ଆଜି ଅଟୋ  ଉପରେ ଭୁବନେଶ୍ବର ଟ୍ରାଫିକ ପୋଲିସ ଚଢାଉ କରିଛି। ବିନା‌ ଫିଟନେସ, ବିନା ଇନସୁରାନସରେ ଗଡୁଥିବା ଅଟୋକୁ ସିଜ୍ କରିଛି ପୋଲିସ।ମୋଟର ଭେଇକିଲ ଆକ୍ଟ ଓ ସୁପ୍ରିମକୋର୍ଟ ଗାଇଡ ଲାଇନ ଉଲଙ୍ଘନ କରୁଥିବା ୨୭ଟି ଅଟୋ ଜବତ କରାଯାଇଛି । ରାଜଧାନୀର ବିଭିନ୍ନ ଛକରେ ଅଟୋ ଚାଳନା ଉପରେ ଚେକିଂ କରି ଅଟୋକୁ ଜବତ କରାଯାଇଛି । ଅଟୋ ଗୁଡିକୁ ଏଜି ଟ୍ରାଫିକ ଥାନା ପରିସରରେ ରଖାଯାଇଛି । ଯେ କେହି ବିପଦଜନ୍ନକ ଭାବେ ଯାତ୍ରୀଙ୍କୁ ଉଠାଇ ନେବା ଆଣିବା କରୂଥିଲେ ତାଙ୍କୁ ଯାଞ୍ଚ କରାଯାଇଥିଲା । ଯାଂଚ ବେଳେ ଜଣା ପଡିଥିଲା ଯେ  ସ୍କୁଲ ପିଲାଠୁ ଆରମ୍ଭ କରି ଶ୍ରମିକ ଓ ଯାତ୍ରୀଙ୍କୁ କ୍ଷମତାଠୁ ଅଧିକ ଗାଡ଼ିରେ ଲୋଡ କରି ଅଟୋ ଚାଳକ ନେବା ଆଣିବା କରୁଛନ୍ତି । ଏନେଇ ସ୍ପେଶାଲ ଡ୍ରାଇଭ କରି ଟ୍ରାଫିକ ପୋଲିସ ଅଟୋ ଜବତ କରିଛି । 


COMMERCIAL BREAK
SCROLL TO CONTINUE READING

କେବଳ ସେତିକି ନୁହଁ , ଅନେକ ସମୟରେ ଅଟୋ ଚାଳକଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆସିଛି । କେତେ ବେଳେ ମଦ ପିଇ ଗାଡ଼ି ଚଳାଇବା,  ବିପଦ ପୂର୍ଣ୍ଣ  ଏବଂ ରଫ ଗାଡ଼ି ଚାଳନା ସହ ଖରାପ ବ୍ୟବହାର ଯାତ୍ରୀଙ୍କୁ ଅତିଷ୍ଠ କରିବା ଅଭିଯୋଗ ହୋଇଛି। ଯାତ୍ରୀ ଓ ଚାଳକ ହାତାହାତି ହେବା ଘଟଣା ସାମ୍ନାକୁ ଆସିଛି ।