ୯ ଲକ୍ଷ ଟଙ୍କା ତାଙ୍କ ତାଙ୍କ ପାଠପଢାରେ ଖର୍ଚ୍ଚ ହେବ ।


ଦ୍ବିତୀୟ ରନର୍ସ ଅଫଙ୍କୁ ୯.୫ ଲକ୍ଷ ଟଙ୍କା ମିଳିବ । କିନ୍ତୁ ନଗଦ ରାଶି ବାବଦକୁ ତାଙ୍କୁ ୫୦,୦୦୦ ହଜାର ଟଙ୍କା ମିଳିବ । ଏବଂ ଅବଶିଷ୍ଟ ଟଙ୍କା  ତାଙ୍କ ପାଠପଢାରେ ଖର୍ଚ୍ଚ ହେବ । ସେହିପରି ପ୍ରତିଯୋଗିତାର ମିସ୍ ରାପୁଞ୍ଜେଲ୍‌, ମିସ୍ ଫଟୋଜେନିକ୍‌, ମିସ୍ ସେଲ୍‌ଫି (ଫେସ୍‌ବୁକ୍‌ରେ ସର୍ବାଧିକ ଲାଇକ୍‌), ମିସ୍ ଫେସନ୍ ଗାର୍ଲ, ମିସ୍ ୱିଜ୍‌କିଡ଼୍‌, ମିସ୍ ସିଣ୍ଡ୍ରେଲା, ମିସ୍ ଉର୍ବଶୀ, ମିସ୍ କ୍ୟାଟ୍‌ୱାକ୍‌, ମିସ୍ ମୋନାଲିସା ଏବଂ ମିସ୍ ଆକ୍‌ଟିଭ୍ ଆଦି ବର୍ଗରେ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଥିବା ପ୍ରତିଯୋଗୀଙ୍କ ପାଇଁ ମଧ୍ୟ ଆର୍ଥିକ ପୁରସ୍କାର ବ୍ୟବସ୍ଥା ରହିଛି।


ଏହାବି ପଢନ୍ତୁ : Archana Nag Case: ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମିଳିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ


ଏହାବି ପଢନ୍ତୁ : Road Accident: ଛିଡା ହୋଇଥିବା ଟ୍ରକକୁ ପିଟିଲା କାର୍, ଘଟଣାସ୍ଥଳରେ ୪ ମୃତ


ଏହାବି ପଢନ୍ତୁ : Assembly Winter Session: ଅର୍ଚ୍ଚନା ନାଗ୍ ଙ୍କୁ ନେଇ ଟଣାଓଟରା, ୪ଟା ଯାଏଁ ଗୃହ ମୁଲତବୀ


ଏହାବି ପଢନ୍ତୁ : Shopping Mall: ରାଜ୍ୟର ଏହି ସହରରେ ଲାଗିଛି ଭିଡ଼, ମାତ୍ର ଟଙ୍କାଏରେ ମିଳୁଛି ବ୍ରାଣ୍ଡେଡ୍ କପଡା, ମୋବାଇଲ ଓ ଜୋତା