vastu tips for copper sun benefits: 


COMMERCIAL BREAK
SCROLL TO CONTINUE READING

ତମ୍ବା ସୂର୍ଯ୍ୟ ଘରେ ଅଫିସରେ କେଉଁଠି ଲଗାଇବା ଉଚିତ । ଏବଂ ଏହା ଲଗାଇବା ଦ୍ବାରା କଣ ଲାଭ ମିଳିଥାଏ । ଯାହାଦ୍ବାରା ଆଜିକାଲି ଏହାର ପ୍ରଚଳନ ବଢ଼ିବାରେ ଲାଗିଛି । ଆସନ୍ତୁ ଜାଣିବା ଏହାକୁ ଲଗାଇବାର ଫାଇଦା ଏବଂ ନିୟମ ।


ଘରେ ତମ୍ବାର ସୂର୍ଯ୍ୟ ଘରେ ଲଗାଇବା ଦ୍ବାରା ଘରୁ ନକାରାତ୍ମକତା ଦୂର ହୁଏ । ଯାହା ବାସ୍ତୁର ଏକ ପ୍ରମୁଖ ନିୟମ । କିନ୍ତୁ ଏହା ସଠିକ୍ ସ୍ଥାନରେ ଲାଗିବା ଉଚିତ୍ । ତମ୍ବା ସୂର୍ଯ୍ୟ ସକାରାତ୍ମକ ପ୍ରଭାବକୁ ବଢ଼ାଇଥାଏ । ନକାରାତ୍ମକତାକୁ ଦୂର କରେ । ଆସନ୍ତୁ ଜାଣିବା ଘରର କେଉଁଠି ତମ୍ବା ସୂର୍ଯ୍ୟ ଲଗାଇବେ ଏବଂ ଏହାକୁ ଲଗାଇବା ଦ୍ବାରା କଣ ଲାଭ ମିଳିଥାଏ ।


ବାସ୍ତୁଶାସ୍ତ୍ର ଅନୁସାରେ ଘରେ ହେଉ କିମ୍ବା ଅଫିସରେ ତମ୍ବା ସୂର୍ଯ୍ୟ ଲଗାଇବା ଦ୍ବାରା ସମ୍ମାନ ପ୍ରାପ୍ତି ହୋଇଥାଏ । ପ୍ରଭାବଶାଳୀ ଲୋକଙ୍କ ସହ ଆପଣଙ୍କ ସମ୍ପର୍କକୁ ଆହୁରି ମଜବୁତ୍ କରିଥାଏ । କୁହାଯାଏ ଯେ ତମ୍ବା ସୂର୍ଯ୍ୟରେ ଏତେ ଆକର୍ଷଣ କରିବାର କ୍ଷମତା ରହିଛି ଯେ ଏହା ପ୍ରଭାବଶାଳୀ ବ୍ୟକ୍ତିତ୍ବଙ୍କୁ ଆପଣଙ୍କ ଆଡ଼କୁ ଆକର୍ଷିତ କରେ ।


ଯେଉଁମାନେ କୌଣସି କିଏଟିଭ୍ କାମ ସହ ଜଡ଼ିତ ସେମାନଙ୍କୁ ଏହା ଅଧିକ ଲାଭ ଦେଇଥାଏ । ଘରେ ତମ୍ବା ସୂର୍ଯ୍ୟ ଲଗାଇବା ଦ୍ବାରା ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ସମ୍ପର୍କ ରୁହେ । ସମ୍ମାନ ସମୃଦ୍ଧି ପ୍ରାପ୍ତ ହୁଏ । ଯେଉଁମାନେ ବ୍ୟବସାୟୀ, ସରକାରୀ ଅଧିକାରୀ କିମ୍ବା କଳା କ୍ଷେତ୍ର ସହ ଜଡ଼ିତ ସେମାନେ ନିଜ ଘରେ ତମ୍ବା ସୂର୍ଯ୍ୟ ଅବଶ୍ୟ ଲଗାଇବା ଦରକାର ।


ଯଦି ଆପଣଙ୍କ ଘରେ ପୂର୍ବ ଦିଗରେ କୌଣସି ଦ୍ବାର ନାହିଁ ତାହେଲେ ପୂର୍ବ ଦିଗରେ ଥିବା କାନ୍ଥରେ ତମ୍ବା ସୂର୍ଯ୍ୟ ଲଗାନ୍ତୁ । ଏହାଦ୍ବାରା ବାସ୍ତୁଦୋଷ ଦୂର ହୁଏ । ଏହା ଆପଣଙ୍କ ଘରେ ସମୃଦ୍ଧି ଆଣେ । ଏବଂ ଲୋକଙ୍କ ମଧ୍ୟରେ ମଧୁର ସମ୍ପର୍କ ସୃଷ୍ଟି କରେ । ମୁଖ୍ୟଦ୍ବାର ପୂର୍ବ ଦିଗରେ ଥିଲେ ସେଠାରେ ତମ୍ବା ସୂର୍ଯ୍ୟ ଲଗାଇବା ଦ୍ବାରା ଆପଣଙ୍କ ଘରକୁ ସଦା ସର୍ବଦା ଧନ ସମ୍ପଦ ଆକର୍ଷିତ ହୋଇଆସେ । ଘରେ ପ୍ରବେଶ କରିବା ମାତ୍ରେ ଏହା ଆପଣଙ୍କ ନଜରକୁ ଆସିବା ଦରକାର ।


ଅଫିସରେ ପୂର୍ବ ଦିଗରେ ସୂର୍ଯ୍ୟ ଲଗାଇବା ଦ୍ବାରା କ୍ୟାରିୟରରେ ଉନ୍ନତି ଆସେ । ଚାକିରୀ ଏବଂ ବ୍ୟବସାୟରେ ସଫଳତା ଆସେ ।


ତମ୍ବା ସୂର୍ଯ୍ୟ କ୍ୟାରିୟର ପାଇଁ ଲାଭଦାୟକ


ଯଦି ଆପଣ ସିଧାସଳଖ ସୂର୍ଯ୍ୟଙ୍କ କିରଣରେ ଛିଡ଼ା ହୋଇପାରୁ ନାହାଁନ୍ତି ତାହେଲେ ତମ୍ବା ସୂର୍ଯ୍ୟରୁ ମିଳୁଥିବା ଉର୍ଜା ପ୍ରାପ୍ତ କରି ପାରିବେ । ଏହାକୁ ଆପଣ ଘର କିମ୍ବା ଅଫିସରେ ଲଗାଇ ପାରିବେ । ତମ୍ବା ସୂର୍ଯ୍ୟରୁ ମିଳୁଥିବା ଉର୍ଜା ଆମକୁ କ୍ୟାରିୟରରେ ଆଗକୁ ବଢ଼ାଇଥାଏ ।