Shopping Mall: ରାଜ୍ୟର ଏହି ସହରରେ ଲାଗିଛି ଭିଡ଼, ମାତ୍ର ଟଙ୍କାଏରେ ମିଳୁଛି ବ୍ରାଣ୍ଡେଡ୍ କପଡା, ମୋବାଇଲ ଓ ଜୋତା
Advertisement

Shopping Mall: ରାଜ୍ୟର ଏହି ସହରରେ ଲାଗିଛି ଭିଡ଼, ମାତ୍ର ଟଙ୍କାଏରେ ମିଳୁଛି ବ୍ରାଣ୍ଡେଡ୍ କପଡା, ମୋବାଇଲ ଓ ଜୋତା

One Rupee Shopping Mall: ସାଇନ ଅଫ୍ ସନ୍ଧ୍ୟା ଫାଉଣ୍ଡେସନ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନମାନଙ୍କରୁ ସଂଗ୍ରହ କରାଯାଉଥିବା ଭଲ ଭଲ ପ୍ୟାଣ୍ଟ୍, ସାର୍ଟ, ଟି ସାର୍ଟ, ଶାଢ଼ୀ ଓ ଅନ୍ୟ ଡ୍ରେସ୍ ଗୁଡ଼ିକୁ ଏକ ଷ୍ଟଲ୍ ମାଧ୍ୟମରେ ବିକ୍ରି କରାଯାଉଛି। ଗରିବ ଲୋକେ ଯେପରି କୌଣସି ପୋଷାକ ପିନ୍ଧିବାକୁ ବଞ୍ଚିତ ନ ହୁଅନ୍ତୁ ତାହା ସଂଗଠନର ମୁଖ୍ୟ ଲକ୍ଷ ରଖାଯାଇଛି। 

 Shopping Mall: ରାଜ୍ୟର ଏହି ସହରରେ ଲାଗିଛି ଭିଡ଼, ମାତ୍ର ଟଙ୍କାଏରେ ମିଳୁଛି ବ୍ରାଣ୍ଡେଡ୍ କପଡା, ମୋବାଇଲ ଓ ଜୋତା

One Rupee Shopping Mall, କଟକ: ଗରିବଙ୍କ ପାଇଁ ଖୋଲିଛି ସପିଂ ମଲ। ମାତ୍ର ଗୋଟଏ ଟଙ୍କାରେ ମିଳୁଛି ବ୍ରାଣ୍ଡେଡ୍ କପଡା, ମୋବାଇଲ, ଜୋତା ଓ ବହୁତ କିଛି। ତେବେ ଏହି ସୋପିଂ ମଲ, ବିଦେଶ କିମ୍ବା ରାଜ୍ୟ ବାହାରେ ନୁହଁ ଭାଇଚାରାର ସହର କଟକରେ ଖୋଲିଛି। ଏଠାରେ ମାତ୍ର ଗୋଟିଏ ଟଙ୍କା ଦେଇ ଲୋକ ଭଳିକି ଭଳି ସାମଗ୍ରୀ କିଣି ନେଉଛନ୍ତି। ସପିଂ ମଲରେ ଗ୍ରାହକମାନେ ଟଙ୍କାଟିଏ ଦେଇ ଏକାଧିକ ସାମଗ୍ରୀ ନେଇପାରିବେ।

ସାମାଜିକ ସଙ୍ଗଠନ ସାଇନ ଅଫ୍ ସନ୍ଧ୍ୟା ଫାଉଣ୍ଡେସନ ତରଫରୁ କଟକର ବାଦାମବାଡି ଟ୍ରାଫିକ ଛକ ନିକଟରେ ଟଙ୍କିକିଆ ସପିଂ ମଲ ଖୋଲା ଯାଇଛି। ଏଠାରେ ବିଭିନ୍ନ ବ୍ରାଣ୍ଡର ବ୍ରାଣ୍ଡେଡ୍ କପଡା, ମୋବାଇଲ, ଜୋତା ଠାରୁ ଆରମ୍ଭ କରି ବହୁତ କିଛି ମିଳୁଛି। ଗରିବ ଲୋକଙ୍କ ପାଇଁ ନଭେମ୍ୱର ୨୦ରୁ ଏହି ଟଙ୍କିକିଆ ସୋପିଂ ମଲ ଖୋଲାଯାଇଛି। ଏହା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରୁ ବାଦାମବାଡି ଟ୍ରାଫିକ ଛକ ନିକଟରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ଲୋକମାନେ ଅତି ଆଦରର ସହ ଟଙ୍କାଟିଏ ଦେଇ ନିଜ ମନ ପସନ୍ଦର ସାମଗ୍ରୀ କିଣି ନେଉଛନ୍ତି।

