Weather Report: ଆସନ୍ତା ଦୁଇ ଦିନ ମଧ୍ୟରେ ଓଡ଼ିଶାରୁ ଫେରିବ ମୌସୁମୀ, ଜାଣନ୍ତୁ କେମିତି ରହିବ ପାଗ?

Rashmita Sahoo Fri, 11 Oct 2024-5:52 pm,

ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ଅନୁକୁଳ ରହିଛି ପାଗ । ଆସନ୍ତା ଦୁଇ ଦିନ ମଧ୍ୟରେ ଲେଉଟାଣି ପ୍ରକ୍ରିୟା ଆରମ୍ଭ ହେବ। ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ସିକ୍କିମର କିଛି ଅଞ୍ଚଳରୁ ଆସନ୍ତା ଦୁଇ ଦିନ ମଧ୍ୟରେ ଫେରିବ ମୌସୁମୀ । ସେହିଭଳି ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାରର ବାକି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ । ଏହି ସବୁ ରାଜ୍ୟରେ ପୂର୍ବରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିଲା । ବାକି ଅଞ୍ଚଳରୁ ମୌସୁମୀ ଫେରିବ। ମହାରାଷ୍ଟ୍ର ଓ ଛତିଶଗଡ଼ର ଆଉ କିଛି ଅଞ୍ଚଳରୁ ମଧ୍ୟ ମୌସୁମୀ ଫେରିଯିବ। ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପୂର୍ବରୁ ପାଗ ଅନୁକୁଳ ନଥିଲା । ଏବର୍ଷ ମୌସୁମୀ ଋତୁରେ ଓଡ଼ିଶାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ଦେଶରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link