Diwali 2022: ଭୁବନେଶ୍ୱର: ଦୁଇ ବର୍ଷ ପରେ ଆଡମ୍ବର ରେ ପାଳନ ହେବ ଆଲୋକର ପର୍ବ ‘ଦୀପାବଳୀ’ । କୋଭିଡ-୧୯ କାରଣରୁ ବିଗତ ୨ ବର୍ଷ ହେବ ‘ଦୀପାବଳି’ ନିରାଡାମ୍ବର ଭାବେ ପାଳିତ ହେଉଥିବା ବେଳେ ଚଳିତ ବର୍ଷ ବିନା କଟକଣାରେ ପାଳିତ ହେବ।ଆଉ ଏହି ପର୍ବରେ ଦୀପାବଳି କୁ ଆଲୋକିତ ବା ରଙ୍ଗୀନ କରୁଥିବା ଆତସବାଜି ବା ବାଣ ଫୁଟାଇବା ପାଇଁ ମଧ୍ୟ ରହିନି କଟକଣା। ଏହାକୁ ନଜରରେ ରଖି ରାଜ୍ୟ ସରକାର ବାଣ ବିକ୍ରି ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏଥିରେ ଭୁବନେଶ୍ବରରେ ୭ଟି ସ୍ଥାନରେ ବାଣ ବଜାର ଖୋଲିବ ପାଇଁ ଏକ ନୋଟିସ ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମାନସ ରଂଜନ ସାମଲ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) କମିସନରଙ୍କୁ ଚିଠି ଲେଖିଛନ୍ତି । 


COMMERCIAL BREAK
SCROLL TO CONTINUE READING

ଏଥିରେ ରାଜଧାନୀବାସୀଙ୍କ ସୁରକ୍ଷାକୁ ନଜରରେ ରଖି ଖୋଲା ସ୍ଥାନରେ ଦୋକାନ ଖୋଲିବାକୁ ଅନୁମତି  ଦେଇଛନ୍ତି। ସ୍ଥାନଗୁଡିକ ହେଲା ଗାଡ଼କଣର ସବରସାହି ମେଳଣ ପଡ଼ିଆ, ବମିଖାଲର ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପ, ପାଣ୍ଡରାର ପଳାସୁଣୀ ବିଜୁ ପଟ୍ଟନାୟକ ଖେଳ ପଡ଼ିଆ, ବାପୁଜୀ ନଗରର ୟୁନିଟ-୧ ହାଇସ୍କୁଲ ପଡ଼ିଆ ପଛପଟ, ଲକ୍ଷ୍ମୀସାଗର-୨ର ଲକ୍ଷ୍ମୀସାଗର ମେଳନ ପଡ଼ିଆ, ବଡ଼ଗଡ଼ର ବିଡିଏ ମାର୍କେଟ ପାର୍ଶ୍ବ  ସହିତ ୨ଟି ସ୍ଥାନରେ ବାଣ ବିକ୍ରି ହେବ। 


 



ବାଣ ବିକ୍ରି ବେଳେ ଘଟୁଥିବା  ଅଘଟଣ ରୋକିବାକୁ ଦୃଷ୍ଟିରେ ରଖି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବ। ଏହି ସ୍ଥାନ ଗୁଡିକରେ  ଅଗ୍ନିଶମ ବାହିନୀ ଉପସ୍ଥିତ ରହିବେ। କେବଳ  ଲାଇସେନ୍ସ ବା ଅନୁମତି  ପ୍ରାପ୍ତ ଦୋକାନୀ ଆବଶ୍ୟକ ଶୁଳ୍କ ଦେଇ ଏହି ସ୍ଥାନରେ ବାଣ ଦୋକାନ ଖୋଲିପାରିବେ। ତେଣୁ  ଲୋକେ ଏହି ସ୍ଥାନରୁ ବାଣ କିଣିବା ସହ ଏହାକୁ ଫୁଟାଇବା ବେଳେ ନିରାପତା ବା ସତର୍କ ଅବଲମ୍ବନ  କରିବାକୁ ରାଜଧାନୀବାସୀଙ୍କୁ ଅନୁରୋଧ କରିଛନ୍ତି ଭୁବନେଶ୍ବର ମେୟର। 


ସୂଚନାଯୋଗ୍ୟ ଦୁଇ ବର୍ଷ କୋରୋନା ପାଇଁ ରାଜ୍ୟ ତଥା ଦେଶରେ ଦୀପାବଳ ସମେତ ଅଧିକାଂଶ ପାର୍ବଣ ଋତୁ ଫିକା ପଡ଼ିଥିଲା। ତେବେ ଚଳିତ ବର୍ଷ ଏହି ପାର୍ବଣ ଋତୁକୁ ଧୁମଧାମରେ ପାଳନ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟବାସୀ ତଥା ଭୁବନେଶ୍ୱରବାସୀ ଦୀପାବଳି ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଲୋକର ପର୍ବ ଦୀପାବଳିକୁ କିପରି ସମସ୍ତେ ସୁରକ୍ଷିତ ଭାବେ ପାଳନ କରିବେ ସେଥିପାଇଁ ସରକାର ସତର୍କ ସୂଚନା ଜାରି କରିଛନ୍ତି। 


ଦୀପାବଳି ପୂର୍ବରୁ ଦଶହରା ଓ ଅନ୍ୟାନ୍ୟ ପାର୍ବଣକୁ ଚଳିତ ବର୍ଷ ରାଜଧାନୀବାସୀ ବେଶ ଧୁମଧାମରେ ପାଳନ କରି ସାରିଛନ୍ତି। ଦଶହରାରେ ତମାମ ରାଜ୍ୟରେ ବେଶ ଧୁମଧାମରେ ପାଳନ କରାଯାଇଥିଲା। ଯଦିଓ ଦଶମୀ ଦିନ ବର୍ଷା କାରଣରୁ ସାମାନ୍ୟ ଫିକା ପଡ଼ିଥିଲା। ତେବେ ଏଥର ମଣ୍ଡପରେ ସାଧାରଣ ଜନତାଙ୍କ ଠାରୁ ନେତୃବୃନ୍ଦ ମା'ଙ୍କର ଦର୍ଶନ କରିଥିବା ନେଇ ଦେଖିବାକୁ ମିଳିଥିଲା। ଦଳଗତଠାରୁ ଊର୍ଦ୍ଧ୍ୱରେ ସବୁ ଦଳର ନେତାଙ୍କୁ ମଣ୍ଡପରେ ମାଆଙ୍କର ଦର୍ଶନ କରିବାକୁ ଆସିଥିଲେ। 


ଅଧିକ ପଢନ୍ତୁ: OCA election: ପୁରୀ ହୋଟେଲରେ ମ୍ୟାଚ ଫିକ୍ସିଂ! ବବି ଦାଶ ସଭାପତି, ତଳକୁ ଖସିଲେ ପଙ୍କଜ ମହାନ୍ତି