Also Read: କାମରେ ଆସୁନି ବିଜୁ ସ୍ୱାସ୍ଥ୍ୟ କାର୍ଡ, କୋମଳମତି ଆଶୁତୋଷଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ସାଇନ ଅଫ୍ ସନ୍ଧ୍ୟା ଫାଉଣ୍ଡେସନ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନମାନଙ୍କରୁ ସଂଗ୍ରହ କରାଯାଉଥିବା ଭଲ ଭଲ ପ୍ୟାଣ୍ଟ୍, ସାର୍ଟ, ଟି ସାର୍ଟ, ଶାଢ଼ୀ ଓ ଅନ୍ୟ ଡ୍ରେସ୍ ଗୁଡ଼ିକୁ ଏକ ଷ୍ଟଲ୍ ମାଧ୍ୟମରେ ବିକ୍ରି କରାଯାଉଛି। ଗରିବ ଲୋକେ ଯେପରି କୌଣସି ପୋଷାକ ପିନ୍ଧିବାକୁ ବଞ୍ଚିତ ନ ହୁଅନ୍ତୁ ତାହା ସଂଗଠନର ମୁଖ୍ୟ ଲକ୍ଷ ରଖାଯାଇଛି। ଯେହେତୁ ମାଗଣା ନେବା ସ୍ଵାଭିମାନ ଉପରେ ଆଞ୍ଚ ଆସିବ ସେଥିପାଇଁ ସମସ୍ତ ସାମଗ୍ରୀର ମୂଲ୍ୟ ମାତ୍ର ଏକ ଟଙ୍କା ରଖାଯାଇଥିବା ସଂଗଠନର ମୁଖ୍ୟ ସନ୍ଧ୍ୟା ରାଣୀ ଦଳାଇ କହିଛନ୍ତି।

fallback

ସନ୍ଧ୍ୟା ରାଣୀ କହିଛନ୍ତି ଯେ, ଗରିବ ପାଇଁ ଏହି ଟଙ୍କିକିଆ ସୋପିଂ ମଲ ଖୋଲା ଯାଇଛି। ଗରିବଙ୍କୁ ମାଗଣାରେ ମଧ୍ୟ ଦିଆଯାଇପାରିଥାନ୍ତି, କିନ୍ତୁ ସେମାନେ ସ୍ୱାଭିମାନୀ। ତେଣୁ ସେମାନଙ୍କ ପାଇଁ ସାମଗ୍ରୀର ମୂଲ୍ୟ ଏକ ଟଙ୍କା ରଖାଯାଇଛି। ଲୋକେ ଟଙ୍କାଟିଏ ଦେଇ ଯେକୌଣସି ସାମଗ୍ରୀ ନେଇପାରିବେ। ଲୋକଙ୍କ ଚାହିଦାକୁ ଦେଖି ପୁଣି ଥରେ ଏହି ସପିଂ ମଲ ଖୋଲା ଯାଇଛି। ଏହି ସପିଂ ମଲ ଖୋଲିବାରେ କଟକ ମହାନଗର ନିଗମ ଅନୁମତି ଦେଇଥିବାରୁ ସାଇନ ଅଫ୍ ସନ୍ଧ୍ୟା ଫାଉଣ୍ଡେସନ ପକ୍ଷରୁ କମିଶନରଙ୍କୁ ସାଧୁବାଦ ଜଣାଇଛନ୍ତି। ଆଉ ଟଙ୍କାଏରେ କପଡା ପାଇ ଗରିବ ଲୋକ ଫାଉଣ୍ଡେସନକୁ ଧନ୍ୟବାଦ ଦେଉଛନ୍ତି।

Also Read: 108 Ambulance Service: କାହିଁକି ବ୍ୟାହାତ ହେଉଛି ୧୦୮ ସେବା, ପଦାକୁ ଆସିଲା ଭୟଙ୍କର କଥା

ଫାଉଣ୍ଡେସନର ମୁଖ୍ୟଙ୍କ କହିବା ହେଲା, ଟଙ୍କିକିଆ ସପିଂ ମଲରେ ପୁରୁଣା ସହ ନୂଆ ସାମଗ୍ରୀ ମଧ୍ୟ ବିକ୍ରି ହେଉଛି। ପ୍ରଥମେ ଘରକୁ ଘର ବୁଲି ଏଗୁଡିକୁ ସଂଗ୍ରହ କରାଯାଉଥିଲା। କିନ୍ତୁ ଏବେ ସବକଲେକ୍ଟର ଅଫିସରେ ଏକ ବ୍ୟାଗ ରଖାଯାଉଛି। ସେଠାରେ ଲୋକମାନେ ଡୋନେସନ ଆକାରରେ ସାମଗ୍ରୀ ଦିଅନ୍ତି। ପ୍ରତି ଦୁଇ ଦିନରେ ତାକୁ କଲେକସନ କରାଯାଏ। ଆଉ ପ୍ରତି ଛଅ ମାସ ବ୍ୟବଧାନରେ ଟଙ୍କିକିଆ ସପିଂ ମଲ ଖୋଲା ଯାଏ। ଆସନ୍ତା ଦିନରେ ମଧ୍ୟ ବାଦାମବାଡି ଟ୍ରାଫିକ ଛକ ନିକଟରେ ଏହି ଷ୍ଟଲ ଲାଗିବ ବୋଲି ସିଏମସି ପ୍ରତିଶୃତି ଦେଇଥିବା ସନ୍ଧ୍ୟା ରାଣୀ କହିଛନ୍ତି।